ଏକାଠି ହେବେ ଅରବାଜ୍‌-ବିବେକ

ମୁମ୍ୱାଇ : ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ଓ ବିବେକ ଓବରଏଙ୍କ ବିବାଦ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ। ୨୦୦୩ରେ ହୋଇଥିବା ଏକ ଘଟଣା ପରେ ଦୁଇ ଷ୍ଟାର ପରସ୍ପରଠାରୁ ଦୂରତା ରଖିବା ସହ ଶତ୍ରୁ ପାଲଟି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ସଲମାନଙ୍କୁ ଭୟ କରୁଛନ୍ତି ବୋଲି ବିବେକ ଏକ ଇଣ୍ଟରଭ୍ୟୁରେ କହିଥିଲେ। ବହୁ ବିବାଦ ପରେ ମଧ୍ୟ ଏବେ ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ ବିବେକଙ୍କ ସହିତ ଫିଲ୍ମ କରିବାକୁ […]

salman

salman

Hemant Lenka
  • Published: Sunday, 29 November 2020
  • Updated: 29 November 2020, 09:55 AM IST

Sports

Latest News

ମୁମ୍ୱାଇ : ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ଓ ବିବେକ ଓବରଏଙ୍କ ବିବାଦ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ। ୨୦୦୩ରେ ହୋଇଥିବା ଏକ ଘଟଣା ପରେ ଦୁଇ ଷ୍ଟାର ପରସ୍ପରଠାରୁ ଦୂରତା ରଖିବା ସହ ଶତ୍ରୁ ପାଲଟି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ସଲମାନଙ୍କୁ ଭୟ କରୁଛନ୍ତି ବୋଲି ବିବେକ ଏକ ଇଣ୍ଟରଭ୍ୟୁରେ କହିଥିଲେ। ବହୁ ବିବାଦ ପରେ ମଧ୍ୟ ଏବେ ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ ବିବେକଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି।

କୁହାଯାଇଛି ଯେ ଅରବାଜ୍‌ ଓ ବିବେକ ‘ରୋଜି-ଦ ସାଫରନ୍‌ ଚାପ୍ଟର’ ଫିଲ୍ମରେ ଏକାଠି ନଜର ଆସିବେ। ଏହି ଫିଲ୍ମରେ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ଡେବ୍ୟୁ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Vivek Oberoi (@vivekoberoi)

ଫିଲ୍ମର ନିର୍ମାତା ହେଉଛନ୍ତି ବିବେକ ଓବରଏ ଏବଂ ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅରବାଜ ବି ଏଥିରେ ଅଭିନୟ କରିବେ।

ଏବେ ପ୍ରଶ୍ନ ଉଠୁଛି ଅତୀତରେ ହୋଇଥିବା ବିବାଦ ଯୋଗୁଁ ବିବେକଙ୍କ ସହିକ ଅରବାଜଙ୍କ କାମ କରିବାକୁ ନେଇ ସଲମାନ୍‌ କିପରି ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ସଲମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏବେ ସେ ବିଗବସ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ଖୁବ୍‌ ଶୀଘ୍ର ସଲମାନଙ୍କ ମେଗା ପ୍ରୋଜେକ୍ଟ ‘ଟାଇଗର୍‌ ୩’ର ଶୁଟିଂ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos