ଗହନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୃତ୍ୟୁ ସହ କରୁଛନ୍ତିି ସଂଘର୍ଷ

ମୁମ୍ବାଇ: ଗନ୍ଦି ବାତ୍ ଫେମ୍ ଅଭିନେତ୍ରୀ ଗହନା ବଶିଷ୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡିଛି। ସେ ଏବେ ହସ୍ପିଟାଲ ବେଡ୍‌ରେ ଜୀବନ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ। ହୃଦ୍‌ଘାତ ପରେ ତାଙ୍କ ଫୁସ୍‌ଫୁସ୍ କାମ କରିବା ବନ୍ଦ କରିଦେଇଛି । ଅଭିନେତ୍ରୀଙ୍କ ଜଣେ ନିକଟ ସମ୍ପର୍କୀୟ ଏନେଇ ସୂଚନା ଦେଇଛନ୍ତି। ଗହନାଙ୍କୁ ଏବେ ସିବିସି ପମ୍ପ ଅର୍ଥାତ କାର୍ଡିଓପୁଲମୋନାରୀ ବାଇପାସ୍ ଟେକ୍ନିକରେ ରଖାଯାଇଛି। ଗହନାଙ୍କ ମୁଖପାତ୍ର ଫ୍ଲିନି ରେମିଡିୟୋସ କହିଛନ୍ତି ଯେ ମଧୁମେହ ବିଶେଷଜ୍ଞ ତଥା କାର୍ଡିଆକ୍ ଇଣ୍ଟେନସିଭିଷ୍ଟ […]

Gehana Vasisth

Gehana Vasisth

Madhupriya Mistry
  • Published: Wednesday, 07 July 2021
  • Updated: 07 July 2021, 06:48 PM IST

Sports

Latest News

ମୁମ୍ବାଇ: ଗନ୍ଦି ବାତ୍ ଫେମ୍ ଅଭିନେତ୍ରୀ ଗହନା ବଶିଷ୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡିଛି। ସେ ଏବେ ହସ୍ପିଟାଲ ବେଡ୍‌ରେ ଜୀବନ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ। ହୃଦ୍‌ଘାତ ପରେ ତାଙ୍କ ଫୁସ୍‌ଫୁସ୍ କାମ କରିବା ବନ୍ଦ କରିଦେଇଛି । ଅଭିନେତ୍ରୀଙ୍କ ଜଣେ ନିକଟ ସମ୍ପର୍କୀୟ ଏନେଇ ସୂଚନା ଦେଇଛନ୍ତି। ଗହନାଙ୍କୁ ଏବେ ସିବିସି ପମ୍ପ ଅର୍ଥାତ କାର୍ଡିଓପୁଲମୋନାରୀ ବାଇପାସ୍ ଟେକ୍ନିକରେ ରଖାଯାଇଛି।

ଗହନାଙ୍କ ମୁଖପାତ୍ର ଫ୍ଲିନି ରେମିଡିୟୋସ କହିଛନ୍ତି ଯେ ମଧୁମେହ ବିଶେଷଜ୍ଞ ତଥା କାର୍ଡିଆକ୍ ଇଣ୍ଟେନସିଭିଷ୍ଟ ଡକ୍ଟର ପ୍ରଣବ କାବରାଙ୍କ ଅନୁଯାୟୀ ଅଭିନେତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସୋମବାର ସକାଳେ ଗହନାଙ୍କ ଅବସ୍ଥା ସୁଧୁରିଥିଲା ​​କିନ୍ତୁ ମଧ୍ୟାହ୍ନ ସୁଦ୍ଧା ପୁଣି ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା।

ଗତ ଶନିବାର ଗହନାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ପଶ୍ଚିମ ମୁମ୍ବାଇର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିନେତ୍ରୀଙ୍କ ମଧୁମେହ ଅଛି, ଯଦି ସେ ଠିକ୍ ସମୟରେ ଇନସୁଲିନ୍ ନ ପାଆନ୍ତି, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଏ। ଏହାପୂର୍ବରୁ ସୁଟିଂ ସମୟରେ ଗହନା ମଧ୍ୟ ଅଚେତ୍ ହୋଇଯାଇଥିଲେ।

ମିସ ଏସିଆ ବିକିନି ମୁକୁଟ ପିନ୍ଧି ସାରିଥିବା ଗହନା ଅନେକ ବିଜ୍ଞାପନ ସମେତ ହିନ୍ଦୀ ଏବଂ ତେଲୁଗୁ ଫିଲ୍ମରେ କାମ କରିସାରିଛନ୍ତି। ଗହନା କଣ୍ଟ୍ରଭର୍ସି କୁଇନ୍ ନାମରେ ବେଶ୍ ପରିଚିତ। ନିକଟରେ ପର୍ଣ୍ଣ ଭିଡିଓ ସୁଟ୍ କରିବା ଏବଂ ତାକୁ ସୋଶାଲ ମିଡିଆରେ ଅପ୍‌ଲୋଡ କରିବା ଅଭିଯୋଗରେ ଗହନାଙ୍କୁ ମଡ୍ ଆଇଲ୍ୟାଣ୍ଡରୁ ପୁଲିସ ଗିରଫ କରିଥିଲା। ଗତ ୫ ମାସ ହେବ ସେ ବାଇକୁଲା ଜେଲ୍‌ରେ ଥିଲେ। ଗତ କିଛି ଦିନ ତଳେ ହିଁ ସେ ଜାମିନରେ ମୁକୁଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos