କୁଇନ୍‌ ଲୁକ୍‌ରେ ହୋସ୍‌ ଉଡାଇଲେ କଙ୍ଗନା

ମୁମ୍ବାଇ: କୁଇନ୍‌ ଲୁକ୍‌ରେ ନଜର ଆସିଲେ କଙ୍ଗନା। ପାର୍ଟିରେ ଉଡାଇଲେ ସମସ୍ତଙ୍କ ହୋସ୍‌। ଯିଏ ତାଙ୍କୁ ଦେଖିଲା ସିଏ ଘଡିଏ ଚାହିଁଲା। ନିଜ ଷ୍ଟାଇଲ୍‌ ଏବଂ ଅନ୍ଦାଜରେ ସମସ୍ତଙ୍କୁ କଲେ ଘାଇଲା। ପାର୍ଟିରେ ଯୋଗ ଦେଇ ପାଲଟିଲେ ସେଣ୍ଟର ଅଫ୍‌ ଆଟ୍ରାକ୍ସନ୍‌। କଙ୍ଗନାଙ୍କୁ କୁଇନ୍‌ ଲୁକ୍‌ରେ ଦେଖି ସମସ୍ତେ କଲେ ପ୍ରଶଂସା। କଙ୍ଗନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ହାତ କୁ ଦି […]

Kangana

Madhupriya Mistry
  • Published: Tuesday, 14 December 2021
  • , Updated: 14 December 2021, 11:38 AM IST

ମୁମ୍ବାଇ: କୁଇନ୍‌ ଲୁକ୍‌ରେ ନଜର ଆସିଲେ କଙ୍ଗନା। ପାର୍ଟିରେ ଉଡାଇଲେ ସମସ୍ତଙ୍କ ହୋସ୍‌। ଯିଏ ତାଙ୍କୁ ଦେଖିଲା ସିଏ ଘଡିଏ ଚାହିଁଲା। ନିଜ ଷ୍ଟାଇଲ୍‌ ଏବଂ ଅନ୍ଦାଜରେ ସମସ୍ତଙ୍କୁ କଲେ ଘାଇଲା। ପାର୍ଟିରେ ଯୋଗ ଦେଇ ପାଲଟିଲେ ସେଣ୍ଟର ଅଫ୍‌ ଆଟ୍ରାକ୍ସନ୍‌। କଙ୍ଗନାଙ୍କୁ କୁଇନ୍‌ ଲୁକ୍‌ରେ ଦେଖି ସମସ୍ତେ କଲେ ପ୍ରଶଂସା। କଙ୍ଗନାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ହାତ କୁ ଦି ହାତ ହେବ। ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଭିକ୍କି ଜୈନ୍‌ଙ୍କୁ ସେ କରିବେ ବିବାହ। ଦୁହିଁଙ୍କ ପ୍ରି-ୱେଡିଂ ଫଙ୍କସନ୍‌ ଆରମ୍ଭ ହୋଇଗଲାଣି। ଭିକ୍କି ଏବଂ ଅଙ୍କିତାଙ୍କ ପ୍ରି-ୱେଡିଂ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ହଳଦୀ, ମେହେନ୍ଦି ପରେ ଗତକାଲି ଦୁହିଁଙ୍କ ସଙ୍ଗୀତ ସେରେମୋନି ଥିଲା। ଏହି ସଙ୍ଗୀତ ସେରେମୋନିରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ମଧ୍ୟ ଯୋଗ ଦେଇଥିଲେ।

ପୂରାପୁରି ଏଥେନିକ୍‌ ଲୁକ୍‌ରେ ନଜର ଆସିଥିଲେ କଙ୍ଗନା। ରୟାଲ କୁଇନ୍‌ ଲୁକ୍‌ରେ ସଜବାଜ ହୋଇ ପାର୍ଟିରେ କଙ୍ଗନା ଯୋଗ ଦେଇଥିଲେ। ଯାହାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଛାଇ ଯାଇଛି। ସେହିପରି କଙ୍ଗନା ଏବଂ ଅଙ୍କିତାଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ମଧ୍ୟ ଫଟୋରେ ଦେଖିବାକୁ ମିଳିଛି।

ସେପଟେ କଙ୍ଗନା ମଧ୍ୟ ଭିକ୍କି ଓ ଅଙ୍କିତାଙ୍କ ସଙ୍ଗୀତ ସେରେମୋନିରେ ଯୋଗ ଦେବା ପାଇଁ ଯେଉଁ ଲୁକ୍‌ ଧାରଣ କରିଥିଲେ ତା'ର ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, 'ପ୍ରେମ କର ଯୁଦ୍ଧ ନୁହେଁ, ଆଜି ମୋ ବନ୍ଧୁଙ୍କ ବାହାଘର।' ତାଙ୍କର ଏହି ଷ୍ଟାଇଲ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ସୂଚନା ମୁତାବକ, ଅଙ୍କିତା ଲୋଖଣ୍ଡେ ଏବଂ କଙ୍ଗନା ରାନାୱତ ଫିଲ୍ମ 'ମାଣିକର୍ଣ୍ଣିକା'ରେ ଏକାଠି କାମ କରିଥିଲେ। ପୂର୍ବରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ଥିବା ଅଙ୍କିତା ୨୦୧୮ରୁ ଭିକ୍କି ଜୈନ୍‌ଙ୍କ ଡେଟ୍‌ କରୁଛନ୍ତି। ଭିକ୍କି ପେଶାରେ ଜଣେ ବିଜ୍‌ନେସ୍‌ ମ୍ୟାନ୍‌।

 

View this post on Instagram

 

A post shared by Kangana Thalaivii (@kanganaranaut)

 

View this post on Instagram

 

A post shared by Rajesh Kumar (RAJ) (@marketing.by.raj)

 

View this post on Instagram

 

A post shared by SimplyAmina 🌴 (@simplyaminaofficial)

Related story