ଜୁନିଅର୍‌ NTRଙ୍କ ପାଇଁ ପାଗଳ ଦୀପିକା

ମୁମ୍ବାଇ: ନିଜ ବାଜିରାଓଙ୍କୁ ଛାଡି ସାଉଥ ସୁପରଷ୍ଟାରଙ୍କ ପାଇଁ ପାଗଳ ବଲିଉଡର ମସ୍ତାନୀ ଗାର୍ଲ। ସ୍ୱାମୀ ରଣବୀର ସିଂହଙ୍କୁ ଛାଡି ଏବେ ଜୁନିଅର ଏନ୍‌ଟିଆର୍‌ଙ୍କ ପାଇଁ ପ୍ରେମରେ ପଡିଛନ୍ତି ଦୀପିକା ପାଦୁକୋନ୍‌। ଏ କଥା ଆମେ କହୁନୁ ସେ ଖୋଦ୍‌ କହିଛନ୍ତି। ସର୍ବସମ୍ମୁଖରେ ସେ ଜୁନିଅର ଏନ୍‌ଟିଆର୍‌ଙ୍କୁ ନେଇ ଏଭଳି ଖୁଲାସା କରିଛନ୍ତି। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି ସାଉଥ ସୁପରଷ୍ଟାର୍‌ଙ୍କ ଜଲୱା। ବକ୍ସ ଅଫିସରେ ରେକର୍ଡ କରୁଛି ସାଉଥ ଫିଲ୍ମ। କେବଳ ବକ୍ସ ଅଫିସ୍‌ ନୁହେଁ […]

NTR and Deepika

Madhupriya Mistry
  • Published: Monday, 14 February 2022
  • , Updated: 14 February 2022, 02:23 PM IST

ମୁମ୍ବାଇ: ନିଜ ବାଜିରାଓଙ୍କୁ ଛାଡି ସାଉଥ ସୁପରଷ୍ଟାରଙ୍କ ପାଇଁ ପାଗଳ ବଲିଉଡର ମସ୍ତାନୀ ଗାର୍ଲ। ସ୍ୱାମୀ ରଣବୀର ସିଂହଙ୍କୁ ଛାଡି ଏବେ ଜୁନିଅର ଏନ୍‌ଟିଆର୍‌ଙ୍କ ପାଇଁ ପ୍ରେମରେ ପଡିଛନ୍ତି ଦୀପିକା ପାଦୁକୋନ୍‌। ଏ କଥା ଆମେ କହୁନୁ ସେ ଖୋଦ୍‌ କହିଛନ୍ତି। ସର୍ବସମ୍ମୁଖରେ ସେ ଜୁନିଅର ଏନ୍‌ଟିଆର୍‌ଙ୍କୁ ନେଇ ଏଭଳି ଖୁଲାସା କରିଛନ୍ତି।

ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଛି ସାଉଥ ସୁପରଷ୍ଟାର୍‌ଙ୍କ ଜଲୱା। ବକ୍ସ ଅଫିସରେ ରେକର୍ଡ କରୁଛି ସାଉଥ ଫିଲ୍ମ। କେବଳ ବକ୍ସ ଅଫିସ୍‌ ନୁହେଁ ଓଟିଟିରେ ମଧ୍ୟ ସାଉଥ ଅଭିନେତାଙ୍କ ଜାଦୁ ଜାରି ରହିଛି। ବର୍ତ୍ତମାନ ବଲିଉଡର ହିରୋଇନମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆଲିଆ ଭଟ୍ଟଙ୍କ ପରେ ଏବେ ଦୀପିକା ଏହି ଲାଇନ୍‌ରେ ଅଛନ୍ତି।

ଦୀପିକା ଏବେ ସାଉଥ ଫିଲ୍ମର ସୁପରଷ୍ଟାର ଜୁନିଅର୍‌ ଏନ୍‌ଟିଆର୍‌ଙ୍କୁ ସହ କାମ କରିବାକୁ ଇଚ୍ଛା ଜାହିର କରିଛନ୍ତି। ସେ ତାଙ୍କ ସହ କାମ କରିବାକୁ ଏକ ପ୍ରକାର ପାଗଳ ଥିବା ମଧ୍ୟ କହିଛନ୍ତି। ଦୀପିକା ତାଙ୍କ ଅପ୍‌କମିଂ ଫିଲ୍ମ 'ଗହରାଇୟାଁ'ର ପ୍ରମୋସନ୍‌ ବେଳେ ଜୁନିଅର୍‌ ଏନ୍‌ଟିଆର୍‌ଙ୍କୁ ନେଇ ଏହି କଥା କହିଛନ୍ତି।

ସେ କେଉଁ ଅଭିନେତାଙ୍କ ସହ କାମ କରିବା ପାଇଁ ପସନ୍ଦ କରିବେ ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ଦୀପିକା, ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ନାଁ ନେଇଥିଲେ। ଏନ୍‌ଟିଆରଙ୍କ ବ୍ୟକ୍ତିତ୍ୱ ତାଙ୍କୁ ଖୁବ୍‌ ଆକର୍ଷିତ କରେ। ସେ ତାଙ୍କ ସହ କାମ କରିବାକୁ ଏକ ପ୍ରକାରର ପାଗଳ ଥିବା କହିଥିଲେ। କେବଳ ସେତିକି ନୁହେଁ ସେ 'ପୁଷ୍ପା' ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ମଧ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଆଗକୁ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଫିଲ୍ମ 'ଆର୍‌ଆର୍‌ଆର୍‌' ରିଲିଜ ହେବାକୁ ଯାଉଛି। ଏହାକୁ ସବୁ ଭାଷାରେ ପୁରା ଦେଶରେ ରିଲିଜ କରାଯିବ। ଏହି ଫିଲ୍ମକୁ ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲି ନିର୍ଦ୍ଦେଶନା ଦେଇଛନ୍ତ। ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ରାମ ଚରଣ, ଅଜୟ ଦେବଗନ ଓ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି। ଏହି ଫିଲ୍ମୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ବଡ ପରଦାରେ ରିଲିଜ ହେବ।

Related story