'କୋଲ୍ଡ ଡ୍ରିଙ୍କରେ ନିଶା ଦେଇ ତିଆରି କରିଥିଲେ ପର୍ଣ୍ଣ ଭିଡିଓ'

ମୁମ୍ବାଇ: ଦିନକୁ ଦିନ ଖୋଲୁଛି ନୂଆ ନୂଆ ଗୁମର। ରାଜ କୁନ୍ଦ୍ରାଙ୍କ କଳା କାରବାରର ଚେର ଝାଡଖଣ୍ଡ ଯାଏଁ ଲମ୍ବିଛି। ପର୍ଣ୍ଣ ଭିଡିଓ ମାମଲରେ ଏବେ ଧାନବାଦରେ ରହୁଥିବା ପୂର୍ବତନ ମିସ୍‌ ଇଣ୍ଡିଆସି ୟୁନିଭର୍ସ ପରୀ ପାସୱାନ ବଡ଼ ଖୁଲାସା କରିଛନ୍ତି। ମୁମ୍ବାଇର ଏକ ପ୍ରଡକ୍ସନ କମ୍ପାନୀ ନାଁରେ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଉକ୍ତ ପ୍ରଡକ୍ସନ କମ୍ପାନୀ ତାଙ୍କ ସହ ଅଶ୍ଳୀଳ କାମ କରିଥିବା ପରୀ ଅଭିଯୋଗ ଆଣିଛନ୍ତି। ତେବେ ଏହି କମ୍ପାନୀ କାହାର ସେ […]

pari pashwan

Madhupriya Mistry
  • Published: Tuesday, 31 August 2021
  • , Updated: 31 August 2021, 04:53 PM IST

ମୁମ୍ବାଇ: ଦିନକୁ ଦିନ ଖୋଲୁଛି ନୂଆ ନୂଆ ଗୁମର। ରାଜ କୁନ୍ଦ୍ରାଙ୍କ କଳା କାରବାରର ଚେର ଝାଡଖଣ୍ଡ ଯାଏଁ ଲମ୍ବିଛି। ପର୍ଣ୍ଣ ଭିଡିଓ ମାମଲରେ ଏବେ ଧାନବାଦରେ ରହୁଥିବା ପୂର୍ବତନ ମିସ୍‌ ଇଣ୍ଡିଆସି ୟୁନିଭର୍ସ ପରୀ ପାସୱାନ ବଡ଼ ଖୁଲାସା କରିଛନ୍ତି। ମୁମ୍ବାଇର ଏକ ପ୍ରଡକ୍ସନ କମ୍ପାନୀ ନାଁରେ ସେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଉକ୍ତ ପ୍ରଡକ୍ସନ କମ୍ପାନୀ ତାଙ୍କ ସହ ଅଶ୍ଳୀଳ କାମ କରିଥିବା ପରୀ ଅଭିଯୋଗ ଆଣିଛନ୍ତି। ତେବେ ଏହି କମ୍ପାନୀ କାହାର ସେ ନେଇ ପରୀ ଜାଣିନାହାନ୍ତି।

ମିସ୍‌ ଇଣ୍ଡିଆ ୟୁନିଭର୍ସ ରହିଥିବା ପରୀ କହିଛନ୍ତି, 'ସେ ଜଣେ ମଡେଲ। ଏଥିଯୋଗୁଁ ସେ ମୁମ୍ବାଇ କାମ ଖୋଜିବା ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ କୋଲ୍ଡ ଡ୍ରିଙ୍କରେ ନିଶା ଦେଇ ତାଙ୍କର ପର୍ଣ୍ଣ ଭିଡିଓ ତିଆରି କରାଯାଇଥିଲା। ଯେତେବେଳେ ସେ ଏହି ବିଷୟରେ ଜାଣିବାକୁ ପାଇଥିଲେ ସେତେବଳେ ସେ ମୁମ୍ଭାଇ ପୁଲସ ନିକଟରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି।'

ନିକଟରେ ପରୀଙ୍କ ଅଭିଯୋଗ ଅନୁସାରେ ଧନବାଦ କତରାସ ଥାନା ପୁଲିସ ତାଙ୍କ ସ୍ୱାମୀ ନୀରଜ ପାସୱାନଙ୍କୁ ଗିରଫ କରିଥିଲା। ସେ ସ୍ୱାମୀ ନୀରଜ, ଦେଢ଼ସୁର ଚନ୍ଦନ ଏବଂ ଶାଶୁ ଆଶା ଦେବୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।

ସେପଟେ କିନ୍ତୁ ପରୀଙ୍କ ମୁମ୍ବାଇରେ ଅଶ୍ଳୀଳ ଫିଲ୍ମରେ କାମ କରିବା ସହ ସରଳ ଲୋକଙ୍କୁ ଫସାଉଛନ୍ତି। ଏଥିସହ ସେ ପୂର୍ବରୁ ମଧ୍ୟ ଦୁଇ ଜଣଙ୍କୁ ବିବାହ କରିସାରିଛନ୍ତି। ପରୀ ମହିଳା ହେବା ଫାଇଦା ଉଠାଉଥିବା ନେଇ ତାଙ୍କ ଶ୍ୱଶୁର ଘର ଲୋକେ ଅଭିଯୋଗ ଆଣିଥିଲେ।

ଶ୍ୱଶୁର ଘର ଲୋକଙ୍କ ଅଭିଯୋଗକୁ ପରୀ କିନ୍ତୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, 'ଭିଡିଓ ଭାଇରାଲ ଘଟଣା ସତ କିନ୍ତୁ ଅନ୍ୟ ସବୁ ଅଭିଯୋଗ ମିଛି। ମୁମ୍ବାଇରେ ଏପରି ଏକ ଗ୍ୟାଙ୍ଗ ଅଛି ଯିଏ ଯୁବତୀମାନଙ୍କୁ ପ୍ରତାରଣା କରି ଅଶ୍ଳୀଳ ଭିଡିଓ ତିଆରି କରି ଭାଇରାଲ କରୁଛି। ମୁଁ ସେହି ଘଟଣାର ଶିକାର ହୋଇଛି। ଏନେଇ ମାଲୱାନୀ ପୁଲିସ ଷ୍ଟେସନରେ ଏଫଆଇଆର ମଧ୍ୟ ଦାଖଲ କରିଛି ବୋଲି ସେ କହିଛନ୍ତି।'

ଝାରଖଣ୍ଡର ଗୁମଲାରେ ବାସ କରୁଥିବା ମଡେଲ ପରୀ ୨୦୧୯ରେ ମିସ୍‌ ଇଣ୍ଡିଆ ୟୁନିଭର୍ସ ମୁକୁଟ ହାତେଇଥିଲେ। ଏହାପରେ କତରାସ ବାସିନ୍ଦା ନୀରଜ ପାସୱାନଙ୍କ ସହ ତାଙ୍କ ବିବାହ ହୋଇଥିଲା।

 

View this post on Instagram

 

A post shared by परी पासवान (@paripaswan)

Related story