ବାହାଘର ତାରିଖ ଘୋଷଣା କଲେ ରାଣା

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ ପରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତା ରାଣା ଦଗ୍ଗୁବାତୀ ତାଙ୍କ ବାହାଘର ତାରିଖ ଘୋଷଣା କରିଛନ୍ତି। ଅଗଷ୍ଟ ୮ ତାରିଖରେ ତାଙ୍କ ବାହାଘର ହେବ। ଲକ୍‌ଡାଉନ୍ ସମୟରେ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା। ନିର୍ବନ୍ଧ ଶେଷ ହେବା ପରେ ସେ ସୋଶାଲ୍ ମିଡିଆରେ ଏ ସଂପର୍କରେ ସୂଚନା ଦେଇଥିଲେ ଓ ଫଟୋ ବି ଛାଡ଼ିଥିଲେ।   View this post on Instagram   And […]

rana

Jitendra Garnayak
  • Published: Sunday, 26 July 2020
  • , Updated: 26 July 2020, 10:15 AM IST

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ ପରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତା ରାଣା ଦଗ୍ଗୁବାତୀ ତାଙ୍କ ବାହାଘର ତାରିଖ ଘୋଷଣା କରିଛନ୍ତି। ଅଗଷ୍ଟ ୮ ତାରିଖରେ ତାଙ୍କ ବାହାଘର ହେବ।

ଲକ୍‌ଡାଉନ୍ ସମୟରେ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହିତ ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା। ନିର୍ବନ୍ଧ ଶେଷ ହେବା ପରେ ସେ ସୋଶାଲ୍ ମିଡିଆରେ ଏ ସଂପର୍କରେ ସୂଚନା ଦେଇଥିଲେ ଓ ଫଟୋ ବି ଛାଡ଼ିଥିଲେ।

 

View this post on Instagram

 

And it’s official!! 💥💥💥💥

A post shared by Rana Daggubati (@ranadaggubati) on

ରାଣା କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅଧିକ କିଛି କହିବାକୁ ଚାହାନ୍ତି ନାହିଁ। ତେବେ ସେ ମିହିକାଙ୍କୁ ବହୁତ ଭଲ ପାଆନ୍ତି। ମିହିକାଙ୍କ ଘର ତାଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂର। ସେ ତାଙ୍କ ପରିବାର ସହ ରହନ୍ତି। ଦୁହିଁଙ୍କ ଘର ଅଧିକ ଦୂରରେ ନଥିବାରୁ ଲକ୍‌ଡାଉନ୍‌ରେ ନିର୍ବନ୍ଧ ବେଳେ ବିଶେଷ କିଛି ଅସୁବିଧା ହୋଇ ନଥିଲା।

 

View this post on Instagram

 

And she said Yes :) ❤️#MiheekaBajaj

A post shared by Rana Daggubati (@ranadaggubati) on

ରାଣା କହିଛନ୍ତି ଯେ ତାଙ୍କ ବାହାଘରରେ ଅଧିକ ଲୋକ ସାମିଲ ହେବେ ନାହିଁ। କେବଳ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଏହି ବାହାଘର ହେବ।

Related story