ଅଭିନେତ୍ରୀଙ୍କ ପର୍ସର ଦାମ୍ ଏତେ, ଆପଣ ଘରଟିଏ ବି ତୋଳି ପାରିବେ

ମୁମ୍ବାଇ: ଅନେକ ସମୟରେ ବରଲିଉଡ୍‌ ଷ୍ଟାରଙ୍କ ପୋଷାକପତ୍ର, ଗାଡ଼ି ଓ ବଙ୍ଗଳାକୁ ନେଇ ଚର୍ଚ୍ଚା ହୁଏ। ବିଶେଷ କରି ସେମାନେ ପିନ୍ଧୁଥିବା ପୋଷାକ ଓ ଚଢୁଥିବା ଗାଡ଼ିର ଦାମ୍‌ ଓ ବ୍ରାଣ୍ଡ ବିଷୟରେ ଆଲୋଚନା ହୋଇଥାଏ। ଆଜି ଆମେ ଏଠାରେ ବଲିଉଡ୍‌ର କେତେ ଜଣ ଅଭିନେତ୍ରୀଙ୍କ ପର୍ସ ସଂପର୍କରେ ଜଣାଇବୁ। ଏହି ପର୍ସ ଗୁଡିକର ଦାମ୍‌ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଲିଆ ଭଟ୍ଟ– ଆଲିଆ ଭଟ୍ଟଙ୍କ ପାଖରେ ଥିବା ଏକ ପର୍ସର ଦାମ୍‌ ହେଉଛି […]

bag

bag

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 11:48 AM IST

ମୁମ୍ବାଇ: ଅନେକ ସମୟରେ ବରଲିଉଡ୍‌ ଷ୍ଟାରଙ୍କ ପୋଷାକପତ୍ର, ଗାଡ଼ି ଓ ବଙ୍ଗଳାକୁ ନେଇ ଚର୍ଚ୍ଚା ହୁଏ। ବିଶେଷ କରି ସେମାନେ ପିନ୍ଧୁଥିବା ପୋଷାକ ଓ ଚଢୁଥିବା ଗାଡ଼ିର ଦାମ୍‌ ଓ ବ୍ରାଣ୍ଡ ବିଷୟରେ ଆଲୋଚନା ହୋଇଥାଏ। ଆଜି ଆମେ ଏଠାରେ ବଲିଉଡ୍‌ର କେତେ ଜଣ ଅଭିନେତ୍ରୀଙ୍କ ପର୍ସ ସଂପର୍କରେ ଜଣାଇବୁ। ଏହି ପର୍ସ ଗୁଡିକର ଦାମ୍‌ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

aliaଆଲିଆ ଭଟ୍ଟ- ଆଲିଆ ଭଟ୍ଟଙ୍କ ପାଖରେ ଥିବା ଏକ ପର୍ସର ଦାମ୍‌ ହେଉଛି ଏକ ଲକ୍ଷ ଟଙ୍କା।

kareenakapoorକରିନା କପୁର ଖାନ୍‌- କରିନାଙ୍କୁ ସପିଂ କରିବାକୁ ଭଲ ଲାଗେ। ତାଙ୍କ ପାଖରେ ଅନେକ ବ୍ରାଣ୍ଡର ପର୍ସ ଅଛି। କରିନା ଦାମୀ ଦାମୀ ପର୍ସ ଧରିବାକୁ ପସନ୍ଦ କରନ୍ତି। ଏହି ଫଟୋରେ କରିନା ଯେଉଁ ପର୍ସ ଧରିଛନ୍ତି ତାର ମୂଲ୍ୟ ୮.୨୬ ଲକ୍ଷ ଟଙ୍କା।

deepikaଦୀପିକା ପାଦୁକୋନ୍‌- ବ୍ରାଣ୍ଡେଡ୍‌ ପର୍ସ ଧରିବାରେ ଦୀପିକା ବି ପଛରେ ନାହାନ୍ତି। ସେ ବି ବିଭିନ୍ନ ପ୍ରକାରର ଅନ୍ତର୍ଜାତୀୟ ବ୍ରାଣ୍ଡର ପର୍ସ ଧରିବାକୁ ପସନ୍ଦ କରନ୍ତି। ଦୀପିକା ଧରୁଥିବା ଏକ ପର୍ସର ମୂଲ୍ୟ ୮.୨୬ ଲକ୍ଷ ଟଙ୍କା।

ସୋନମ କପୁର- ଦାମୀ ପୋଷାକ ପିନ୍ଧିବାକୁ ଭଲ ପାଉଥିବା ସୋନମ ଡ୍ରେସ୍‌କୁ ମ୍ୟାଚ୍‌ କଲା ଭଳି ଦାମୀ ପର୍ସ ମଧ୍ୟ ଧରନ୍ତି। ତାଙ୍କ ପାଖରେ ଚାନେଲ ବ୍ରାଣ୍ଡର ଏକ ପର୍ସ  ଅଛି ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା।

shilpaଶିଳ୍ପା ସେଟ୍ଟୀ- ଶିଳ୍ପା ସେଟ୍ଟୀଙ୍କ ପାଖରେ ଭିନ୍ନ ଭିନ୍ନ ବ୍ରାଣ୍ଡର ପର୍ସ ଅଛି। ତାଙ୍କ ପାଖରେ ଡିୟୋର ବ୍ରାଣ୍ଡର ପର୍ସ ଅଛି। ଏହାର ମୂଲ୍ୟ ୩ ଲକ୍ଷ ଟଙ୍କା।

priyankaପ୍ରିୟଙ୍କା ଚୋପ୍ରା- ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବି ଭାରି ପର୍ସ କ୍ରେଜି। ତାଙ୍କ ପାଖରେ ଭିନ୍ନ ଭିନ୍ନ ବ୍ରାଣ୍ଡର ୧୦୦ରୁ ଅଧିକ ପର୍ସ ରହିଛି। ଫଟୋରେ ପ୍ରିୟଙ୍କା ଧରିଥିବା ଏହି ପର୍ସର ମୂଲ୍ୟ ୧.୨୫ ଲକ୍ଷ ଟଙ୍କା।

ଅନୁଷ୍କା ଶର୍ମା- ଅନୁଷ୍କା ଶର୍ମାଙ୍କ ପାଖରେ ଅନେକ ବ୍ରାଣ୍ଡର ପର୍ସ ଅଛି।  କିନ୍ତୁ ସେ Fendi Monster ବ୍ରାଣ୍ଡର ପର୍ସ ଧରିବାକୁ ପସନ୍ଦ କରନ୍ତି। ଏହି ବ୍ରାଣ୍ଡର ଏକ ପର୍ସ ଅନୁଷ୍କା ଧରୁଛନ୍ତି ଯାହାର ମୂଲ୍ୟ ୧.୨ ଲକ୍ଷ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos