କେଜିଏଫ୍‌-୨ କ୍ରେଜ୍‌, ଦୁଇ ଦିନରେ ଟପିଲା ୨୦୦ କୋଟି

ମୁମ୍ବାଇ: ବକ୍ସ ଅଫିସରେ ଏବେ ରାଜ କରୁଛନ୍ତି ରକି ଭାଇ। ସମସ୍ତଙ୍କ ମୁହଁରେ ‘ସଲାମ୍‌ ରକି ଭାଇ’। ଚାରିଆଡେ କେଜିଏଫ୍‌-୨ର ଜବରଦସ୍ତ କ୍ରେଜ। ହଲ୍‌ ବି ହାଉସ୍‌ ଫୁଲ୍‌। ସାରା ଭାରତରେ କେଜିଏଫ୍‌-୨ର ଝଡ। ରିଲିଜ ହେବାର ଦୁଇ ଦିନ ଭିତରେ ରେକର୍ଡ କରିଛି ଏହି ଫିଲ୍ମ। ୨ ଦିନ ଭିତରେ ୧୦୦ କୋଟି ଟପିଛି ବ୍ୟବସାୟ। ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି। ଏପରିକି ଏହି ଫିଲ୍ମୁ ଦେଖିବାକୁ ପାଇଁ ଭୋର […]

KGF-2

KGF-2

Madhupriya Mistry
  • Published: Saturday, 16 April 2022
  • Updated: 16 April 2022, 01:36 PM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସରେ ଏବେ ରାଜ କରୁଛନ୍ତି ରକି ଭାଇ। ସମସ୍ତଙ୍କ ମୁହଁରେ 'ସଲାମ୍‌ ରକି ଭାଇ'। ଚାରିଆଡେ କେଜିଏଫ୍‌-୨ର ଜବରଦସ୍ତ କ୍ରେଜ। ହଲ୍‌ ବି ହାଉସ୍‌ ଫୁଲ୍‌। ସାରା ଭାରତରେ କେଜିଏଫ୍‌-୨ର ଝଡ। ରିଲିଜ ହେବାର ଦୁଇ ଦିନ ଭିତରେ ରେକର୍ଡ କରିଛି ଏହି ଫିଲ୍ମ। ୨ ଦିନ ଭିତରେ ୧୦୦ କୋଟି ଟପିଛି ବ୍ୟବସାୟ।

ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଛି। ଏପରିକି ଏହି ଫିଲ୍ମୁ ଦେଖିବାକୁ ପାଇଁ ଭୋର ୨.୫୦ରେ ବି ହଲ୍‌ରେ ଭିଡ ଜମାଉଛନ୍ତି ଲୋକେ। ଆଡଭାନ୍ସ ବୁକିଂ ପାଇଁ ମିଳୁନି ଟିକେଟ୍‌। ଆସନ୍ତା ୪ ଦିନ ଯାଏଁ ପୂରା ହାଉସ ଫୁଲ୍‌। ବକ୍ସ ଅଫିସରେ ଏସ୍‌ଏସ୍‌ ରାଜାମୌଲିଙ୍କ 'ଆର୍‌ଆର୍‌ଆର୍‌' ପରେ ଏବେ ପ୍ରଶାନ୍ତ ନୀଲଙ୍କ 'କେଜିଏଫ୍‌ ଚାପ୍ଟର-୨' ଧମାଲ କରିଛି।

ରକିଂ ଷ୍ଟାର୍‌ ୟଶ୍‌ଙ୍କ କେଜିଏଫ୍‌-୨ ପ୍ରଥମ ଦିନରେ ହିଁ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚିଛି। ପ୍ରଥମ ଦିନରେ ଏହି ଫିଲ୍ମ ପୂରା ଭାରତରେ ୧୩୪.୫ କୋଟି ଏବଂ ୱାର୍ଲ୍ଡୱାଇଡ୍‌ ୧୬୫-୧୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ତେବେ ଦ୍ୱିତୀୟ ଦିନରେ ତଥା ଶୁକ୍ରବାର ମଧ୍ୟ ଫିଲ୍ମଟି ଭାରତରେ ୧୦୦ରୁ ୧୧୫ କୋଟି ଟଙ୍କାର କଲେକ୍‌ସନ୍‌ କରିଛି।

ଫିଲ୍ମଟି ଦୁଇ ଦିନ ମଧ୍ୟରେ ୱାର୍ଲ୍ଡୱାଇଡ୍‌ ବର୍ତ୍ତମାନ ଯାଏଁ ୨୬୫ରୁ ୨୮୦ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ସେହିପରି ଦ୍ୱିତୀୟ ଦିନରେ କେଜିଏଫ୍‌-୨ର ହିନ୍ଦୀ ଭର୍ସନ ୪୫ରୁ ୪୭ କୋଟି ଟଙ୍କାର ବ୍ୟବସାୟ କରିଛି। ଆଜି ଓ ଆସନ୍ତାକାଲି ଏହି ଫିଲ୍ମର ବ୍ୟବସାୟ ଆହୁରି ବଢ଼ିପାରେ ବୋଲି ସମ୍ଭାବନା ରହିଛି। ଫିଲ୍ମଟି ଖୁବ୍‌ଶୀଘ୍ର ୩୦୦ କୋଟି କ୍ଲବରେ ଏଣ୍ଟ୍ରି କରିବ ବୋଲି କୁହାଯାଉଛି।

କେଜିଏଫ୍‌ ର ପ୍ରଥମ ପାର୍ଟ ୨୦୧୮ ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହାପରେ ୨୦୨୨ରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ତେବେ ଖୁବଶୀଘ୍ର ଏହି ଫିଲ୍ମର ତୃତୀୟ ପାର୍ଟ ମଧ୍ୟ ଆସିବ। ଏନେଇ ଫିଲ୍ମର ଶେଷ ଭାଗରେ ଇସାରା ଦିଆଯାଇଛି। ସେହିପରି ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା। ଯେଉଁଥିରେ ସେ କହିଥିଲେ,  'ଏତେ ଶୀଘ୍ର ଏ ବିଷୟରେ କହିବା ଠିକ୍‌ ହେବ ନାହିଁ। ଯଦି ଲୋକମାନେ କେଜିଏଫ୍‌-୨କୁ ପସନ୍ଦ କରୁଛନ୍ତି। ତା'ହାଲେ ଆମେ ଫ୍ରାଞ୍ଚାଇଜ୍‌କୁ ଜାରି ରଖିବାକୁ ଚିନ୍ତା କରିପାରିବୁ।' କୁହାଯାଉଛି କି ‘କେଜିଏଫ୍-୩’ରେ ଆମେରିକା-ଇଣ୍ଡୋନେସିଆ ସମେତ ୧୬ଟି ଦେଶରେ ଅପରାଧର କାହାଣୀ ଦେଖିବାକୁ ମିଳିବ।

କେଜିଏଫ୍‌ ଚାପ୍ଟର-୨ ଗୁରୁବାର ଅର୍ଥାତ ଏପ୍ରିଲ ୧୪ରେ ସାରା ଦେଶର ୧୦,୦୦୦ ସ୍କ୍ରିନ୍‌ରେ ରିଲିଜ ହୋଇଥିଲା। ପ୍ରଥମ ଦିନରେ ହିଁ ୫୦,୦୦୦ରୁ ଅଧିକ ଶୋ' ଦେଖିଥିଲେ ଲୋକେ। ଦେଶ ବାହାରେ ଏହି ଫିଲ୍ମ ବିଭିନ୍ନ ଭାଷାରେ ୬୫୦୦ଟି ସ୍କ୍ରିନ୍‌ରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି।

୧୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ଫିଲ୍ମର ପ୍ରଥମ ଭାଗ ପାଇଁ ୟଶ ୧୫ କୋଟି ଟଙ୍କା ନେଇଥିବା ବେଲେ ଦ୍ୱିତୀୟ ଭାଗ ପାଇଁ ତାଙ୍କ ଫିସ୍‌ ୧୦ କୋଟି ଟଙ୍କା ବୃଦ୍ଧି ପାଇଛି। ଫିଲ୍ମ ପାଇଁ ୟଶ ମୋଟ ୨୫ କୋଟି ଟଙ୍କା ନେଇଛନ୍ତି। ସଞ୍ଜୟ ଦତ୍ତ 'ଆଦିରା' ଚରିତ୍ର ପାଇଁ ୯ କୋଟି ଟଙ୍କା ନେଇଛନ୍ତି। ଅନ୍ୟପକ୍ଷରେ, ରବିନା ଟଣ୍ଡନ୍ ଫିଲ୍ମ ପାଇଁ ୧.୫କୋଟି ଟଙ୍କା ଫିସ୍‌ ନେଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos