ବିବାହ ପୂର୍ବରୁ ବିକ୍କି-କ୍ୟାଟ୍ରିନାଙ୍କ ନାଁରେ ଥାନାରେ ମାମଲା

ଜୟପୁର: ଆଉ ଦୁଇ ଦିନ ପରେ ବିକ୍କ-କ୍ୟାଟ୍‌ଙ୍କ ବାଜିବ ଶାହାନାଇ। ଲଭ୍‌ବାର୍ଡରୁ ପାଲଟିବେ ସ୍ୱାମୀ-ସ୍ତ୍ରୀ। ଆଜି ଉଭୟଙ୍କ ମେହେନ୍ଦୀ। କାଲି ସଙ୍ଗୀତ ଓ ତା’ପରଦିନ ବିବାହ। ଏଥିପାଇଁ ସଜେଇ ହୋଇଛନ୍ତି ରାଜସ୍ଥାନର ରାଜକୀୟ ଦୁର୍ଗ। ଆଜିଠୁ ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି। ରାଜସ୍ଥାନର ଜୋଧପୁରରେ ଅତିଥି ଓ ସେଲେବ୍ରିଟିମାନେ ମଧ୍ୟ ଡେରା ପକାଇଲେ, ଜମିଲାଣି ଭିଡ। ତେବେ ବିବାହ ପୂର୍ବରୁ ବିକ୍କି ଓ କ୍ୟାଟ୍ରିନାଙ୍କ ନାଁରେ ଥାନାରେ ରୁଜୁ ହୋଇଛି ମାମଲା।

ଗୋଟିଏ ପଟେ ଅଭିନେତା ବିକ୍କି କୌଶାଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଅନ୍ୟ ପଟୋ ରାଜସ୍ଥାନର ଜଣେ ଓକିଲ ଉଭୟଙ୍କ ନାଁରେ ଆଣିଛନ୍ତି ସଙ୍ଘାତିକ ଅଭିଯୋଗ। ଓକିଲ ନେତ୍ରାବିନ୍ଦୁ ସିଂହ ଏହି ଦମ୍ପତିଙ୍କ ବିରୋଧରେ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଅଭିଯୋଗ କରିଛନ୍ତି। ଚୌଥ ମନ୍ଦିର ନିକଟରେ ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିବାରୁ ଏହି ଦମ୍ପତିଙ୍କ ବିରୋଧରେ ଓକିଲ ଅଭିଯୋଗ ଆଣିଛନ୍ତି।

ଡେକାନ କ୍ରନିକାଲ୍‌ର ରିପୋର୍ଟ ମୁତାବକ, ଅଭିଯୋଗକାରୀ ଓକିଲ ସିକ୍ସ ସେନ୍ସ ଫୋର୍ଟ ବାରୱାରାର ହୋଟେଲ ମ୍ୟାନେଜର, କ୍ୟାଟ୍ରିନା କୈଫ, ବିକ୍କି କୌଶାଲ ଏବଂ ଜିଲ୍ଲା କଲେକ୍ଟର ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ହୋଟେଲ ସିକ୍ସ ସେନ୍ସଟି ମନ୍ଦିରକୁ ଯିବା ବାଟରେ ପଡୁଛି। ଜିଲ୍ଲା କଲେକ୍ଟରଙ୍କ ତତ୍ତ୍ୱାବଧାନରେ ହୋଟେଲ ମ୍ୟାନେଜର ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିରକୁ ଯାଉଥିବା ରାସ୍ତା ବନ୍ଦ କରି ଦେଇଛନ୍ତି। ଏହି କାରଣରୁ ଭକ୍ତମାନେ ମନ୍ଦିରକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ବିବାହ ହେତୁ ହୋଟେଲ ସିକ୍ସ ସେନ୍ସରୁ ମନ୍ଦିରକୁ ଯାଉଥିବା ରାସ୍ତା ଆଗାମୀ ୬ ଦିନ ବନ୍ଦ ରହିବ। ତେଣୁ ଏହି ରାସ୍ତା ଖୋଲିବାକୁ ସେ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ ଆଜି ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ମେହେନ୍ଦୀ ସେରେମୋନୀ। ଏହି ବିବାହରେ ଭିଭିଆଇପି ଅତିଥିଙ୍କୁ ମିଶାଇ ୧୨୦ ଜଣ ସାମିଲ ହେବେ। ବିକ୍କ ଓ କ୍ୟାଟ୍ରିନାଙ୍କ ଏବଂ ବିଶେଷ ୱେଡିଂ ଥିମ୍‌ ରହିଛି। ମେହେନ୍ଦୀ ଓ ସଙ୍ଗୀତ ପାଇଁ ମଧ୍ୟ ଥିମ୍‌ ରହିଛି। ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।