ବଲିଉଡ ରାପର୍‌ଙ୍କ ନାଁରେ FIR, ଭାଙ୍ଗିଲେ ନିୟମ

ମୁମ୍ବାଇ: ଫସିଲେ ବଲିଉଡର ପ୍ରସିଦ୍ଧ ସିଙ୍ଗର ତଥା ରାପର। ଲାଇଭ୍‌ କନ୍‌ସର୍ଟ ବେଳେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ରାପର ଏପି ଢ଼ିଲ୍ଲନଙ୍କ ନାଁରେ ମୁମ୍ବାଇ ପୁଲିସ ଏଫଆଇଆର୍‌ ରୁଜୁ କରିଛି। ନିକଟରେ ମୁମ୍ବାଇରେ ଏପି ଢ଼ିଲ୍ଲନଙ୍କ ଏକ ଲାଇଭ କନ୍‌ସର୍ଟ ଆୟୋଜିତ ହୋଇଥିଲା। ଏହି କନ୍‌ସର୍ଟରେ ଷ୍ଟାର କିଡ୍‌ ଜାହ୍ନବୀ କପୁର, ସାରା ଅଲ୍ଲି ଖାନ୍‌ ତାଙ୍କ ଭାଇ ଇବ୍ରାହିମ୍‌ ଅଲ୍ଲି ଖାନ୍‌ ଓ ସାରା ତେନ୍ଦୁଲକର ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଅନେକ ବଡ […]

AP Dhillon

Madhupriya Mistry
  • Published: Monday, 13 December 2021
  • , Updated: 13 December 2021, 03:26 PM IST

ମୁମ୍ବାଇ: ଫସିଲେ ବଲିଉଡର ପ୍ରସିଦ୍ଧ ସିଙ୍ଗର ତଥା ରାପର। ଲାଇଭ୍‌ କନ୍‌ସର୍ଟ ବେଳେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ରାପର ଏପି ଢ଼ିଲ୍ଲନଙ୍କ ନାଁରେ ମୁମ୍ବାଇ ପୁଲିସ ଏଫଆଇଆର୍‌ ରୁଜୁ କରିଛି।

ନିକଟରେ ମୁମ୍ବାଇରେ ଏପି ଢ଼ିଲ୍ଲନଙ୍କ ଏକ ଲାଇଭ କନ୍‌ସର୍ଟ ଆୟୋଜିତ ହୋଇଥିଲା। ଏହି କନ୍‌ସର୍ଟରେ ଷ୍ଟାର କିଡ୍‌ ଜାହ୍ନବୀ କପୁର, ସାରା ଅଲ୍ଲି ଖାନ୍‌ ତାଙ୍କ ଭାଇ ଇବ୍ରାହିମ୍‌ ଅଲ୍ଲି ଖାନ୍‌ ଓ ସାରା ତେନ୍ଦୁଲକର ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଅନେକ ବଡ ବଡ ସେଲେବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଏଥିସହ ପ୍ରବଳ ଭିଡ ମଧ୍ୟ ଜମିଥିଲା। ମୁମ୍ବାଇ ସାନ୍ତାକ୍ରୁଜର ଏକ ଫାଇଭ୍‌ ଷ୍ଟାର ହୋଟେଲରେ ଏହି ଲାଇଭ୍‌ କନ୍‌ସର୍ଟ ଆୟୋଜନ କରାଯାଇଥିଲା।

ସୂଚନା ମୁତାବକ ମୁମ୍ବାଇରେ ଏଭଳି ଏକ ବଡ଼ ଲାଇଭ କନସର୍ଟ ବିଷୟରେ ସରକାର, ପୁଲିସ ଏବଂ ବିଏମସି ଅଧିକାରୀମାନେ ଅବଗତ ନଥିଲେ। କରୋନାର ବଢ଼ୁଥିବା ବିପଦ ମଧ୍ୟରେ ଏକ ଲାଇଭ୍ କନ୍‌ସର୍ଟ ଆୟୋଜନ କରାଯାଉଥିବା ସେ ଜାଣି ନଥିଲେ ଏବଂ ଏଥିରେ ବହୁ ସଂଖ୍ୟକ ଜନସମାଗମ ହେଉଥିଲା। ଲାଇଭ୍ କନ୍‌ସର୍ଟକୁ ନେଇ ମୁମ୍ବାଇ ସରକାର ଏବଂ ବିଏମସି ଅଧିକାରୀଙ୍କୁ କାହିଁକି ଏହି କନ୍‌ସର୍ଟକୁ ଅଟକାଇ ନଥିଲେ ବୋଲି ବିଜେପି ସରକାର ପ୍ରଶ୍ନ କରିଥିଲେ। ଏଥିସହ କିଭଳି ସେ ଏ ବିଷୟରେ ଅବଗତ ନଥିଲେ ବୋଲି ପ୍ରଶ୍ନ କରିଥିଲେ।

ଏହି ମାମଲାରେ ମୁମ୍ବାଇ ପୁଲିସ ଆଇପିସି ଧାରା ୧୮୮, ୨୬୯ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ କରିଛି। ପୁଲିସ କନ୍‌ସର୍ଟ ଅର୍ଗାନାଇଜେସନ ବିରୋଧରେ କରୋନା ନିୟମ ଉଲ୍ଲଖନ କରିବା ଅଭିଯୋଗରେ ମାମଲା ରୁଜୁ କରିଛି।

 

View this post on Instagram

 

A post shared by @janhvikapoorslays___

 

View this post on Instagram

 

A post shared by @janhvikapoorslays___

Related story