ଟ୍ୱିଟର ଛାଡ଼ି ଦେବେ କଙ୍ଗନା, ଯଦି...

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଦାବି ହେଉ ଅବା ବଲିଉଡ୍‌ରେ ନେପୋଟିଜମ୍ କଥା, ସେହିଭଳି ବଲିଉଡ୍‌ରେ ଡ୍ରଗ୍ସ କାରବାର କଥା ହେଉ ଅବା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରି ସେ ଚର୍ଚ୍ଚାରେ ରହିଛନ୍ତି। ସେ ଟ୍ୱିଟରରେ ହିଁ ତାଙ୍କ ପ୍ରତିକ୍ରିୟା ଦେଉଛନ୍ତି। ଟ୍ୱିଟରରେ ଅନ୍ୟମାନଙ୍କ ସହିତ ତାଙ୍କର କଥା କଟାକଟି ହେଉଛି। ତେବେ ସେ ଟ୍ୱିଟର ଛାଡ଼ି […]

kangana

Jitendra Garnayak
  • Published: Friday, 18 September 2020
  • , Updated: 18 September 2020, 02:30 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଦାବି ହେଉ ଅବା ବଲିଉଡ୍‌ରେ ନେପୋଟିଜମ୍ କଥା, ସେହିଭଳି ବଲିଉଡ୍‌ରେ ଡ୍ରଗ୍ସ କାରବାର କଥା ହେଉ ଅବା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରି ସେ ଚର୍ଚ୍ଚାରେ ରହିଛନ୍ତି। ସେ ଟ୍ୱିଟରରେ ହିଁ ତାଙ୍କ ପ୍ରତିକ୍ରିୟା ଦେଉଛନ୍ତି। ଟ୍ୱିଟରରେ ଅନ୍ୟମାନଙ୍କ ସହିତ ତାଙ୍କର କଥା କଟାକଟି ହେଉଛି। ତେବେ ସେ ଟ୍ୱିଟର ଛାଡ଼ି ଦେବା କଥା କହିଛନ୍ତି। କିନ୍ତୁ ଏଥିରେ ଏକ ସର୍ତ୍ତ ରହିଛି।

ଗତକାଲି କଙ୍ଗନା ଏକ ଟ୍ୱିଟ୍ କରି କହିଥିଲେ ଯେ ସେ ଜଣେ ଲଢ଼ୁଆ ମହିଳା ଭଳି ଜଣାପଡ଼ନ୍ତି। କିନ୍ତୁ ତାହା ସତ ନୁହେଁ। ସେ କେବେ କୌଣସି ଲଢ଼େଇ ନିଜେ ଆରମ୍ଭ କରି ନାହାନ୍ତି। ଏହାର ରେକର୍ଡ ଅଛି। ଯଦି ଏହାକୁ କେହି ଭୁଲ୍ ପ୍ରମାଣିତ କରିଦେବ, ତା’ହେଲେ ସେ ଟ୍ୱିଟର ଛାଡ଼ିଦେବେ।

କଙ୍ଗନା ଏଥିରେ ଆହୁରି କହିଛନ୍ତି ଯେ ସେ କେବେ ଲଢ଼େଇ ଆରମ୍ଭ କରନ୍ତି ନାହିଁ। କିନ୍ତୁ ଏହାକୁ ଶେଷ କରନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯଦି ତୁମକୁ କେହି ଲଢ଼େଇ ପାଇଁ ଆହ୍ୱାନ କରେ ସେତେବେଳେ ତୁମେ ମନା କରିବା କଥା ନୁହେଁ।


ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବାକୁ କଙ୍ଗନାଙ୍କ ଉପରେ ଖୁବ୍ ବର୍ଷିଥିଲେ ଶିବସେନା ନେତା ସଞ୍ଜୟ ରାଉତ। ଏନେଇ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା। ଏହା ପରେ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ କଙ୍ଗନାଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସେ ପ୍ରଥମେ ନିଜ ରାଜ୍ୟ ହିମାଚଳ ପ୍ରଦେଶରେ ଚାଲିଥିବା ଡ୍ରଗ୍ସ କାରବାରକୁ ରୋକନ୍ତୁ। ଏହା ପରେ କଙ୍ଗନା ତାଙ୍କ ଅଭିନୟ ଦକ୍ଷତା ଉପରେ ପ୍ରଶ୍ନ କରିବା ସହିତ ତାଙ୍କୁ ଜଣେ ସଫ୍ଟ ପର୍ଣ୍ଣ ଷ୍ଟାର ବୋଲି କହିଥିଲେ।

ସେହିପରି ଅନୁରାଗ କଶ୍ୟପଙ୍କ ସହିତ ଟ୍ୱିଟରରେ ତାଙ୍କର ବାକ୍ ଯୁଦ୍ଧ ହୋଇଥିଲା। ଅନୁରାଗ ତାଙ୍କୁ ଚାରି ପାଞ୍ଚ ଜଣ ଲୋକଙ୍କୁ ଧରି ଚୀନ ସହିତ ଲଢ଼େଇ କରିବାକୁ କହିଥିବା ବେଳେ କଙ୍ଗନା ଏହାର ଜବାବ ଦେଇଥିଲେ। କଙ୍ଗନା ତାଙ୍କୁ ଆସନ୍ତା ଅଲିମ୍ପିକ୍ସରେ ସାମିଲ ହୋଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାକୁ କହିଥିଲେ।

Related story