ବଧୂ ବେଶରେ ଅଙ୍କିତା, ଭିକିଙ୍କ ଧରିଲେ ହାତ

ମୁମ୍ବାଇ: ନବ ବଧୁ ବେଶରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ଗାର୍ଲଫ୍ରଣ୍ଡ ଅଙ୍କତା ଲୋଖଣ୍ଡେ। ସେ ତାଙ୍କ ଦୀର୍ଘଦିନର ବୟଫ୍ରେଣ୍ଡ ଭିକ୍କି ଜୈନ୍‌ଙ୍କ ଧରିଲେ ହାତ। ଅଭିନେତ୍ରୀ ଅଙ୍କିତା ଓ ଭିକି ଜୈନ୍‌ ଅଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ନେଇଛନ୍ତି ସାତଫେରା।

ରୟାଲ ଦୁଲହନିୟା ଲୁକ୍‌ରେ ନଜର ଆସିଛନ୍ତି ଅଙ୍କିତା। ଗୋଲ୍ଡେନ୍‌ ରଙ୍ଗର ଲେହାଙ୍ଗା ପିନ୍ଧି ସେ ସାଜିଛନ୍ତି ନବବଧୂ। ସେପଟେ ଭିକି ମଧ୍ୟ ତାଙ୍କ ମ୍ୟାଚ୍‌ କରି ପିନ୍ଧି ଛନ୍ତି ସେରୱାନୀ। ଉଭୟଙ୍କ ଏହି ଲୁକ୍‌ ଏବେ ସୋଶାଲ ମିଡିଆରେ ନିଆଁ ଲାଗଇଛି। ବିବାହ ବେଳର କିଛି ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି।

ପୂର୍ବରୁ ଅଙ୍କିତାଙ୍କ ପ୍ରି-ୱେଡିଂ ଓ ସେରିମୋନିର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ହଳଦୀ ଠାରୁ ଆରମ୍ଭ କରି ମେହେନ୍ଦୀ ଓ ସଙ୍ଗୀତ ସେରିମୋନି ସବୁ କିଛି ଥିଲା ବେଶ୍‌ ଗ୍ରାଣ୍ଡ। ଏହି ଉତ୍ସବରେ ବେଶ୍‌ ଖୁସି ନଜର ଆସିଥିଲେ ଅଙ୍କିତା।

ମୁମ୍ବାଇରେ ଅଙ୍କିତା ଓ ଭିକିଙ୍କ ରୟାଲ ବିବାହ ଆୟୋଜିତ ହୋଇଛି। ଏହି ବିବାହରେ ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଷ୍ଟାରମାନେ ଯୋଗ ଦେଇଛନ୍ତି। କଙ୍ଗନା ରଣାୱତଙ୍କୁ ମଧ୍ୟ ଅଙ୍କିତା ନିଜ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ପୂର୍ବରୁ କଙ୍ଗନା ଅଙ୍କିତାଙ୍କ ସଙ୍ଗୀତ ସେରିମୋନିରେ ଯୋଗ ଦେଇଥିଲେ।

୨୦୧୮ରୁ ଭିକି ଓ ଅଙ୍କିତା ପରସ୍ପରକୁ ଡେଟ୍‌ କରୁଛନ୍ତି। ଭିକି ପେଶାରେ ଜଣେ ବିଜ୍‌ନେସ ମ୍ୟାନ୍। ଭିକିଙ୍କ ପୂର୍ବରୁ ଦୀର୍ଘ ୮ ବର୍ଷ ଧରି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଙ୍କିତା। ପବିତ୍ର ରିସ୍ତାରେ ଏଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏଠାରେ ହିଁ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

 

View this post on Instagram

 

A post shared by Richa Shah (@lokhandeankita_fan)

 

View this post on Instagram

 

A post shared by Richa Shah (@lokhandeankita_fan)

 

View this post on Instagram

 

A post shared by Richa Shah (@lokhandeankita_fan)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।