ଆସନ୍ତା କାଲି ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର

ମୁମ୍ବାଇ: ବାହୁବଲୀ ଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ସାହୋ’ର ଟିଜର ଆସନ୍ତା କାଲି ରିଲିଜ ହେବ। ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମରେ  ପ୍ରଭାସଙ୍କ ସହ ବଲିଉଡର ଚୁଲବୁଲି ନାଯିକା ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ। ଫିଲ୍ମରେ ଶ୍ରଦ୍ଧା ପ୍ରଭାସଙ୍କ ସହ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ। ଆକ୍ସନରେ ଭରପୁର ଏହି ଏଣ୍ଟରଟେନର୍ ମୁଭି ଚଳିତ ଅଗଷ୍ଟ ୧୫ ରିଲିଜ୍‌ ହେବ। ସ୍ଵାଧୀନତା ଦିବସ ଅବସରରେ ଏହା ଦୁଇଗୁଣା ଉତ୍ସାହ […]

pravas

Chinmayee Roy
  • Published: Saturday, 02 March 2019
  • , Updated: 02 March 2019, 06:16 PM IST

ମୁମ୍ବାଇ: ବାହୁବଲୀ ଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ସାହୋ’ର ଟିଜର ଆସନ୍ତା କାଲି ରିଲିଜ ହେବ। ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମରେ  ପ୍ରଭାସଙ୍କ ସହ ବଲିଉଡର ଚୁଲବୁଲି ନାଯିକା ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ। ଫିଲ୍ମରେ ଶ୍ରଦ୍ଧା ପ୍ରଭାସଙ୍କ ସହ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ। ଆକ୍ସନରେ ଭରପୁର ଏହି ଏଣ୍ଟରଟେନର୍ ମୁଭି ଚଳିତ ଅଗଷ୍ଟ ୧୫ ରିଲିଜ୍‌ ହେବ। ସ୍ଵାଧୀନତା ଦିବସ ଅବସରରେ ଏହା ଦୁଇଗୁଣା ଉତ୍ସାହ ଓ ଜୋସ୍‌ ନେଇ ଆସିବ।

https://twitter.com/UV_Creations/status/1101731445020786689

ସବୁଠୁ ଭଲ କଥା ହେଉଛି ଆସନ୍ତା କାଲି ଫିଲ୍ମର ନାୟିକା ଶ୍ରଦ୍ଧାଙ୍କ ଜନ୍ମ ଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହେଉଛି। ଏ ନେଇ ଶ୍ରଦ୍ଧା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ଲେଖିଛନ୍ତି, “ଫିଲ୍ମ ‘ସାହୋ’ର ଦ୍ଵିତୀୟ ଭିଡିଓ ଆସନ୍ତା କାଲି ମୋ ଜନ୍ମଦିନରେ ରିଲିଜ୍‌ ହେବ। ଭିଡିଓର ଟାଇଟଲ୍‌ ରହିବ-ଦ ଶେଡ୍ସ ଅଫ୍ ସାହୋ-୨।”

https://www.instagram.com/p/BuV0AO4lZzY/?utm_source=ig_web_copy_link

ପୂର୍ବରୁ ଫିଲ୍ମର ପ୍ରଥମ ଭିଡିଓ ୨୦୧୮ ଅକ୍ଟୋବର ୨୨ରେ ଫିଲ୍ମର ଲିଡ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିଲା। ଏହି ଭିଡିଓର ନାଁ ଥିଲା ‘ସାହୋ ଚାପ୍ଟର-୧’। ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା।

https://twitter.com/SaahoOfficial/status/1054609253598720000

ବିଗ୍‌ ବଜେଟ୍‌ ଫିଲ୍ମ ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନୀତିନ୍‌ ମୁକେଶ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ନିର୍ମାଣ ଯୁଭି କ୍ରିୟେଶନ୍‌ର ହୋଇଛି।

Related story