ଟ୍ୱିଟର୍‌ର ପୂର୍ବତନ ସିଇଓଙ୍କୁ ପରିହାସ କଲେ କଙ୍ଗନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ବିବାଦୀୟ ବୟାନ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପରେ ଏବେ ଟ୍ୱିଟ୍‌ରର ପୂର୍ବତନ ସିଇଓଙ୍କୁ ସେ କରିଛନ୍ତି ଟାର୍ଗେଟ୍‌। କଙ୍ଗନା ତାଙ୍କର ତାତ୍ସଲ୍ୟ ଉଡାଇଛନ୍ତି। ଟ୍ୱିଟ୍‌ର ସିଇଓ ପଦରୁ ଜ୍ୟାକ୍‌ ଡୋର୍ସି ଇସ୍ଥଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଏବେ ଜଣେ ଭାରତୀୟ ପରାଗ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋଶାଲ ମିଡିଆରେ ପରାଗଙ୍କ ନାଁ ଟ୍ରେଣ୍ଡ କରୁଛି। […]

kangana And Jack Dorsey

Madhupriya Mistry
  • Published: Tuesday, 30 November 2021
  • , Updated: 30 November 2021, 02:37 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ବିବାଦୀୟ ବୟାନ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପରେ ଏବେ ଟ୍ୱିଟ୍‌ରର ପୂର୍ବତନ ସିଇଓଙ୍କୁ ସେ କରିଛନ୍ତି ଟାର୍ଗେଟ୍‌। କଙ୍ଗନା ତାଙ୍କର ତାତ୍ସଲ୍ୟ ଉଡାଇଛନ୍ତି।

ଟ୍ୱିଟ୍‌ର ସିଇଓ ପଦରୁ ଜ୍ୟାକ୍‌ ଡୋର୍ସି ଇସ୍ଥଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଏବେ ଜଣେ ଭାରତୀୟ ପରାଗ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋଶାଲ ମିଡିଆରେ ପରାଗଙ୍କ ନାଁ ଟ୍ରେଣ୍ଡ କରୁଛି। ତାଙ୍କୁ ଅଗ୍ରୱାଲ ଜୀ କା ବେଟା ବୋଲି କୁହାଯାଉଛି। କିଛି ଲୋକେ ପରାଗ ଅଗ୍ରୱାଲ ସିଇଓ ହେବା ନେଇ ଖୁସି ହୋଇଥିବା ବେଳେ ଆଉ କିଛି ଜ୍ୟାକ୍‌ ଡୋର୍ସିଙ୍କୁ ହଟାଇବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ତାଲିକାରେ ଏବେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ନାଁ ମଧ୍ୟ ସାମିଲ ହୋଇଛି।

ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଟ୍ୱିଟର୍‌ର ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସିଙ୍କୁ ପରିହାସ କରିଛନ୍ତି। କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଟ୍ୱିଟ୍‌ର ସ୍କ୍ରିନ୍‌ ଶଟ୍‌ ଶେୟାର କରି 'ବାଏ ଚାଚା ଜ୍ୟାକ୍‌' ବୋଲି ଲେଖିଛନ୍ତି। ଏଥିସହ ନିଜ ଖୁସି ଜାହିର କରିଛନ୍ତି ସେ। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଛି।

ସୋମବାର ଜ୍ୟାକ୍‌ ଡୋର୍ସି ନିଜ ବ୍ୟକ୍ତିଗତ ଟ୍ୱିଟ୍‌ର ଆକାଉଣ୍ଟ ଜରିଆରେ ସିଇଓ ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଟ୍ୱିଟର ସହ ଦୀର୍ଘ ୧୬ ବର୍ଷ ଜୋଡି ରହିବା ପରେ ଏବେ ତା'ଠାରୁ ଭିନ୍ନ ହେବା ସମୟ ଆସିଛି ବୋଲି କହି ସେ ଏକ ବୟାନ ଜାରି କରିଥିଲେ। ଏଥିସହ ୪୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ନୂଆ ସିଇଓ ରୂପେ ଦାୟିତ୍ୱ ଦିଆଯାଇଥିବା ସେ ଘୋଷଣା କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୱିଟରର ବିଦାୟୀ ସିଇଓ ଡୋର୍ସି ହିଁ ପରାଗଙ୍କୁ ଟ୍ୱିଟର୍‌ରେ ନିଯୁକ୍ତି ଦେଇଥିଲେ। ପରାଗ ପ୍ରାୟ ୬ ବର୍ଷ ଟ୍ୱିଟର୍‌ରେ ଜଣେ ସାଧାରଣ କର୍ମଚାରୀ ଭାବେ କାମ କରିଥିଲେ। ଏହାପରେ ତାଙ୍କୁ ୨୦୧୭ରେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ସିଧା ସିଇଓ ହୋଇଛନ୍ତି।

ଅନ୍ୟପକ୍ଷରେ ଡୋର୍ସି ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କମ୍ପାନୀର ବୋର୍ଡ ସଦସ୍ୟ ଭାବେ କାମ କରିବେ। ୨୦୨୨ରେ ତାଙ୍କର ଟ୍ୱିଟର ସହ ହୋଇଥିଲା ଡିଲ୍‌ ଶେଷ ହେବ। ତେଣୁ ସେ ୨୦୨୨ ଶେଷ ଯାଏ ବୋର୍ଡର ସଦସ୍ୟ ଭାବେ କାମ କରିବେ।

Related story