ସଲ୍‌ମାନ୍‌ଙ୍କ ଫଟୋ ଦେଖି ରାଗି ଗଲେ ସୋଶାଲ୍ ମିଡିଆ ୟୁଜର୍ସ

ମୁମ୍ବାଇ: ସଲ୍‌ମାନ୍ ଖାନ୍ ଜିମ୍‌ରେ ୱର୍କଆଉଟ୍ କରିବା ପରେ ନିଜର ଏକ ଫଟୋକୁ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଶର୍ଟ ପିନ୍ଧି ନାହାନ୍ତି। ସେ ବସିଥିବା ଓ ମୋବାଇଲ୍ ଧରି କିଛି କରୁଥିବା ଦେଖିବାକୁ ମିଳିଛି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ଏବେ ୱର୍କଆଉଟ୍ ଶେଷ କଲି। ସାଧାରଣତଃ ସଲ୍‌ମାନ୍ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର୍ କଲେ ପ୍ରଶଂସା ହିଁ ପ୍ରଶଂସା ପାଆନ୍ତି। କିନ୍ତୁ ଏଥର ଏଥିରେ ଟିକେ ବ୍ୟତିକ୍ରମ ଦେଖିବାକୁ […]

salman

Jitendra Garnayak
  • Published: Saturday, 27 June 2020
  • , Updated: 27 June 2020, 10:33 AM IST

ମୁମ୍ବାଇ: ସଲ୍‌ମାନ୍ ଖାନ୍ ଜିମ୍‌ରେ ୱର୍କଆଉଟ୍ କରିବା ପରେ ନିଜର ଏକ ଫଟୋକୁ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଶର୍ଟ ପିନ୍ଧି ନାହାନ୍ତି। ସେ ବସିଥିବା ଓ ମୋବାଇଲ୍ ଧରି କିଛି କରୁଥିବା ଦେଖିବାକୁ ମିଳିଛି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ଏବେ ୱର୍କଆଉଟ୍ ଶେଷ କଲି।

ସାଧାରଣତଃ ସଲ୍‌ମାନ୍ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର୍ କଲେ ପ୍ରଶଂସା ହିଁ ପ୍ରଶଂସା ପାଆନ୍ତି। କିନ୍ତୁ ଏଥର ଏଥିରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ତାଙ୍କୁ ସମାଲୋଚନା କରିବା ସହିତ ଗାଳିଗୁଲଜ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି- ‘ଏବେ ତୁମେ ବର୍ତ୍ତି ଯାଇ ପାରିବ ନାହିଁ। ଉପରୁ ଥାଇ ଭଗବାନ ସବୁ ଦେଖୁଛନ୍ତି।’ ଆଉ ଜଣେ ଲେଖିଛନ୍ତି- ‘.... ଆଉ ମୁଁ ଏବେ ଏବେ ତୁମକୁ ଅନ୍‌ଫଲୋ କଲି।’ ଅନ୍ୟ ଜଣେ ଇନ୍‌ଷ୍ଟାଗ୍ରାମ୍ ୟୁଜର ଲେଖିଛନ୍ତି- ‘ଇଏ କେଜାଣି କେତେ ଜଣଙ୍କର କ୍ୟାରିୟର ନଷ୍ଟ କରି ଦେଇଛି।’ ସେହିଭଳି ଜଣେ ଲେଖିଛନ୍ତି- ‘ଏବେ ବି କିଛି ଭିକାରୀ କାମ ପାଇବା ପାଇଁ ୟାଙ୍କୁ ପ୍ରଶଂସା କରିବେ।’

https://www.instagram.com/p/CB6STXQFcCv/?utm_source=ig_web_copy_link

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍‌ରେ ‘ନେପୋଟିଜମ୍’କୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ସଲ୍‌ମାନ୍‌ ବି ଫସି ଯାଇଛନ୍ତି। ସେଥିପାଇଁ ଏମିତି ସବୁ କମେଣ୍ଟ ଆସିଥିବା କୁହାଯାଉଛି। ଆଉ କିଛି କହୁଛନ୍ତି, ସଲ୍‌ମାନ୍‌ଙ୍କୁ ନେଇ ଏମିତି କମେଣ୍ଟ ଦେଇଥିବା ୟୁଜରମାନେ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌। ସେମାନେ ଏବେ ଦୁଃଖରେ ଅଛନ୍ତି। ତେଣୁ ଏମିତି କମେଣ୍ଟ ଦେଇଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଆହୁରି ଅନେକ ବଲିଉଡ୍ ସେଲେବ୍ରିଟି ଟ୍ରୋଲ୍ ହେଉଛନ୍ତି। ସେମାନଙ୍କ ମଧ୍ୟରେ କରଣ ଜୋହର ଓ ଏକ୍‌ତା କପୁର ପ୍ରମୁଖ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବେଶ୍ ସକ୍ରିୟ ରହୁଥିବା କରଣ ଜୋହର ସୁଶାନ୍ତଙ୍କ ମୃତ୍ୟୁ ଦିନ କେବଳ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ସେହି ଫଟୋରେ ତାଙ୍କ ସହିତ ସୁଶାନ୍ତ ସିଂହ ରାଜପୁତ ଥିଲେ। କିନ୍ତୁ ତା’ ପରେ ଆଉ ଗୋଟିଏ ବି ପୋଷ୍ଟ କରି ନାହାନ୍ତି। ଏମିତିକି ତାଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ମଧ୍ୟ କମିଯାଇଛି।

Related story