ମୁମ୍ବାଇ: ପ୍ରସିଦ୍ଧ ଡ୍ରେସ୍ ତଥା ଜୁଏଲାରୀ ଡିଜାଇନର୍ ସବ୍ୟସାଚୀ। ନିଜର ଅଦ୍ଭୁତ ଡିଜାଇନ୍ ପାଇଁ ସେ ଚାରିଆଡେ ପ୍ରସିଦ୍ଧ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠୁ ତାଙ୍କର ଦବଦବା ରହିଛି। ତେବେ ଏହି ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀ ପୁଣି ଥରେ ଟ୍ରୋଲ୍ର ଶିକାର ହୋଇଛନ୍ତି।
ମଙ୍ଗଳସୂତ୍ର ବିଜ୍ଞାପନ ପରେ ତାଙ୍କର ଆଉ ଏକ ନୂଆ ବିଜ୍ଞାପନକୁ ନେଇ ଦେଖାଦେଇଛି ବିବାଦ। ତାଙ୍କର କ୍ରିଏଟିଭିଟି ଚିନ୍ତାଧାରା ତାଙ୍କ ଉପରେ ଭାରି ପଡିଛି। ପୁଣି ଥରେ ନିଜର ଜୁଏଲାରୀ କଲେକସନ୍କୁ ନେଇ ତିଆରି କିରଥିବା ବିଜ୍ଞାପନ ପାଇଁ ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଛନ୍ତି।
ଅଟମ୍ ୱିନଟର ଜୁଏଲେରୀ କଲେକ୍ସନ-୨୦୨୧ର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ଶାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର କ୍ୟାରୀ କରିଛନ୍ତି। ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି। କିନ୍ତୁ ତାଙ୍କ ମୁହଁରେ ଟିକେ ବି ଖୁସି ନାହିଁ। ସମସ୍ତେ ଦୁଃଖୀ ମନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତେ 'ଅନ୍ହାପି' ଅଛନ୍ତି। ଏହାକୁ ନେଇ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି।
ଆଉ କେତେ ଜଣ ୟୁଜର୍ସ ସବ୍ୟସାଚୀଙ୍କୁ ମଡେଲ୍ସମାନେ ଏତେ ଦୁଃଖୀ କାହିଁକି ଅଛନ୍ତି ବୋଲି ପ୍ରଶ୍ନ ପାଚରିଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି, ମଡେଲ୍ ମାନେ ଡିଟକ୍ସ ଡାଏଟ୍ରେ ଅଛନ୍ତି କି? ପ୍ରଶ୍ନ କରିଛନ୍ତି।
କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ବିବାଦ ଘେରକୁ ଆସିଥିଲେ ସବ୍ୟସାଚୀ। ମଡେଲମାନେ ଲିଙ୍ଗରୀ ପିନ୍ଧି ମଙ୍ଗଳସୂତ୍ର ବିଜ୍ଞାପନରେ ନଜର ଆସିଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ଏକ ପୋଷ୍ଟ ଲେଖି ସେ କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ।
https://twitter.com/CandidShweta/status/1464448222257049601?s=20
https://twitter.com/Mansi1253/status/1464611887006556162?s=20
View this post on Instagram