ରୋହନପ୍ରୀତଙ୍କ ସହ ନେହାଙ୍କର ଏମିତି ହୋଇଥିଲା ପ୍ରଥମ ଦେଖା

ମୁମ୍ୱାଇ : ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିକଟରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କୁ ବିବାହ କରି ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ପ୍ରଥମେ ରୋହନପ୍ରୀତଙ୍କ ସହିତ ନେହାଙ୍କର ସମ୍ପର୍କକୁ ନେଇ ସେତେଟା ଚର୍ଚ୍ଚା ହୋଇନଥିଲା। ଅଚାନକ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। ତେବେ ଦୁହିଁଙ୍କର ଦେଖା କିପରି ହୋଇଥିଲା ଏବଂ ଏତେ ଶୀଘ୍ର ବିବାହକୁ ନେଇ ନେଇ ଫ୍ୟାନ୍ସଙ୍କ ମନରେ ଆଜି ବି ଅନେକ ପ୍ରଶ୍ନ […]

n1

Hemant Lenka
  • Published: Monday, 30 November 2020
  • , Updated: 30 November 2020, 12:13 PM IST

ମୁମ୍ୱାଇ : ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିକଟରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କୁ ବିବାହ କରି ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ପ୍ରଥମେ ରୋହନପ୍ରୀତଙ୍କ ସହିତ ନେହାଙ୍କର ସମ୍ପର୍କକୁ ନେଇ ସେତେଟା ଚର୍ଚ୍ଚା ହୋଇନଥିଲା। ଅଚାନକ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା।

ତେବେ ଦୁହିଁଙ୍କର ଦେଖା କିପରି ହୋଇଥିଲା ଏବଂ ଏତେ ଶୀଘ୍ର ବିବାହକୁ ନେଇ ନେଇ ଫ୍ୟାନ୍ସଙ୍କ ମନରେ ଆଜି ବି ଅନେକ ପ୍ରଶ୍ନ ରହିଛି। ବିଗବସ୍‌ ହାଉସରେ ଏହାର ଉତ୍ତର ରଖିଛନ୍ତି ନେହା କକ୍କର। ଗତକାଲି ବିଗବସ୍‌ର ‘ୱିକେଣ୍ଡ କି ବାର୍‌’ ଏପିସୋଡ୍‌ରେ ଅତିଥି ଭାବରେ ଯୋଗ ଦେଇ ନେହା ରୋହନପ୍ରୀତଙ୍କ ସହିତ ତାଙ୍କର ପ୍ରଥମ ଦେଖା କିପରି ହୋଇଥିଲା, ସଲମାନ୍‌ ଖାନ୍‌ ଓ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।

ସଲମାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ନେହା କହିଥିଲେ ‘ନେହୁ ଦା ବ୍ୟାହ’ ମ୍ୟୁଜିକ ଭିଡିଓ ଶୁଟ୍‌ କରୁଥିବା ସମୟରେ ରୋହନପ୍ରୀତଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ। ଶୁଟିଂ ସେଟ୍‌ରେ ହିଁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଫ୍ୟାନ୍ସଙ୍କୁ ଏହି ବିଷୟରେ ଜଣାଇବା ପାଇଁ ସମୟ ମିଳିନଥିଲା।

ନେହା ଆହୁରି ମଧ୍ୟ କହିଥିଲେ, ଯେ କୌଣସି ବିଷୟ ହେଉ ନା କାହିଁକି ସେହି କାମ କରିବା ପାଇଁ ସେ ଗୋଟିଏ ଥରରେ ହିଁ ନିଷ୍ପତ୍ତି ନେଇଥା’ନ୍ତି। ବିବାହ ମାମଲାରେ ମଧ୍ୟ ସେ ଠିକ୍‌ ଏହିପରି ନିଷ୍ପତ୍ତି ନେଇଥିଲେ।

ବିବାହ ପୂର୍ବରୁ ନେହାଙ୍କ ରୋକା ଓ ମେହନ୍ଦୀ ସେରିମନୀର ଫଟୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଗତ ୨୪ ଅକ୍ଟୋବରରେ ଦୁହେଁ ଧୁମ୍‌ଧାମ୍‌ରେ ବିବାହ କରିଥିଲେ।

Related story