ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌, ମାଗିଲେ ମୁକ୍ତି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଏବେ ମାଗୁଛନ୍ତି ମୁକ୍ତି। ଶୁକ୍ରବାର ଏଥିପାଇଁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏହି ଷ୍ଟାର କିଡ୍‌। ଜାମିନ ସମ୍ବନ୍ଧୀୟ ସର୍ତ୍ତକୁ ସଂଶୋଧନ କରିବାକୁ ଆର୍ଯ୍ୟନ୍ କୋର୍ଟରେ ଆବେଦନ କରିଛନ୍ତି। ପ୍ରତି ଶୁକ୍ରବାର ଦିନ ଦକ୍ଷିଣ ମୁମ୍ବାଇର ଆଣ୍ଟି ଡ୍ରଗ୍ସ ଏଜେନ୍ସି (ଏନସିବି) କାର୍ଯ୍ୟାଳୟରେ ହାଜର ହେବାକୁ ଥିବା ସର୍ତ୍ତରୁ ସେ ମୁକ୍ତି ମାଗିଛନ୍ତି। ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାକୁ ଏବେ ଦିଲ୍ଲୀ […]

aryan khan

Madhupriya Mistry
  • Published: Saturday, 11 December 2021
  • , Updated: 11 December 2021, 02:35 PM IST

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଏବେ ମାଗୁଛନ୍ତି ମୁକ୍ତି। ଶୁକ୍ରବାର ଏଥିପାଇଁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଏହି ଷ୍ଟାର କିଡ୍‌। ଜାମିନ ସମ୍ବନ୍ଧୀୟ ସର୍ତ୍ତକୁ ସଂଶୋଧନ କରିବାକୁ ଆର୍ଯ୍ୟନ୍ କୋର୍ଟରେ ଆବେଦନ କରିଛନ୍ତି। ପ୍ରତି ଶୁକ୍ରବାର ଦିନ ଦକ୍ଷିଣ ମୁମ୍ବାଇର ଆଣ୍ଟି ଡ୍ରଗ୍ସ ଏଜେନ୍ସି (ଏନସିବି) କାର୍ଯ୍ୟାଳୟରେ ହାଜର ହେବାକୁ ଥିବା ସର୍ତ୍ତରୁ ସେ ମୁକ୍ତି ମାଗିଛନ୍ତି।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାକୁ ଏବେ ଦିଲ୍ଲୀ ଏନ୍‌ସିବି ସ୍ୱତନ୍ତ୍ର ଟିମ୍‌ ଯାଂଚ କରିବ। ଏଥିପାଇଁ ମୁମ୍ବାଇ ଏନ୍‌ସିପି ଅଫିସ୍‌ରେ ତାଙ୍କୁ ହାଜିର ପକାଇବା ସର୍ତ୍ତରେ ତାଙ୍କୁ ଅଶ୍ୱସ୍ତି ଦେବା ପାଇଁ ଆର୍ଯ୍ୟନ୍‌ ନିଜ ଆବେଦନରେ କହିଛନ୍ତି।  ଏହା ବ୍ୟତୀତ ଏନସିବି କାର୍ଯ୍ୟାଳୟ ବାହାରେ ଗଣମାଧ୍ୟମ କର୍ମଚାରୀଙ୍କ ଭିଡ ରହୁଛି, ଏଥିପାଇଁ ପ୍ରତିଥର ହାଜିରା ଦେବାକୁ ଗଲାବେଳେ ତାଙ୍କୁ ପୁଲିସ କର୍ମଚାରୀ ସାଙ୍ଗରେ ନେଇ ଯିବାକୁ ପଡୁଛି। ତେଣୁ ଏଥିରୁ ମୁକ୍ତି ଦେବା ପାଇଁ ସେ ଆବେଦନ କରିଛନ୍ତି। ଆସନ୍ତା ସପ୍ତାହରେ ହାଇକୋର୍ଟରେ ଆର୍ଯ୍ୟନ୍‌ଙ୍କ ଏହି ଆବେନର ଶୁଣାଣି ହେବ।

ମୁମ୍ବାଇ ସ୍ଥିତ ଏକ କ୍ରୁଜରେ  ଚଢ଼ାଉ କରି ନିଶା କାରବାର ଅଭିଯୋଗରେ ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବି ଗିରଫ କରିଥିଲା। ପରେ ତାଙ୍କୁ ଅକ୍ଟୋବର ୨୮ ତାରିଖରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କ ଜାମିନ୍‌ ଉପରେ ହାଇକୋର୍ଟ ୧୪ ଟି ସର୍ତ୍ତ ରଖିଥିଲେ। ପ୍ରତି ଶୁକ୍ରବାର ଦିନ ଏନସିବିରେ ହାଜର ହେବା ବ୍ୟତୀତ ତାଙ୍କୁ ଅନେକ ନିର୍ଦ୍ଦେଶ ଦିଆଯାଇଥିଲା। ଏଜେନ୍ସିକୁ ସୂଚନା ନ ଦେଇ ମୁମ୍ବାଇ ଛାଡିବା ଏବଂ ସ୍ୱତନ୍ତ୍ର ଏନଡିପିଏସ କୋର୍ଟର ଅନୁମତି ବିନା ଦେଶ ଛାଡି ନଯିବା ପାଇଁ ସର୍ତ୍ତ ରହିଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

Related story