କଙ୍ଗନାଙ୍କ ଉପରେ ବର୍ଷିଲେ କୋର୍ଟ, କହିଲେ- ଭୁଲନି ତୁମେ ବି ଜଣେ ଅଭିଯୁକ୍ତ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ଅଡୁଆ। ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢ଼ିଛି। କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ନିକଟରେ କଙ୍ଗନା ଆନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଳେ। ତେବେ କୋର୍ଟ କଙ୍ଗନାଙ୍କ […]

Kangana

Madhupriya Mistry
  • Published: Thursday, 24 March 2022
  • , Updated: 24 March 2022, 04:06 PM IST

ମୁମ୍ବାଇ: ପିଛା ଛାଡୁନି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ଅଡୁଆ। ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢ଼ିଛି। କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ନିକଟରେ କଙ୍ଗନା ଆନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଳେ। ତେବେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ଏବଂ ଏହି ଘଟଣାରେ ସ୍ଥାୟୀ ଛାଡ ପାଇଁ ଅଭିନେତ୍ରୀଙ୍କୁ ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି 'ଅଭିନେତ୍ରୀ ତାଙ୍କର ବୃତ୍ତିଗତ କାର୍ଯ୍ୟ ହେତୁ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ସେ ଭୁଲନ୍ତୁ ନି ଯେ ସେ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ।'

ଅନ୍‌ଲାଇନ୍‌ ମିଡିଆ ରିପୋର୍ଟ ଅନୁସାରେ କଙ୍ଗନା ରଣାୱତ ମାତ୍ର ଦୁଇ ଥର ଏହି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି। ପ୍ରଥମେ ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଲା ଏବଂ ଦ୍ୱିତୀୟରେ ଯେତେବେଳେ କଙ୍ଗନା ମାଜିଷ୍ଟ୍ରେଟଙ୍କୁ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଥିଲେ।

ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ମୁତାବକ,  ମାଜିଷ୍ଟ୍ରେଟ୍ ଆର.ଆର ଖାନ ଜାଣିବାକୁ ପାଇଛନ୍ତି ଯେ କଙ୍ଗନା ଏହି ମାମଲାର ଶୁଣାଣିରେ ହାଜର ହୋଇନାହାଁନ୍ତି ଏବଂ ଏହି ବିଚାର ପ୍ରକ୍ରିୟାକୁ ନିଜ ଢ଼ଙ୍ଗରେ ପ୍ରଭାବିତ କରୁଛନ୍ତି। ତେଣୁ ଏହାକୁ ନେଇ କୋର୍ଟ କଙ୍ଗନାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏଥିରେ କଙ୍ଗନା ଜାଭେଦ ଅଖତରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କିହଥିଲେ, 'ବଲିଉଡର 'ସୁସାଇଡ୍‌ ଗ୍ୟାଙ୍ଗ' ସହ ଜାଭେଦଙ୍କ ସମ୍ବନ୍ଧ ରହିଛି, ଯେଉଁମାନେ କି ଆଉଟ ସାଇଡରଙ୍କଉ ଆତ୍ମହତ୍ୟା କରିବା ପାଇଁ ଉସ୍‌କାଇଥାନ୍ତି।' ଏହି ବୟାନ ପରେ ଜାଭେଦ ତାଙ୍କ ଭାବମୂର୍ତ୍ତି ଖାରପ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ।

Related story