ଠକେଇ ଟଙ୍କାରେ ନୋରାଙ୍କୁ ମିଳିଛି ଦାମୀ କାର୍‌

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ଫସିଯିବେ କି ବଲିଉଡ ଅଭିନେତ୍ରୀ ନୋରା ଫତେହି? ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରିଂ ମାମଲାରେ ନୋରାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କ ନାଁରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଠକେଇ ଟଙ୍କାରେ ତାଙ୍କୁ ଦାମୀ କାର୍‌ ମିଳିଥିବା କଥା ଦୁଇ ଦିନ ତଳେ ଉଠିଥିଲା। ଏବେ ଏହାକୁ ନେଇ ନିଜେ ଚନ୍ଦ୍ରଶେଖର ସତ ମାନିଛନ୍ତି। ପାଖାପାଖି କୋଟିଏ ଟଙ୍କାର କାର୍‌ ତାଙ୍କୁ ଗିଫ୍ଟ ରୂପେ ଦିଆଯାଇଥିବା […]

Nora-1

Madhupriya Mistry
  • Published: Saturday, 23 October 2021
  • , Updated: 23 October 2021, 06:18 PM IST

ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ଫସିଯିବେ କି ବଲିଉଡ ଅଭିନେତ୍ରୀ ନୋରା ଫତେହି? ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରିଂ ମାମଲାରେ ନୋରାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କ ନାଁରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଠକେଇ ଟଙ୍କାରେ ତାଙ୍କୁ ଦାମୀ କାର୍‌ ମିଳିଥିବା କଥା ଦୁଇ ଦିନ ତଳେ ଉଠିଥିଲା। ଏବେ ଏହାକୁ ନେଇ ନିଜେ ଚନ୍ଦ୍ରଶେଖର ସତ ମାନିଛନ୍ତି। ପାଖାପାଖି କୋଟିଏ ଟଙ୍କାର କାର୍‌ ତାଙ୍କୁ ଗିଫ୍ଟ ରୂପେ ଦିଆଯାଇଥିବା ଜଣାପଡିଛି।

ଏକ କାର୍‌ ସହ ନୋରାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଥିବା ଉକ୍ତ କାର୍‌ଟି ତାଙ୍କୁ ଗିଫ୍ଟ ରୂପେ ମିଳିଥିବା କାର୍‌ ବୋଲି କୁହାଯାଉଛି। ନିକଟରେ ସୁକେଶଙ୍କୁ ଉକ୍ତ ଗିଫ୍ଟ  ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ ନୋରାଙ୍କୁ କାର୍‌ ଗିଫ୍ଟ କରିଥିବା କଥା ମାନିଥିଲେ। ସେ ତାଙ୍କୁ କେଉଁ କାର୍‌ ଗିଫ୍ଟ ଦେଇଥିଲେ ବୋଲି ପ୍ରଶ୍ନରେ ସୁକେଶ କହିଥିଲେ, ଏ କଥା ଆପଣ ନୋରାଙ୍କୁ ହିଁ ପଚାରନ୍ତୁ।

ରିପୋର୍ଟ ମୁତାବକ, ସୁକେଶ ଏବଂ ତାଙ୍କ ପତ୍ନୀ ଲିନା ମାରିଆ ପଲ୍‌ ନୋରାଙ୍କୁ କୋଟିଏ ଟଙ୍କାରୁ ବି ଅଧିକ ଦାମର ଏକ ବିଏମ୍‌ଡବ୍ଲୁ କାର୍‌ ଗିଫ୍ଟ କରିଥିଲେ। ଡିସେମ୍ବର ୨୦୨୦ରେ ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ନୋରାଙ୍କୁ ଏହି ଦାମୀ କାର୍‌ ଦିଆଯାଇଥିଲା।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି ସୁକେଶ ଚନ୍ଦ୍ରଶେଖରଙ୍କ ପୁଲିସ ହେପାଜତ ଶେଷ ହୋଇଛି। ଆଜି ତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯାଇଥିଲା। ଏହାପୂର୍ବରୁ ୧୪ ଅକ୍ଟୋବରରେ, ଇଡି ନୋରା ଫତେହିଙ୍କ ବୟାନ ରେକର୍ଡ କରିଥିଲା ଯେଉଁଥିରେ ସେ ତାଙ୍କୁ ମିଳିଥିବା ଗିଫ୍ଟ ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମୟରେ ସୁକେଶ ଏବଂ ନୋରାଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇଥିଲା।

ନୋରା ୧୪ ତାରିଖରେ ଏକ ବୟାନ ଜାରି କରି ନିଜ ସଫେଇ ରଖିଥିଲେ। ସେ କହିଥିଲେ ଠକେଇ ମାମଲାର ତାଙ୍କର କୌଣସି ସମ୍ପୃକ୍ତି ନାହିଁ କି ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ। ତାଙ୍କୁ ସେ ଜାଣି ନାହାନ୍ତି। ଏହି ମାମଲାରେ ସେ ଇଡିଙ୍କ ସହ ଅଛନ୍ତି। ଏଥିସହ ତଦନ୍ତରେ ସେ ପୂରା ସହାୟତା କରିବେ ବୋଲି ନୋରା କହିଥିଲେ।

[caption id="" align="alignnone" width="1125"] ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର[/caption]

Related story