ମଡେଲିଂ ଓ ଆକ୍ଟିଂ  ପରେ ଏବେ ବିମାନ ଉଡ଼ାଇବେ ଗୁଲ ପନାଗ

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ମନ ଜିଣିଥିବା ଗୁଲ୍‌ ପନାଗଙ୍କ ସଫଳତା ଏବେ ଦୂର ଆକାଶ ଛୁଇଁବାକୁ ଯାଉଛି। ସେ ନିକଟରେ ବ୍ୟବସାୟିକ ପାଇଲଟ୍‌ର ଲାଇସେନ୍ସ ହାତେଇଛନ୍ତି। ପୂର୍ବରୁ ମିସ୍‌ ଇଣ୍ଡିଆ ଟାଇଟଲ୍ ଜିତିଥିବା ଗୁଲ୍‌ ମଡେଲିଂରେ ମଧ୍ୟ ଖୁବ୍‌ ସଫଳତା ଅର୍ଜନ କରିପାରିଛନ୍ତି। ପୂର୍ବରୁ ତାଙ୍କର ବାଇକ୍‌ ଚଲାଇବାରେ ବି ଖୁବ୍‌ ଆଗ୍ରହ ଥିଲା। ବୁଲାବୁଲିରେ ସୌକ ରଖୁଥିବା ଗୁଲଙ୍କୁ ଏବେ ବିମାନ ଚଳାଇବାର ଅନୁମତି ମିଳି ସାରିଛି। ଏହି ଖୁସିର ମୁହୂର୍ତ୍ତକୁ […]

gul-panag

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 10:39 PM IST

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ମନ ଜିଣିଥିବା ଗୁଲ୍‌ ପନାଗଙ୍କ ସଫଳତା ଏବେ ଦୂର ଆକାଶ ଛୁଇଁବାକୁ ଯାଉଛି। ସେ ନିକଟରେ ବ୍ୟବସାୟିକ ପାଇଲଟ୍‌ର ଲାଇସେନ୍ସ ହାତେଇଛନ୍ତି। ପୂର୍ବରୁ ମିସ୍‌ ଇଣ୍ଡିଆ ଟାଇଟଲ୍ ଜିତିଥିବା ଗୁଲ୍‌ ମଡେଲିଂରେ ମଧ୍ୟ ଖୁବ୍‌ ସଫଳତା ଅର୍ଜନ କରିପାରିଛନ୍ତି। ପୂର୍ବରୁ ତାଙ୍କର ବାଇକ୍‌ ଚଲାଇବାରେ ବି ଖୁବ୍‌ ଆଗ୍ରହ ଥିଲା। ବୁଲାବୁଲିରେ ସୌକ ରଖୁଥିବା ଗୁଲଙ୍କୁ ଏବେ ବିମାନ ଚଳାଇବାର ଅନୁମତି ମିଳି ସାରିଛି। ଏହି ଖୁସିର ମୁହୂର୍ତ୍ତକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

Related story