'ପୁଲିସ ମୋର ଏଭଳି ଦୁର୍ଦ୍ଦଶା କରିଛି'  

ମୁମ୍ବାଇ: ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ। ଅଶ୍ଳୀଳ ଫିଲ୍ମ ମାମଳାରେ ପୂର୍ବରୁ ଗିରଫ ହୋଇସାରିଥିବା ଏବଂ ରାଜକୁନ୍ଦ୍ରା ପର୍ଣ୍ଣ କେସ୍‌ର ଆରୋପୀ ଥିବା ଗେହନା ବଶିଷ୍ଟ ପୁଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲମ୍ବା ଚଉଡା ନୋଟ ଲେଖିଛନ୍ତି। ଗେହନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ଡ୍ରେସ୍‌ ଚିରିଯାଇଥିବା ଦେଖିବାକୁ ମିଳିଛି। ସେ ଏଥିରେ ଲେଖିଛନ୍ତି, ‘ପୁଲିସ୍ କର୍ମଚାରୀମାନେ ମୋର ଏଭଳି […]

Gehana vasisth

Gehana vasisth

Madhupriya Mistry
  • Published: Saturday, 28 August 2021
  • Updated: 28 August 2021, 05:20 PM IST

ମୁମ୍ବାଇ: ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ। ଅଶ୍ଳୀଳ ଫିଲ୍ମ ମାମଳାରେ ପୂର୍ବରୁ ଗିରଫ ହୋଇସାରିଥିବା ଏବଂ ରାଜକୁନ୍ଦ୍ରା ପର୍ଣ୍ଣ କେସ୍‌ର ଆରୋପୀ ଥିବା ଗେହନା ବଶିଷ୍ଟ ପୁଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲମ୍ବା ଚଉଡା ନୋଟ ଲେଖିଛନ୍ତି।

ଗେହନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ଡ୍ରେସ୍‌ ଚିରିଯାଇଥିବା ଦେଖିବାକୁ ମିଳିଛି। ସେ ଏଥିରେ ଲେଖିଛନ୍ତି, 'ପୁଲିସ୍ କର୍ମଚାରୀମାନେ ମୋର ଏଭଳି ଦୁର୍ଦ୍ଦଶା କରିଛନ୍ତି। ସମସ୍ତ ଆକାଉଣ୍ଟ ଫ୍ରିଜ୍ ହୋଇଛି, ଟଙ୍କା ନାହିଁ, ଘରକୁ ଯାଇପାରିବି ନାହିଁ ନଚେତ୍ ପୁଲିସ ଗିରଫ କରିନେବ। ମୋବାଇଲ୍, ଲାପଟପ୍ ସବୁକିଛି ନେଇଯାଇଛି ପୁଲିସ। ଜାମିନ ପାଇଁ ଗତଥର କାର ବନ୍ଧକ ରଖିଥିଲି।'

ଗେହନା ଆହୁରି ଲେଖିଛନ୍ତି, 'ମୁଁ କିଛି ଅଜ୍ଞାତ ଲୋକଙ୍କ ସହ ରହୁଛି। ସେମାନେ ମୋ ଘର ଦଖଲ କରି ନେଇଛନ୍ତି। ଋଣ ଆଣି ଓକିଲଙ୍କ ଫି' ଦେଇଥିଲି। ମୁମ୍ବାଇ ପୁଲିସ ଏହାଠାରୁ ଖରାପ ଆଉ କ’ଣ କରିବ, ଏହାଠାରୁ ଅଧିକ ଆଉ କ'ଣ ବିଗିଡିବ?'

'ସତ ନିଶ୍ଚିତ ରୂପେ ସାମ୍ନାକୁ ଆସିବ। ମୋର ଏବେ ଖରାପ ସମୟ ଚାଲିଛି, ଦିନେ ନା ଦିନେ ତୁମର ବି ପାଳି ପଡିବ। ଯେତେ କଷ୍ଟ ଦେବାର ଅଛି ଦିଅ। ମୁଁ କିନ୍ତୁ ହାରିବି ନାହିଁ।'

ସୂଚନା ମୁତାବକ, ଗଲା ଫେବ୍ରୁଆରୀ ମାସରେ ପର୍ଣ୍ଣ ଫିଲ୍ମ ତିଆରି କରିବା ଏବଂ ସେଗୁଡିକୁ ଆପ୍ସ ଜରିଆରେ ପ୍ରସାରିତ କରିବା ଅଭିଯୋଗରେ ପୁଲିସ ଗେହନା ବଶିଷ୍ଟଙ୍କୁ ଗିରଫ କରିଥିଲା। ଚାରି ମାସ ଜେଲ୍‌ରେ ରହିବା ପରେ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଗେହନା ତାଙ୍କର ସମର୍ଥନ କରିଥିଲେ ଲୋକଙ୍କୁ ପର୍ଣ୍ଣ ଏବଂ ଇରୋଟିକ୍‌ ଭିଡିଓ ମଧ୍ୟରେ ଫରକ କ'ଣ ତାହା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos