ଟିଏମ୍‌ସି ସାଂସଦଙ୍କ ପୁଅର ନାଁକୁ ନେଇ ଚର୍ଚ୍ଚା

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାଁ। ସେ ନିଜ ପୁଅର ନାଁକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପୁଅର ବାପା କିଏ? ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ ନୁସରତ। ଏବେ କିନ୍ତୁ ପୁଅର ନାମକରଣ କରି ଏହି ପ୍ରଶ୍ନର ଉତ୍ତରକୁ ସେ ହିଣ୍ଟ ଆକରରେ ଦେଇଛନ୍ତି। ନିକଟରେ ନୁସରତଙ୍କ ପୁଅର ନାମକରଣ ହୋଇଛି। ରିପୋର୍ଟ ଅନୁସାରେ ତାଙ୍କ ପୁଅର ନାଁ ‘ଇସାନ୍‌’ ରଖାଯାଇଛି। କୁହାଯାଉଛି ଯେ, ନୁସରତ ଏବଂ […]

Nusrat

Madhupriya Mistry
  • Published: Monday, 30 August 2021
  • , Updated: 30 August 2021, 04:11 PM IST

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାଁ। ସେ ନିଜ ପୁଅର ନାଁକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପୁଅର ବାପା କିଏ? ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ ନୁସରତ। ଏବେ କିନ୍ତୁ ପୁଅର ନାମକରଣ କରି ଏହି ପ୍ରଶ୍ନର ଉତ୍ତରକୁ ସେ ହିଣ୍ଟ ଆକରରେ ଦେଇଛନ୍ତି।

ନିକଟରେ ନୁସରତଙ୍କ ପୁଅର ନାମକରଣ ହୋଇଛି। ରିପୋର୍ଟ ଅନୁସାରେ ତାଙ୍କ ପୁଅର ନାଁ 'ଇସାନ୍‌' ରଖାଯାଇଛି। କୁହାଯାଉଛି ଯେ, ନୁସରତ ଏବଂ ଅଭିନେତା ୟଶ ଦାସଗୁପ୍ତଙ୍କ ନାଁକୁ ମିଶାଇ ଏହି ନାମକରଣ କରାଯାଇଛି। ତେଣୁ ୟଶ ଦାସଗୁପ୍ତା ହିଁ ତାଙ୍କ ପୁଅର ବାପା ବୋଲି ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି।

ସେପଟେ ନୁସରତ ପୁଅକୁ ବାପାର ନାଁ ଦେବେନି ବୋଲି କହିଛନ୍ତି। ସେ ସିଙ୍ଗିଲ ମଦର ତଥା ଏକାକୀ ମା' ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି।  ଅନ୍ୟପଟେ ନିଖିଲ ଜୈନ୍‌ ମଧ୍ୟ ଏହି ଛୁଆ ତାଙ୍କର ନୁହେଁ ବୋଲି ସଫା ସଫା କହିଦେଇଛନ୍ତି।

ଗତ ୨୬ ତାରିଖରେ ନୁସରତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଡେଲିଭରୀ ବେଳେ ହସ୍ପିଟାଲରେ ଅଭିନେତା ୟଶ ଦାସଗୁପ୍ତା ଉପସ୍ଥିତ ଥିଲେ। ଏପରିକି ଘରକୁ ଆସିବା ପରେ ମଧ୍ୟ ୟଶ ଏବଂ ନୁସରତ ଦୁହେଁ ଏକାଠି ରହୁଥିବା ଶୁଣିବାକୁ ମିଳୁଛି।

୨୦୧୯ରେ ନୁସରତ ଜାହାଁ ତୁର୍କୀରେ ନିଖିଲ ଜୈନ୍‌ଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ନିଖିଲଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଏହାପରେ ତାଙ୍କ ବିବାହକୁ ନେଇ ବିବାଦ ବଢ଼ିଥିଲା। ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ବିଦେଶୀ ମାଟିରେ ତାଙ୍କର ବିବାହ ହୋଇଥିବାରୁ ଏହା  ଅବୈଧ ବୋଲି ଦାବି କରିଥିଲେ ନୁସରତ।

Related story