ବଦଳିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଚେହେରା, ଚିହ୍ନିବା ମୁସକିଲ

ମୁମ୍ବାଇ: ବଦଳି ଗଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ। ମିସ୍‌ ୟୁନିର୍ଭସର ମୁକୁଟ ଜିତିବାର ୩ ମାସ ପରେ ଏବେ ତାଙ୍କୁ ଚିହ୍ନିବା ମୁସ୍‌କିଲ୍‌ ହୋଇଗଲାଣି। ସେ ଥିଲେ କ’ଣ ଆଉ ହେଲେଣି କ’ଣ? ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇବା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସବୁ କିଛି ଓଲଟା ହୋଇଯାଇଛି। ୨୧ ବର୍ଷ […]

Harnaaz-1

Harnaaz-1

Madhupriya Mistry
  • Published: Tuesday, 29 March 2022
  • Updated: 29 March 2022, 05:23 PM IST

Sports

Latest News

ମୁମ୍ବାଇ: ବଦଳି ଗଲେଣି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁ। ମିସ୍‌ ୟୁନିର୍ଭସର ମୁକୁଟ ଜିତିବାର ୩ ମାସ ପରେ ଏବେ ତାଙ୍କୁ ଚିହ୍ନିବା ମୁସ୍‌କିଲ୍‌ ହୋଇଗଲାଣି। ସେ ଥିଲେ କ'ଣ ଆଉ ହେଲେଣି କ'ଣ? ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇବା ପରେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ସବୁ କିଛି ଓଲଟା ହୋଇଯାଇଛି।

In Body Shaming Today, Miss Universe Harnaaz Sandhu Targeted For Her  Showstopper Look At FDCxLFW

୨୧ ବର୍ଷ ପରେ ଭାରତ ପାଇଁ ମିସ୍‌ ୟୁନିର୍ଭସ ମୁକୁଟ ଆଣିଥିଲେ ହରନାଜ। ରାତାରାତି ସେ ପାଲଟି ଯାଇଥିଲେ ଷ୍ଟାର। ତାଙ୍କ ପପୁଲାରିଟି ମଧ୍ୟ ଢ଼େର ବଢ଼ିଯାଇଥିଲା। ତାଙ୍କ ଅନ୍ଦାଜ, ତାଙ୍କ କହିବା ଷ୍ଟାଇଲ୍‌, ତାଙ୍କ ଡ୍ରେସିଂ ସେନ୍ସ ସବୁକିଛି ଫ୍ୟାନ୍‌ମାନଙ୍କୁ କରିଥିଲା ଆଟ୍ରାକ୍ଟ। କେବଳ ସେତିକି ନୁହେଁ ତାଙ୍କ ଫିଗର୍‌ ଫିଟ୍‌ନେସକୁ ନେଇ ମଧ୍ୟ ଅନେକ ହୋଇଯାଇଥିଲେ ଦିୱାନା। ଅନେକ ଯୁବତୀ ମଧ୍ୟ ହରନାଜଙ୍କ ଭଳି ଫିଗର ମେଣ୍ଟେନ୍‌ କରିବାକୁ ସ୍ବପ୍ନ ଦେଖିଥିଲେ। କିନ୍ତୁ ଏବେ ହରନାଜ ଆଉ ପୂର୍ବଭଳି ନାହାନ୍ତି ସବୁକିଛି ବଦଳି ଯାଇଛି।

Miss Universe Harnaaz Sandhu moves from India to New York

ମିସ୍‌ ୟୁନିର୍ଭସ ହେବାର ୩ ମାସରେ ପରେ ଏବେ ହରନାଜଙ୍କ ପୂରା ଫିଗର ଫିଟନେସ୍‌ ବିଗିଡି ଯାଇଛି। ସେ ପ୍ରବଳ ମୋଟି ହୋଇଯାଇଛନ୍ତି। ତାଙ୍କ ଓଜନ ମଧ୍ୟ ଢ଼େର ବଢ଼ି ଯାଇଛି। ନିକଟରେ ହରନାଜ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଅପ୍‌ଲୋଡ କରିଛନ୍ତି। ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇଯାଇଛନ୍ତି।

Weight gain issue ni Miss Universe Harnaaz Sandhu, dinipensahan ni Catriona  Gray | PUSH.COM.PH

ନିକଟରେ ଆୟୋଜିତ ହୋଇଥିବା ଲାକମି ଫ୍ୟାଶନ ୱିକ୍‌ରେ ହରନାଜ ରାମ୍ପ ୱକ୍‌ କରିଥିଲେ। ସେ ନିଜ ରାମ୍ପ ୱକ୍‌ରେ ସମସ୍ତଙ୍କୁ ବେଶ୍‌ ଇମ୍ପ୍ରେସ କରିଥିଲେ। କିନ୍ତୁ ତାଙ୍କ ବଢ଼ିଥିବା ଓଜନ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ହରନାଜଙ୍କ ଫିଗରରେ ହୋଇଥିବା ଏଭଳି ପରିବର୍ତ୍ତନର କାରଣ କ'ଣ? ତାକୁ ନେଇ ଏବେ ସମସ୍ତ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

Everything about Harnaaz Sandhu, who brought Miss Universe crown home after  21 years | Beauty News – India TV

ସୂଚନା ମୁତାବକ, ମିସ୍‌ ୟୁନିର୍ଭସ ପ୍ରତିଯୋଗିତାରେ ଭାଗ ନେବାର ତିନି ଦିନ ପୂର୍ବରୁ ହରନାଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ସେ ଏନେଇ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ। ସେହି ସମୟରେ ସେ ତାଙ୍କର celiac ରୋଗ ବିଷୟରେ ଜାଣିବାକୁ ପାଇଥିଲେ। ଗ୍ଲୁଟେନ୍ ଯୋଗୁଁ ତାଙ୍କୁ ଆଲର୍ଜି ଥିଲା। ଏହି କାରଣରୁ ଓଜନ ବଢ଼ିଯାଉଥିବା ନେଇ ସେ ପୂର୍ବରୁ ଜାଣିନଥିଲେ ବୋଲି କହିଥିଲେ।

ହରନାଜଙ୍କ ପୂର୍ବରୁ ୨୦୦୦ରେ ମିସ୍‌ ୟୁନିର୍ଭସ ଟାଇଟଲ ଲାରା ଦତ୍ତ ଜିତିଥିଲେ। ତା’ପରେ ଆଉ କୌଣସି ପ୍ରତିଯୋଗି ଭାରତ ପାଇଁ ସଫଳତା ଆଣିନଥିଲେ। ଦୀର୍ଘ ୨୧ ବର୍ଷ ପରେ ହରନାଜ୍ ଭାରତ ପାଇଁ ଏହି ଗୌରବ ଆଣିଥିଲେ।

Miss Universe 2021 Harnaaz Kaur Sandhu's press conference | Photogallery -  ETimes

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos