ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଲା ରଣବୀରଙ୍କ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଜବରଦସ୍ତ ଟ୍ରେଲର। ଏହି ଟ୍ରାଲରକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍‌ପନ୍ସ ମିଳିଛି। ରଣବୀର ସିଂହ ଓ ଶାଲିନୀ ପାଣ୍ଡେଙ୍କ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ତେବେ ଏହାରି ଭିତରେ ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଛି ଫିଲ୍ମ । ଏହି ଫିଲ୍ମକୁ ନେଇ ଦେଖା ଦେଇଛି ବିବାଦ। ଫିଲ୍ମର ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷାକୁ ନେଇ ବିବାଦ […]

ranveer-singh

ranveer-singh

Madhupriya Mistry
  • Published: Wednesday, 04 May 2022
  • Updated: 04 May 2022, 05:12 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଫିଲ୍ମ 'ଜୟେଶଭାଇ ଜୋରଦାର'ର ଜବରଦସ୍ତ ଟ୍ରେଲର। ଏହି ଟ୍ରାଲରକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍‌ପନ୍ସ ମିଳିଛି। ରଣବୀର ସିଂହ ଓ ଶାଲିନୀ ପାଣ୍ଡେଙ୍କ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ତେବେ ଏହାରି ଭିତରେ ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଛି ଫିଲ୍ମ । ଏହି ଫିଲ୍ମକୁ ନେଇ ଦେଖା ଦେଇଛି ବିବାଦ।

ଫିଲ୍ମର ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛି।

ଏହି ଫିଲ୍ମରେ ରଣବୀର ସିଂହ ଜୟେଶଭାଇ ପଟେଲ ଚରିତ୍ରରେ ନଜର ଆସିବେ। ଏଥିରେ ସେ ଜଣେ ଗୁଜରାଟି ବ୍ୟକ୍ତିଙ୍କ ଭୂମିକାରେ ଅଭନୟ କରିବେ। ଯାହାଙ୍କ ବିବାହ ମୁଦ୍ରା ପଟେଲ(ଶାଲିନୀ ପାଣ୍ଡେ)ଙ୍କ ସହ ହୁଏ। ବିବାହ ପରେ ସେ ନିଜ ଜନ୍ମ ନେଇନଥିବା ଗର୍ଭସ୍ଥ ଶିଶୁର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରନ୍ତି। ମୁଦ୍ରାଙ୍କ ପେଟରେ ଲିଙ୍ଗ ପରୀକ୍ଷା ପରେ କନ୍ୟା ସନ୍ତାନ ଥିବା ଜଣାପଡିବା ପରେ ଜୟେଶଭାଇଙ୍କ ପରିବାର ଲୋକେ ଉକ୍ତ ଶିଶୁକୁ ମାରିବା ପାଇଁ ଚେଷ୍ଟା କରନ୍ତି। ଏହି ଦୃଶ୍ୟକୁ ନେଇ ହିଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଛି।

ଓକିଲ ପବନ ପ୍ରକାଶ ପାଠକ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ସେ କହିଛନ୍ତି ଯେ ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷା କରିବା ଆଇନଗତ ଅପରାଧ। ଏହିପରି ଜିନିଷକୁ ପ୍ରୋତ୍ସାହିତ କରୁଥିବା ଦୃଶ୍ୟଗୁଡିକ ନିଶ୍ଚିତ ରୂପେ ଫିଲ୍ମରୁ ହଟାଯିବ ବୋଲି ମୋର ଆଶା। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଫିଲ୍ମ '୮୩' ପରେ ଏହା ରଣବୀର ସିଂହଙ୍କ ପ୍ରଥମ ଫିଲ୍ମ ହେବ ଯାହାକୁ ବଡ ପରଦାରେ ରିଲିଜ କରାଯିବ। ୟଶ୍‌ ରାଜ ଫିଲ୍ମ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର କାହାଣୀ କନ୍ୟା ସନ୍ତାନଙ୍କ ଉପରେ ଆଧାରିତ। ଝିଅ ଅପେକ୍ଷା କିଭଳି ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ଦିବ୍ୟାଙ୍ଗ ଠକ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

https://youtu.be/fppJtxJ7RWY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos