ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ବିଜେପି, ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣିୟମ ସ୍ୱାମୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଦାବି କରାଯାଇଛି। ସିବିଆଇ ତଦନ୍ତ ପାଇଁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଳକୀ ପ୍ରିୟାଙ୍କ ଆବେଦନ ଖାରଜ ହେବା ପରେ ହିଁ ବିଜେପି ପକ୍ଷରୁ ଏଭଳି ଦାବି କରାଯାଇଛି। ମହାରାଷ୍ଟ୍ର ବିଜେପି ଚିଫ ୱିପ୍‌ ଆଶିଷ ଶେହଲର କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ନିରୀହ ଲୋକଙ୍କୁ ଜେରା କରାଯାଉଛି। କିନ୍ତୁ ସନ୍ଦିଗ୍ଧ ମାନଙ୍କ […]

dp

Hemant Lenka
  • Published: Thursday, 30 July 2020
  • , Updated: 30 July 2020, 07:54 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଦାବି କରାଯାଇଛି। ସିବିଆଇ ତଦନ୍ତ ପାଇଁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଳକୀ ପ୍ରିୟାଙ୍କ ଆବେଦନ ଖାରଜ ହେବା ପରେ ହିଁ ବିଜେପି ପକ୍ଷରୁ ଏଭଳି ଦାବି କରାଯାଇଛି।

ମହାରାଷ୍ଟ୍ର ବିଜେପି ଚିଫ ୱିପ୍‌ ଆଶିଷ ଶେହଲର କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ନିରୀହ ଲୋକଙ୍କୁ ଜେରା କରାଯାଉଛି। କିନ୍ତୁ ସନ୍ଦିଗ୍ଧ ମାନଙ୍କ ଉପରେ ନଜର ରଖାଯାଉନି। ତେଣୁ ସିବିଆଇ ତଦନ୍ତ ଜରୁରୀ।

ଅନ୍ୟପକ୍ଷରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣିୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ଟ୍ୱିଟ କରି ସ୍ୱାମୀ କହିଛନ୍ତି, “ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଇଡି ଓ ଏନଆଇ ଦ୍ୱାରା କରିବାକୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛି। ଏଥିସହ ଘଟଣାର ଏସଆଇଟି ଓ ସିବିଆଇ ତଦନ୍ତ ମଧ୍ୟ କରାଯିବା ଉଚିତ।”

ବିଜେପି ଚିଫ ୱିପ୍‌ ଆଶିଷ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପୁଲିସର ପିଆରଓଙ୍କ ବଦଳରେ ଗୃହମନ୍ତ୍ରୀ ଗଣାମାଧ୍ୟମକୁ ସବୁ ତଥ୍ୟ ଦେଉଛନ୍ତି। ସୁଶାନ୍ତଙ୍କ ଭଉଣୀ ଗର୍ଲଫ୍ରେଣ୍ଡଙ୍କ ନାଁ ନେଉଛନ୍ତି। ହେଲେ ମୁମ୍ବାଇ ପୁଲିସ୍‌ ମନା କରୁଛି।

ବାପା କହିଛନ୍ତି ବ୍ୟାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଚୋରି ହୋଇଛି। ଗର୍ଲଫ୍ରେଣ୍ଡ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ହେଲେ ମନ୍ତ୍ରୀ ମନା କରୁଛନ୍ତି। ନିରୀହ ଲୋକଙ୍କୁ ଜେରା କରାଯାଉଛି। କିନ୍ତୁ ସନ୍ଦିଗ୍ଧଙ୍କୁ ଛଡ଼ା ଯାଉଛି। ତେଣୁ ସିବିଆଇ ତଦନ୍ତ ଜରୁରୀ।”

Related story