ଶ୍ୱାସକ୍ରିୟା ରୋଗରେ ବିପାଶା ଆକ୍ରାନ୍ତ! ବିଷେଶଜ୍ଞଙ୍କ ମତରେ ଏମିତି ସମସ୍ୟା କ୍ୟାନ୍‌ସର, ସୁଗାର କିମ୍ବା ହାର୍ଟ ରୋଗର ଲକ୍ଷଣ

ମୁମ୍ବାଇ: ବିପଦରେ ବଲିଉଡ୍‌ର ବ୍ଲାକ କୁଇନ୍‌ ବିପାଶା ବଶୁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ ଅଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଗୁରୁତର ଭାବେ ସମସ୍ୟା ଭୋଗୁଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହିନ୍ଦୁଜା ହେଲ୍‌ଥକେୟାରରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ତାଙ୍କ ଶ୍ୱାସ ନଳୀରେ ସମସ୍ୟା ଦେଖାଦେଇଥିଲା। ଶୁକ୍ରବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ବିପାଶାଙ୍କୁ ପ୍ରକୃତରେ କେଉଁ ରୋଗ ହୋଇଛି […]

bipasa

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 02:36 PM IST

ମୁମ୍ବାଇ: ବିପଦରେ ବଲିଉଡ୍‌ର ବ୍ଲାକ କୁଇନ୍‌ ବିପାଶା ବଶୁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ ଅଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଗୁରୁତର ଭାବେ ସମସ୍ୟା ଭୋଗୁଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହିନ୍ଦୁଜା ହେଲ୍‌ଥକେୟାରରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ତାଙ୍କ ଶ୍ୱାସ ନଳୀରେ ସମସ୍ୟା ଦେଖାଦେଇଥିଲା। ଶୁକ୍ରବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ବିପାଶାଙ୍କୁ ପ୍ରକୃତରେ କେଉଁ ରୋଗ ହୋଇଛି ତାହା ମେଡିକାଲ ପକ୍ଷରୁ ଗୁପ୍ତ ରଖାଯାଇଛି। ଏମିତିକି ପରିବାର ଲୋକେ ମଧ୍ୟ ମୁହଁ ଖୋଲୁ ନାହାନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ନିଶ୍ୱାସ ଜନିତ ସମସ୍ୟା ଅନେକ ବଡ ରୋଗର ସଂକେତ ଦେଇଥାଏ।  ଯଦି କୌଣସି ବ୍ୟକ୍ତିର ଶ୍ୱାସ ନଳୀ ଜନିତ ସମସ୍ୟା ଦେଖାଦିଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ୟାନ୍‌ସର, ସୁଗାର କିମ୍ବା  ହୃଦରୋଗ ହେବାର ଆଶଙ୍କା ଥାଏ।ପାକସ୍ଥଳୀ କ୍ୟାନ୍‌ସର

ଯଦି କୌଣସି ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‌।  ବେଳେବେଳେ  ଶ୍ୱାସ ଜନିତ  ସମସ୍ୟା ପାଇଁ ପାକସ୍ଥଳୀ କ୍ୟାନ୍‌ସର ହୋଇଥାଏ।

ପୁଲ୍‌ମୋନାରୀ ହାଇପରଟେନ୍‌ସନ୍‌

ଯଦି ଆପଣଙ୍କର ନିଶ୍ୱାସ ନେବାର ଅସୁବିଧା ହେଉଛି, ଥକ୍କା ଲାଗୁଛି କିମ୍ବା ଛାତିରେ ଯନ୍ତ୍ରଣା ହେଉଛି ତେବେ ଏହା ପୁଲ୍‌ମୋନାରୀ ହାଇପରଟେନ୍‌ସନ୍‌ର ସଙ୍କେତ। ଯାହା ହୃଦ୍‌ ରୋଗ ହେବାର ଏକ କାରଣ।

କିଡ୍‌ନୀ ଜନିତ ସମସ୍ୟା

ଶ୍ୱାସ ଜନିତ ସମସ୍ୟା କିଡ୍‌ନି ରୋଗର ସଂକେତ ଦେଇଥାଏ। ନିଶ୍ୱାସ ନେବାରେ ସମସ୍ୟା ହେବା ଦ୍ୱାରା ରକ୍ତରେ ୟୁରିଆ ସ୍ତର ବଢିଯାଏ। ଏହାଦ୍ୱାରା ମୁହଁରେ ଅମୋନିଆ ବ୍ରିଥ୍‌ କାରଣରୁ ଦୁର୍ଗନ୍ଧ ଆସିଥାଏ।

 

Related story