ଏପ୍ରିଲରେ ହିଁ ଆଲିଆ ହେବେ ମିସେସ୍‌ କପୁର!

ମୁମ୍ବାଇ: ଖୁବଶୀଘ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ଲଭବାର୍ଡ। ଚଳିତ ମାସରେ ହିଁ ଏ ଦୁଇ ଷ୍ଟାର ନେବେ ସାତ ଫେରା। ଆଲିଆ ହେବେ ମିସେସ୍‌ ରଣବୀର କପୁର। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା। ଉଭୟ ଉଦୟପୁରରେ ଡେଷ୍ଟିନେସନ୍ ମ୍ୟାରେଜ୍ […]

Alia and Ranbir

Alia and Ranbir

Madhupriya Mistry
  • Published: Sunday, 03 April 2022
  • Updated: 03 April 2022, 09:06 AM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ଲଭବାର୍ଡ। ଚଳିତ ମାସରେ ହିଁ ଏ ଦୁଇ ଷ୍ଟାର ନେବେ ସାତ ଫେରା। ଆଲିଆ ହେବେ ମିସେସ୍‌ ରଣବୀର କପୁର। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା। ଉଭୟ ଉଦୟପୁରରେ ଡେଷ୍ଟିନେସନ୍ ମ୍ୟାରେଜ୍ କରିଥାନ୍ତେ। ହେଲେ ଉଦୟପୁର ବଦଳରେ ମୁମ୍ବାଇରେ ହିଁ ଉଭୟଙ୍କ ବିବାହ ହେବ। କପୁରଙ୍କ ଆର୍‌କେ ହାଉସ୍‌ରେ ହିଁ ଏହି ଗ୍ରାଣ୍ଡ ସେଲିବ୍ରେସନ୍ ହେବ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କପୁର ଓ ଭଟ୍ଟ ପରିବାର ଏକାଠି ବିଭିନ୍ନ ସପିଂ କରୁଥିବା ଦେଖିବାକୁ ମିଳିଛି। ତା'ସହ ଆର୍‌କେ ହାଉସ୍‌ରେ ବି ହଲଚଲ ବଢ଼ି ଯାଇଛି।

ଖବର ଅନୁଯାୟୀ ରଣବୀର କପୁର ନିଜେ ଏହି ୱେଡିଂ ଭେନ୍ୟୁ ସ୍ଥିର କରିଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ରଣବୀର ତାଙ୍କ ଜେଜେ ମା' କୃଷ୍ଣ ରାଜ କପୁରଙ୍କ ଅତି ନିକଟତର ଥିଲେ। ତାଙ୍କ ବାପା ମା' ରିଷି କପୁର ଏବଂ ନୀତୁ କପୁର ମଧ୍ୟ ୨୦ଜାନୁଆରୀ ୧୯୮୦ରେ ଆର.କେ ହାଉସରେ ହିଁ ବିବାହ କରିଥିଲେ। ଏଭଳି ପରିସ୍ଥିତିରେ ରଣବୀର ମଧ୍ୟ ଏଠାରେ ହିଁ ଆଲିଆଙ୍କ ସହ ସାତଫେରା ନେବାକୁ ଚାହୁଁଛନ୍ତି।

କପୁର ଓ ଭଟ୍ଟ ପରିବାରର ଏହି ବିବାହରେ କେବଳ ୪୫୦ ଲୋକେ ଯୋଗଦେବେ। ଏହି ବିବାହରେ କେବଳ ଅତି ଘନିଷ୍ଠ ଲୋକମାନେ ଅତିଥି ରୂପେ ଆସିବେ। ଏହି ଦମ୍ପତି ସେମାନଙ୍କ ନିକଟ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସାତଫେରା ନେବେ ବୋଲି ସ୍ଥିତର କରିଛନ୍ତି। ବିବାହର ସ୍କ୍ୱାଡ୍‌ ୱେଡିଂ ପ୍ଲାନର ପ୍ଲାନ୍‌ କରୁଛନ୍ତି। ତେବେ ଏହି ଦୁଇ ଲଭ୍‌ବାର୍ଡ କେଉଁ କେବେ ବିବାହ କରିବେ ସେ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ।

ଗତ କିଛି ବର୍ଷ ଧରି ରଣବୀର ଓ ଆଲିଆ ପରସ୍ପରକୁ ଡେଟ୍ କରୁଛନ୍ତି। ଏ ବର୍ଷ ଉଭୟଙ୍କ ହାଇବଜେଟ୍ ଫିଲ୍ମ 'ବହ୍ମାସ୍ତ୍ର' ରିଲିଜ୍ ହେଉଛି। ଏହାର ସୁଟିଂ ସରିଥିବାରୁ ଏବେ ଉଭୟ ବିବାହ କରିବାକୁ ଚାହୁଁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos