ରାଜାମୌଲିଙ୍କ ଉପରେ ରାଗିଗଲେ ଆଲିଆ!

ମୁମ୍ବାଇ: ଆର୍ ଆର୍‌ ଆର୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଗଲେ ଆଲିଆ। ସେ ତାଙ୍କୁ ନେଇ ହୋଇଗଲେ ଖପ୍ପା। ଏପରିକି ଏବେ ଆଲିଆ ଏବେ ତାଙ୍କ ଇନଷ୍ଟାଗ୍ରାମରେ ରାଜାମୌଲିଙ୍କୁ ଅନ୍‌ଫଲୋ ମଧ୍ୟ କରିଦେଇଛନ୍ତି। କେବଳ ସେତିକି ନୁହେଁ ଆର୍‌ଆର୍‌ଆର୍‌ ଫିଲ୍ମ ସହ ଜଡିତ ସମସ୍ତ ପୋଷ୍ଟକୁ ସେ ତାଙ୍କ ଇନଷ୍ଟା ଆକାଉଣ୍ଟରୁ ଡିଲିଟ୍‌ ମଧ୍ୟ କରିଦେଇଥିବା ନେଇ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଆଲିଆ ଭଟ୍ଟ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଛନ୍ତି। […]

Alia and rajamouli

Alia and rajamouli

Madhupriya Mistry
  • Published: Tuesday, 29 March 2022
  • Updated: 29 March 2022, 04:27 PM IST

Sports

Latest News

ମୁମ୍ବାଇ: ଆର୍ ଆର୍‌ ଆର୍‌ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଗଲେ ଆଲିଆ। ସେ ତାଙ୍କୁ ନେଇ ହୋଇଗଲେ ଖପ୍ପା। ଏପରିକି ଏବେ ଆଲିଆ ଏବେ ତାଙ୍କ ଇନଷ୍ଟାଗ୍ରାମରେ ରାଜାମୌଲିଙ୍କୁ ଅନ୍‌ଫଲୋ ମଧ୍ୟ କରିଦେଇଛନ୍ତି। କେବଳ ସେତିକି ନୁହେଁ ଆର୍‌ଆର୍‌ଆର୍‌ ଫିଲ୍ମ ସହ ଜଡିତ ସମସ୍ତ ପୋଷ୍ଟକୁ ସେ ତାଙ୍କ ଇନଷ୍ଟା ଆକାଉଣ୍ଟରୁ ଡିଲିଟ୍‌ ମଧ୍ୟ କରିଦେଇଥିବା ନେଇ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି।

ଖବର ମୁତାବକ, ଆଲିଆ ଭଟ୍ଟ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଛନ୍ତି। ଆର୍‌ଆର୍‌ଆର୍‌ର ଫାଇନାଲ କଟ୍‌ରେ ତାଙ୍କୁ ମିଳିଥିବା କମ୍‌ ସ୍କ୍ରିନ୍‌ ସ୍ପେସ୍‌କୁ ନେଇ ଫିଡିକି ଯାଇଛନ୍ତି। ଫିଲ୍ମରେ ନିଜର କମ୍‌ ସମୟର ରୋଲ୍‌କୁ ନେଇ ଆଲିଆ ଖୁସି ନାହାନ୍ତି। ଏଥିପାଇଁ ସେ ଫିଲ୍ମ ସହ ଜଡିତ ସମସ୍ତ ପୋଷ୍ଟକୁ ଇନ୍‌ଷ୍ଟାଗ୍ରାମରୁ ଡିଲିଟ କରିଦେଇଥିବା ନେଇ ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ଆଲିଆ କୁଆଡେ ରାଜାମୌଲିଙ୍କୁ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିଦେଇଥିବା ଗୁଜବ ମଧ୍ୟ ସୃଷ୍ଟି ହୋଇଛି। ତେବେ ଏଥିରେ କେତେ ସତ କେତେ ମିଛ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ 'ଆର୍‌ଆର୍‌ଆର୍‌'ରେ ରାମ ଚରଣଙ୍କ ଅପୋଜିଟ୍‌ରେ ଅଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହା ତାଙ୍କର ପ୍ରଥମ ସାଉଥ ଡେବ୍ୟୁ ଫିଲ୍ମ। ପୂର୍ବରୁ ଆଲିଆଙ୍କୁ ଏଥିରେ ଦମଦାର ରୋଲ ମିଳିଥିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଫିଲ୍ମ ରିଲିଜ ହେବା ପରେ କିନ୍ତୁ ସବୁ କିଛି ଓଲଟା ହୋଇଯାଇଛି।

ଏହି ଫିଲ୍ମରେ ଆଲିଆଙ୍କ କେବଳ ୯ ମିନିଟ୍‌ର ସିନ୍‌ ରହିଛି। ତାଙ୍କୁ କମ୍‌ ସ୍କ୍ରିନ୍‌ ସ୍ପେସ ମିଳିଛି। ତାଙ୍କର ସୀତା ଚରିତ୍ରଟି ସେତେଟା ଦମ୍‌ଦାର ମଧ୍ୟ ନାହିଁ। ଯେତିକି ଅଭିନେତା ଅଜୟ ଦେବଗନଙ୍କ ଚରିତ୍ର ଦମଦାର ରହିଛି ତାହା ତୁଳନାରେ ଆଲିଆଙ୍କ ସିନ୍‌ କିଛି ନାହିଁ। ଏହାକୁ ନେଇ ସେ ଏବେ ରାଗି ଯାଇଥିବା କୁହାଯାଇଛି। ସେପଟେ ନିକଟରେ ଆର୍‌ଆର୍‌ଆର୍‌ର ପ୍ରମୋସନାଲ ଇଭେଣ୍ଟରେ ମଧ୍ୟ ଆଳିଆ ଖୁବ୍‌ କମ୍‌ ନଜର ଆସିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos