ବିଅର ଗ୍ରୀଲ୍ସଙ୍କ ସହ ଆଡଭେଞ୍ଚର୍‌ ଟ୍ରିପ୍‌ରେ ଅଜୟ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ପରେ ଏବେ ଆଡଭେଞ୍ଚର ଟ୍ରିପ୍‌ରେ ବାହାରିଛନ୍ତି ଅଜୟ ଦେବଗନ। ‘ଇନ୍‌ଟୁ ଦା ୱାଇଲ୍ଡ ୱିଥ ବିୟର ଗ୍ରୀଲ୍ସ’ ଶୋ’ରେ ଭାଗ ନେବେ ଅଜୟ। ଏହି ରୋମାଞ୍ଚକର ଯାତ୍ରାରେ ନିଜର ସାହସ ଦେଖାଇବେ ସିଙ୍ଘମ ଷ୍ଟାର। ଏଥିପାଇଁ ଡିସ୍କଭରୀ ଚ୍ୟାନେଲ ଅଜୟ ଦେବଗନଙ୍କୁ ଚୟନ କରିଛି। ବିଅର ଗ୍ରୀଲ୍ସଙ୍କ ଅପ୍‌କମିଂ ଏପିସୋଡରେ ସେ ନଜର ଆସିବେ।

ଏନେଇ ଖୋଦ୍‌ ବିଅର ଗ୍ରୀଲ୍ସ ହିଣ୍ଟ ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମର ଷ୍ଟୋରୀରେ ସେ ଅଜୟଙ୍କ ନାଁ ଖୁଲାସା ନକରି  ଦୁଇ ଜଣ ବଲିଉଡ ଯୋଦ୍ଧା ତାଙ୍କ ସହ ଇନ୍‌ଟୁ ଦା ୱାଇଲ୍ଡରେ ସାମିଲ ହେବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଅଜୟଙ୍କ ନାଁ କନ୍‌ଫର୍ମ ହୋଇଥିବା ବେଳେ ଦ୍ୱିତୀୟ ବଲିଉଡ ଷ୍ଟାର କିଏ, ତାହା ଉପରୁ ପରଦା ଉଠି ନାହିଁ। ‘ଇନ୍‌ଟୁ ଦା ୱାଇଲ୍ଡ ୱିଥ ବିୟର ଗ୍ରୀଲ୍ସ’ ଶୋ’ର ଅଜୟ ଦେବଗନ ସ୍ପେଶାଲ ଏପିସୋଡ ଟି ମଲଦ୍ୱିପରେ ସୁଟିଂ ହେବ। ଶୋ’ର ପ୍ରିମିୟର ସର୍ବପ୍ରଥମେ ଡିସ୍‌କଭରୀ ପ୍ଲସ ଆପ୍‌ରେ ହେବ।

ପୂର୍ବରୁ ଏହି ଶୋ’ରେ ବିଅର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାର, ରଜନୀକାନ୍ତଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନଜର ଆସିସାରିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମ୍ୟାନ୍‌ ଭର୍ସେସ ୱାଇଲ୍ଡ’ର ଏକ ସ୍ପେଶାଲ ଏପିସୋଡରେ ଦେଖିବାକୁ ମିଳିଥିଲା।

ନିକଟରେ ଅଜୟଙ୍କୁ ତାଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଇଣ୍ଡିଆନ୍‌ ଏୟାର ଫୋର୍ସର ସେନା ଚରିତ୍ରରେ ନଜର ଆସିଥିଲେ। ଆଗକୁ ଅଜୟ ସଞ୍ଚୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’, ଏସ୍‌ଏସ୍‌ ରାଜାମୌଲିଙ୍କ ‘ଆର୍‌ଆର୍‌ଆର୍‌’ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ମୈଦାନ’ରେ ନଜର ଆସିବେ।

 

View this post on Instagram

 

A post shared by Ajay Devgn 🔱 (@ajaydevgnfanclub)

 

View this post on Instagram

 

A post shared by discovery+ India (@discoveryplusin)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।