ମୁମ୍ବାଇ: କଳାହରିଣ ଶିକାର ମାମଲାରେ ସଲମାନ ଖାନ୍ଙ୍କ ପାଇଁ ପୁଣି ଥରେ ସମସ୍ୟା ମୁଣ୍ଡ ଟେକିଛି। ଯୋଧପୁର ହାଇକୋର୍ଟ ଏହି ମାମଲାରେ ସଲମାନଙ୍କୁ ଦୋଷମୁକ୍ତ କରିଥିବା ବେଳେ ରାଜସ୍ଥାନ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏ ମାମଲାରେ ତାଙ୍କ ପ୍ରତିକ୍ରିୟା ରଖିବାକୁ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଖୁବଶୀଘ୍ର ଏହି ମାମଲାର ଶୁଣାଣି ଆରମ୍ଭ ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୫ ତାରିଖରେ ରାଜସ୍ଥାନ ହାଇକୋର୍ଟ ସଲମାନଙ୍କୁ କଳା ହରିଣ ଶିକାର ମାମଲାରେ ଦୋଷମୁକ୍ତ କରିଥିଲେ।