‘ବାଦା ତେରା ବାଦା’ ଗାଇବାକୁ ପ୍ରଥମେ ରାଜି ନଥିଲେ କିଶୋର

ମୁମ୍ବାଇ: ଆଜିକୁ ଠିକ୍ ୫୦ ବର୍ଷ ତଳେ ରିଲିଜ୍ ହୋଇଥିଲା ସ୍ୱର୍ଗତ ରାଜେଶ ଖନ୍ନାଙ୍କ ଅଭିନୀତ ଫିଲ୍ମ ‘ଦୁଶ୍ମନ’। ଏଥିରେ ତାଙ୍କ ସହିତ ମୀନା କୁମାରୀ ଓ ମୁମତାଜ ଅଭିନୟ କରିଥିଲେ। ଏହି ଫିଲ୍ମର ଏକ ସୁପରହିଟ୍ ଗୀତ ହେଉଛି ‘ବାଦା ତେରା ବାଦା’। ଏହାକୁ ଗାଇଥିଲେ କିଶୋର କୁମାର। ଆଜି ବି ଲୋକେ ଏହି ଗୀତକୁ ବାରମ୍ବାର ଶୁଣନ୍ତି। ତେବେ ଜାଣନ୍ତି, ଏହି ଗୀତ ଗାଇବାକୁ ପ୍ରଥମେ କିଶୋର କୁମାର ଗାଇବାକୁ ମନା କରି ଦେଇଥିଲେ। […]

Kishore Kumar

Kishore Kumar

Jitendra Garnayak
  • Published: Friday, 07 January 2022
  • Updated: 07 January 2022, 06:57 PM IST

Sports

Latest News

ମୁମ୍ବାଇ: ଆଜିକୁ ଠିକ୍ ୫୦ ବର୍ଷ ତଳେ ରିଲିଜ୍ ହୋଇଥିଲା ସ୍ୱର୍ଗତ ରାଜେଶ ଖନ୍ନାଙ୍କ ଅଭିନୀତ ଫିଲ୍ମ ‘ଦୁଶ୍ମନ’। ଏଥିରେ ତାଙ୍କ ସହିତ ମୀନା କୁମାରୀ ଓ ମୁମତାଜ ଅଭିନୟ କରିଥିଲେ। ଏହି ଫିଲ୍ମର ଏକ ସୁପରହିଟ୍ ଗୀତ ହେଉଛି ‘ବାଦା ତେରା ବାଦା’। ଏହାକୁ ଗାଇଥିଲେ କିଶୋର କୁମାର। ଆଜି ବି ଲୋକେ ଏହି ଗୀତକୁ ବାରମ୍ବାର ଶୁଣନ୍ତି। ତେବେ ଜାଣନ୍ତି, ଏହି ଗୀତ ଗାଇବାକୁ ପ୍ରଥମେ କିଶୋର କୁମାର ଗାଇବାକୁ ମନା କରି ଦେଇଥିଲେ। ଆଉ ତାଙ୍କୁ ଏଥିପାଇଁ ରାଜି କରାଇବାକୁ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାରେଲାଲ୍‌ଙ୍କୁ ବେଶ୍ କସରତ କରିବାକୁ ପଡ଼ିଥିଲା। ସିନେ ସାମ୍ବାଦିକ ତଥା ଲେଖକ ଚୈତନ୍ୟ ପାଦୁକୋନ୍ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି।

ଚୈତନ୍ୟ କହିଛନ୍ତି ଯେ ପ୍ୟାରେଲାଲ ତାଙ୍କୁ ଥରେ ଏ ବିଷୟରେ କହିଥିଲେ। ପ୍ୟାରେଲାଲ କହିଥିଲେ ଯେ ପ୍ରାରମ୍ଭରେ କିଶୋର କୁମାର ଏହି ଗୀତଟିକୁ ଗାଇବାକୁ ମନା କରି ଦେଇଥିଲେ। କାରଣ ସେ ଭାବୁଥିଲେ ଯେ ତାଙ୍କ କଣ୍ଠରେ ଗୀତଟି ଭଲ ହେବ ନାହିଁ। ଗୀତଟି ମହମ୍ମଦ ରଫିଙ୍କ କଣ୍ଠରେ ବହୁତ ଭଲ ହୋଇପାରିବ ବୋଲି ସେ ମନେ କରୁଥିଲେ। ତେଣୁ ତାଙ୍କୁ ଯେତେ ବୁଝାଇଲେ ବି ସେ ବୁଝି ନଥିଲେ। ଏମିତିକି ରାଜେଶ ଖନ୍ନା ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ପ୍ୟାରେଲାଲ ଆହୁରି କହିଥିଲେ ଯେ ଶେଷରେ ଏହି ସମସ୍ୟାର ସମାଧାନ ପାଇଁ ଲକ୍ଷ୍ମୀକାନ୍ତ ଏକ ଉପାୟ ପାଞ୍ଚିଲେ। ସେ କିଶୋର କୁମାରଙ୍କୁ ଅତି ନମ୍ର ଭାବେ କହିଥିଲେ ଯେ ଯଦି ସେ ଗୀତଟିକୁ ନଗା’ନ୍ତି, ତା’ହେଲେ ଏହାକୁ ଫିଲ୍ମରୁ ହଟାଇ ଦିଆଯିବ। ଏହା ସହିତ ଥରେ ଗୀତଟି ଗାଇବାକୁ ସେ କିଶୋରକୁ ଅନୁରୋଧ କରିଥିଲେ। ଶେଷରେ କିଶୋର ରାଜି ହେଲେ ଓ ଗୀତଟିକୁ ଗାଇଲେ। ଆଉ ତା’ପରେ ଯାହା ହେଲା ତାହା ଇତିହାସ।

ଫିଲ୍ମ ରିଲିଜ୍ ହେବା ପରେ ‘ବାଦା ତେରା ବାଦା’ ଗୀତଟି ଖୁବ୍ ହିଟ୍ ହୋଇଥିଲା। ଆଜି ବି ଲୋକେ ଏହି ଗୀତକୁ ଶୁଣନ୍ତି। ଏହି ଗୀତଟିକୁ ଲେଖିଥିଲେ ଆନନ୍ଦ ବକ୍ସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos