କ୍ଷମା ମାଗିଲେ ବିଗ୍ ବି’

ମୁମ୍ବାଇ: ଅମିତାଭ ବଚ୍ଚନ ସୋଶାଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହନ୍ତି। ଏମିତିକି କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଥିବା ବେଳେ ମଧ୍ୟ ସେ ସୋଶାଲ୍ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିଲେ। ତେବେ ଦୁଇ ଦିନ ତଳେ ସେ ଏକ ଭୁଲ୍ ଟ୍ୱିଟ୍ କରିଥିଲେ। ଅବଶ୍ୟ ଜାଣିପାରିବା ପରେ ଗତକାଲି ସେ ଏହାକୁ ସଂଶୋଧନ କରି ନେଇଥିଲେ ଓ କ୍ଷମା ମଧ୍ୟ ମାଗିଥିଲେ। ବିଗ୍ ବି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏକ କବିତା ପୋଷ୍ଟ କରିଥିଲେ। ଆଉ ଏ […]

Amitabh Bachchan

Jitendra Garnayak
  • Published: Friday, 07 August 2020
  • , Updated: 07 August 2020, 11:06 AM IST

ମୁମ୍ବାଇ: ଅମିତାଭ ବଚ୍ଚନ ସୋଶାଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହନ୍ତି। ଏମିତିକି କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଥିବା ବେଳେ ମଧ୍ୟ ସେ ସୋଶାଲ୍ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିଲେ। ତେବେ ଦୁଇ ଦିନ ତଳେ ସେ ଏକ ଭୁଲ୍ ଟ୍ୱିଟ୍ କରିଥିଲେ। ଅବଶ୍ୟ ଜାଣିପାରିବା ପରେ ଗତକାଲି ସେ ଏହାକୁ ସଂଶୋଧନ କରି ନେଇଥିଲେ ଓ କ୍ଷମା ମଧ୍ୟ ମାଗିଥିଲେ।

ବିଗ୍ ବି ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏକ କବିତା ପୋଷ୍ଟ କରିଥିଲେ। ଆଉ ଏ କବିତାଟି ତାଙ୍କ ବାପା ଲେଖିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। କିନ୍ତୁ ଉକ୍ତ କବିତାଟିକୁ ବିଶିଷ୍ଟ କବି ତଥା ଗୀତିକାର ପ୍ରସୂନ ଯୋଶୀ ଲେଖିଛନ୍ତି। ଏହା ଜାଣିବା ପରେ ଅମିତାଭ ବଚ୍ଚନ ପୁଣି ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେବା ସହିତ କ୍ଷମା ମାଗିଥିଲେ।

ବିଗ୍ ବି ଟ୍ୱିଟ୍ କରି ଲେଖିଥିଲେ- ସଂଶୋଧନ। ଗତକାଲି ଯେଉଁ କବିତାଟି ପ୍ରକାଶିତ ହୋଇଥିଲା, ତା’ର କବି ବାବୁଜୀ ନୁହଁନ୍ତି। ତାହା ଭୁଲ୍ ଥିଲା। ଏହାକୁ ଲେଖିଛନ୍ତି କବି ପ୍ରସୂନ ଯୋଶୀ। ସେଥିପାଇଁ ମୁଁ କ୍ଷମା ମାଗୁଛି।


ଅମିତାଭ ବଚ୍ଚନ କ୍ଷମା ମାଗିବା ପରେ ତାଙ୍କ ପ୍ରଶଂସକ ମାନେ ଏ ଘଟଣାକୁ ହାଲ୍‌କା ଭାବେ ନେବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତା’ସହିତ ସମସ୍ତେ ପ୍ରସୂନ ଯୋଶୀଙ୍କ ଉକ୍ତ କବିତାକୁ ସେମାନେ ପସନ୍ଦ କରିଥିବା ମଧ୍ୟ କହିଛନ୍ତି।

Related story