ବଲିଉଡ୍‌ରେ ଏଣ୍ଟ୍ରି କରିବେ ରାଜ କପୁରଙ୍କ ନାତୁଣୀ ଆଦର

ମୁମ୍ବାଇ: ସିଲଭର ସ୍କ୍ରିନ୍‌ରେ ପାଦ ଥାପିବାକୁ ଯାଉଛନ୍ତି ରାଜ କପୁରଙ୍କ ନାତୁଣୀ ଆଦର ଜୈନ। ଖୁବ୍‌ଶୀଘ୍ର ତାଙ୍କୁ ଏହି ସୁଯୋଗ ଦେବେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା। କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମା କହିଛନ୍ତି,“ଆଦରଙ୍କ ମାଆ ରୀମା ମୋର ପାରିବାରିକ ବନ୍ଧୁ। ମୁଁ ଆଦରଙ୍କୁ ନିଜ ଆଖି ସାମ୍ନାରେ ବଢ଼ିବାରେ ଦେଖିଛି। ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ କାଷ୍ଟିଂ କରିବା ସମୟରେ ଅରମାନ ଓ ଆଦର ମୋ ପଛରେ ଦୌଡୁ ଥିଲେ।” ସେ ଆହୁରି କହିଛନ୍ତି, […]

aadarjain

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 02:46 PM IST

ମୁମ୍ବାଇ: ସିଲଭର ସ୍କ୍ରିନ୍‌ରେ ପାଦ ଥାପିବାକୁ ଯାଉଛନ୍ତି ରାଜ କପୁରଙ୍କ ନାତୁଣୀ ଆଦର ଜୈନ। ଖୁବ୍‌ଶୀଘ୍ର ତାଙ୍କୁ ଏହି ସୁଯୋଗ ଦେବେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା।

କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମା କହିଛନ୍ତି,“ଆଦରଙ୍କ ମାଆ ରୀମା ମୋର ପାରିବାରିକ ବନ୍ଧୁ। ମୁଁ ଆଦରଙ୍କୁ ନିଜ ଆଖି ସାମ୍ନାରେ ବଢ଼ିବାରେ ଦେଖିଛି। ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ କାଷ୍ଟିଂ କରିବା ସମୟରେ ଅରମାନ ଓ ଆଦର ମୋ ପଛରେ ଦୌଡୁ ଥିଲେ।”

ସେ ଆହୁରି କହିଛନ୍ତି, “ଆଦରର ଏକ ଭିଡିଓ ବନାଇବାକୁ ଚାହୁଁଥିଲି। ଯେଉଁ ଭିଡିଓରେ ଆଦର ଖାଲି  କଥା କହୁଥିବେ। ତାହା ହିଁ ହେଲା। ଏହି ଭିଡ଼ିଓରେ ଆଦର ବହୁତ ସୁନ୍ଦର ଦିଶୁଥିଲେ। ମୁଁ ଏହି ଭିଡ଼ିଓଙ୍କୁ ଆଦିତ୍ୟ ଚୋପ୍ରାଙ୍କ ଦେଖାଇଥିଲି। କିଛି ନୂଆ ପ୍ରୋଜେକ୍ଟ  ଆସିଲେ ସେ ଆଦରଙ୍କୁ ସୁଯୋଗ ଦେବେ ବୋଲି କହିଛନ୍ତି।”

Related story