ଦୁଃଖ ବଖାଣିଲେ ରାଖୀ: କାନ୍ଦି କାନ୍ଦି ଗୋଡ ତଳେ ଗଡିଗଲେ ବି ଶୁଣିଲେନି ରିତେଶ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତ। ସେ ପ୍ରାୟତଃ ନିଜ ବିବାହ ଓ ସ୍ୱାମୀଙ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ରିତେଶ ନାମକ ଜଣେ ବ୍ୟକ୍ତିଙ୍କୁ ରାଖୀ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ଏବେ ଭାଙ୍ଗି ଯାଇଛି। ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ହୋଇଛି ତାଙ୍କ ବିବାହ ବିଚ୍ଛେଦ। ଏନେଇ ଗତକାଲି ସେ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ଶେଆର କରି ସୂଚନା ଦେଇଥିଲେ। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଥିଲା। ଛାଡପତ୍ର ପରେ […]

Rakhi and ritesh

Madhupriya Mistry
  • Published: Tuesday, 15 February 2022
  • , Updated: 15 February 2022, 01:44 PM IST

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତ। ସେ ପ୍ରାୟତଃ ନିଜ ବିବାହ ଓ ସ୍ୱାମୀଙ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ରିତେଶ ନାମକ ଜଣେ ବ୍ୟକ୍ତିଙ୍କୁ ରାଖୀ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ଏବେ ଭାଙ୍ଗି ଯାଇଛି। ଭାଲେଣ୍ଟାଇନ୍‌ ଡେ' ପୂର୍ବରୁ ହୋଇଛି ତାଙ୍କ ବିବାହ ବିଚ୍ଛେଦ। ଏନେଇ ଗତକାଲି ସେ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ଶେଆର କରି ସୂଚନା ଦେଇଥିଲେ। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଥିଲା। ଛାଡପତ୍ର ପରେ ଆଜି ରାଖୀ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି।

ରାଖୀ ଏକ ସାକ୍ଷାତକାର କହିଛନ୍ତି ଯ, ‘ରିତେଶ ମୋତେ ଛାଡ଼ି ଚାଲିଗଲେ। ମୁଁ ତାଙ୍କୁ ବହୁତ ଭଲ ପାଉଥିଲି ଏବଂ ସେ ମୋତେ ଛାଡି ଚାଲିଗଲେ। ବିଗ୍ ବସ୍ ପରେ ଆମେ ମୁମ୍ବାଇରେ ମୋ ଘରେ ଏକାଠି ରହୁଥିଲୁ କିନ୍ତୁ ଶୁକ୍ରବାର ଦିନ ରିତେଶ ହଠାତ୍ ବ୍ୟାଗ୍ ପ୍ୟାକ୍ କରି ଚାଲିଗଲେ। ଯେତେ ଅଟକାଇଲେ ବି ସେ ଅଟକିଲେନି। ତାଙ୍କ ଗୋଡ ଧରି କାନ୍ଦି କାନ୍ଦି ତଳେ ଗଡିଗଲେ ବି କିଛି ଶୁଣିଲେନି ରତେଶ।

ରାଖୀ ଆହୁରି କହିଛନ୍ତି, ମୁଁ ରତେଶକୁ ଭଲପାଏ। ଏବେ ବି ମୁଁ ତାଙ୍କୁ ଭଲ ପାଉଛି। ଯଦି ସେ ମୋ ପାଖକୁ ପୁଣି ଥରେ ଫେରି ଆସିବାକୁ ଚାହିଁବେ ତେବେ ମୁଁ ତାଙ୍କ ପାଇଁ ଏକ ବର୍ଷ ଅପେକ୍ଷା କରିବି। ମୁଁ ବେଶ୍‌ ଦୁଃଖିତ। କିଏ ତାଙ୍କୁ ଛାଡପତ୍ର ନେବାକୁ କହିଲା, ତାହା ଭଗବାନ ହିଁ ଜାଣନ୍ତି। ରିତେଶ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ନ ଥିବାରୁ କିଛି ଆଇନଗତ ଅସୁବିଧାରେ ପଡିଛନ୍ତି ବୋଲି ରାଖୀ କହିଛନ୍ତି।

କେବଳ ସେତିକି ନୁହେଁ ଚଳିତ ବର୍ଷ ରାଖୀ ମା' ହେବା ପାଇଁ ମଧ୍ୟ ଯୋଜନା କରିଥିଲେ। ସେ ରିତେଶଙ୍କ ଠାରୁ ଛୁଆ ଚାହୁଁଥିଲେ ବୋଲି ସାକ୍ଷାତକାର୍‌ରେ ଖୁଲାସା କରିଛନ୍ତି। ରତେଶ ଏବେ ରାଖୀଙ୍କ ଫୋନ୍‌ କଲ୍‌ ମଧ୍ୟ ଉଠାଉ ନାହାନ୍ତି। ରାଖୀଙ୍କ ମା' ରିତେଶଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ସେ ଅଟକି ନଥିଲେ। ରିତେଶ ଚାଲିଯିବା ପରେ ତାଙ୍କ ମା' ଖୁବ୍‌ କାନ୍ଦିଥିଲେ ବୋଲି ସେ କହିଛନ୍ତି।

'ବର୍ତ୍ତମାନ ରିତେଶ ମୋ ସହ ରହିବାକୁ ଚାହୁଁନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟବସାୟରେ ସେ ବହୁତ କ୍ଷତି ସହିଛନ୍ତି ଏବଂ ବହୁ ଅର୍ଥ ହରାଇଛନ୍ତି। ରାଖୀ କହିଛନ୍ତି ଯେ ବିଗ୍ ବସ୍ ଘରୁ ବାହାରକୁ ଆସିବା ପରେ ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ତାଙ୍କର ପତ୍ନୀ ଏବଂ ସନ୍ତାନ ଅଛନ୍ତି, ସେତେବେଳେ ମୋର ହୃଦୟ ଭାଙ୍ଗିଗଲା। ମୁଁ କୌଣସି ମହିଳା କିମ୍ବା ପିଲାଙ୍କ ପ୍ରତି ଅନ୍ୟାୟ କରିପାରିବି ନାହିଁ।'

'ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ସେ ମୋତେ ଛାଡିଛନ୍ତି ଏବଂ ଜୀବନରେ ସବୁକିଛି ଶେଷ ହୋଇଛି। ରିତେଶଙ୍କ ସହ ତାଙ୍କ ପ୍ରେମ କାହାଣୀ ବିଷୟରେ ରାଖୀ ଆହୁରି କହିଛନ୍ତି, ‘ଆମେ ହ୍ୱାଟସ୍ ଆପ୍ ଜରିଆରେ ୬ ମାସ ଚାଟ୍ କରିଥିଲୁ। ରିତେଶ ମୋତେ ତାଙ୍କ ଅବସ୍ଥାନ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ସବୁକିଛି ପଠାଇଥିଲେ। ଯେଉଁଥିପାଇଁ ମୋତେ ତାଙ୍କ ଉପରେ ବିଶ୍ୱାସ ବଢିଥିଲା। ତା’ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଲେ, ମୁଁ ତିନି ବର୍ଷ ପୂର୍ବେ ବିବାହ କରିଥିଲି।'

ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ରାଖୀ ସାୱନ୍ତଙ୍କ ବିବାହ ଏକ ରହସ୍ୟ ପାଲଟିଛି। ପ୍ରଥମେ ସିକ୍ରେଟ ବିବାହ, ତା’ପରେ ହଠାତ୍ ରିତେଶ ସାମ୍ନାକୁ ଆସିବା, ତା’ପରେ ଦୁହେଁ ନିଜ ବିବାହକୁ ବେଆଇନ୍‌ କହିବା ଏବଂ ବର୍ତ୍ତମାନ ରିତେଶ ଏବଂ ରାଖୀ ଅଲଗା ହୋଇଯିବା। ଏ ସବୁ କିଛିକୁ ନେଇ ପ୍ରଶଂସକମାନ କନ୍‌ଫ୍ୟୁଜ ହୋଇଯାଇଛନ୍ତି। ପ୍ରକୃତରେ ରାଖୀ ବିବାହ କରିଥିଲେ ନା କେବଳ ଏହାଥିଲା ତାଙ୍କ ପବ୍ଲିକ ଷ୍ଟଣ୍ଟ? ତାହା କେହିବି ବୁଝିପାରୁ ନାହାନ୍ତି। ପ୍ରକୃତ ସତ କ'ଣ ତାହା କେବଳ ରାଖୀ ହିଁ କହିପାରିବେ।

Related story