ଅଭିନେତ୍ରୀ ୟାମୀ ଗୌତମଙ୍କୁ ଇଡିର ସମନ, ୭ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ ବିବାହ କରି ମୁମ୍ବାଇ ଫେରିଥିବା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୟାମୀ ଗୌତମଙ୍କ ଅଡ଼ୁଆ ବଢ଼ିଛି। ବିଦେଶ ମୁଦ୍ରା ନେଣଦେଣରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ତାଙ୍କୁ ଜୁଲାଇ ୭ରେ ମୁମ୍ବାଇ ସ୍ଥିତି ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ଇଡି ପକ୍ଷରୁ ୟାମୀଙ୍କୁ ସମନ କରାଯାଇଛି। ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ବା ଫେମାକୁ ୟାମୀ ଉଲ୍ଲଙ୍ଘନ […]

yami

Hemant Lenka
  • Published: Friday, 02 July 2021
  • , Updated: 02 July 2021, 06:42 PM IST

ନୂଆଦିଲ୍ଲୀ: ନିକଟରେ ବିବାହ କରି ମୁମ୍ବାଇ ଫେରିଥିବା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୟାମୀ ଗୌତମଙ୍କ ଅଡ଼ୁଆ ବଢ଼ିଛି। ବିଦେଶ ମୁଦ୍ରା ନେଣଦେଣରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ତାଙ୍କୁ ଜୁଲାଇ ୭ରେ ମୁମ୍ବାଇ ସ୍ଥିତି ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି।

ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ଇଡି ପକ୍ଷରୁ ୟାମୀଙ୍କୁ ସମନ କରାଯାଇଛି। ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ବା ଫେମାକୁ ୟାମୀ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏପରି ସମନ କରିଛି। ବିଦେଶରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲେ ହେଁ ସେ ନିୟମ ଅନୁସାରେ ଅଧିକାରୀମାନଙ୍କୁ ଜଣାଇ ନଥିଲେ।

କିଛି ଟ୍ରାଞ୍ଜାକସନ ତଦନ୍ତ ପରିସର ଭୁକ୍ତ ହୋଇଥିବା ବେଳେ ଏହାର ଲିଙ୍କ ୟାମୀଙ୍କ ଆକାଉଣ୍ଟ ସହ ରହିଛି। ପ୍ରାଥମକି ପର୍ଯ୍ୟାୟରେ ଦେଢ଼ କୋଟି ଟଙ୍କାର ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ ୟାମୀଙ୍କୁ ଇଡି ସମନ କରିଥିଲା। ହେଲେ ସେ ବିଭିନ୍ନ ଆଳ ଦେଖାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ନଥିଲେ।

ସୂଚନାଯୋଗ୍ୟ, ବଲିଉଡର ଏକାଧିକ ଫିଲ୍ମରେ ୟାମୀ ଅଭିନୟ କରିଛନ୍ତି। ନିକଟରେ ସେ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ପ୍ରକୃତରେ ସେ ଗୋଟିଏ ବୟୁଟି ପ୍ରଡକ୍ଟର ବିଜ୍ଞାପନ କରି ପ୍ରଥମେ ଲୋକପ୍ରିୟତା ପାଇଥିଲେ। ଏହାପରେ ବଲିଉଡରେ ତାଙ୍କର ଏଣ୍ଟ୍ରି ହୋଇଥିଲା। ଉରି, କାବିଲ, ସନମ ରେ, ଭିକ୍କି ଡୋନର, ବାଲା, ବଦଲାପୁର ଭଳି ହିଟ୍‌ ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି। ଆଗକୁ ମଧ୍ୟ ତାଙ୍କରେ ଅନେକ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।

Related story