ରାଜକୁମାର ରାଓଙ୍କ ପତ୍ନୀ ପିନ୍ଧିଥିବା ମଙ୍ଗଳସୂତ୍ରର ଦାମ କେତେ?

ମୁମ୍ବାଇ: କ’ଣ ଗତ ସପ୍ତାହରେ ଆପଣମାନେ ଅଭିନେତା ରାଜକୁମାର ରାଓ ଓ ତାଙ୍କ ପତ୍ନୀ ପତ୍ରଲେଖାଙ୍କ ଫଟୋ ମୁମ୍ବାଇ ଏୟାରପୋର୍ଟରେ ଦେଖିଥିଲେ? ନୂଆ କରି ବାହା ହୋଇଥିବା ପତ୍ରଲେଖା ନାଲି ଶାଢ଼ିରେ ଏମିତି ଚମକୁ ଥିଲେ ଯେ ତାଙ୍କ ଉପରୁ କାହାର ନଜର ହଟୁ ନଥିଲା। ତେବେ ତାଙ୍କ ବେକରେ ଥିବା ମଙ୍ଗଳସୂତ୍ର ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ନଭେମ୍ବର ୧୫ରେ ରାଜକୁମାର ଓ ପତ୍ରଲେଖା ଚଣ୍ଡିଗଡ଼ରେ ବିବାହ କରିଥିଲେ। ଏହାର କିଛି ଦିନ ପରେ […]

Rajkumar

Hemant Lenka
  • Published: Tuesday, 23 November 2021
  • , Updated: 23 November 2021, 10:13 PM IST

ମୁମ୍ବାଇ: କ’ଣ ଗତ ସପ୍ତାହରେ ଆପଣମାନେ ଅଭିନେତା ରାଜକୁମାର ରାଓ ଓ ତାଙ୍କ ପତ୍ନୀ ପତ୍ରଲେଖାଙ୍କ ଫଟୋ ମୁମ୍ବାଇ ଏୟାରପୋର୍ଟରେ ଦେଖିଥିଲେ? ନୂଆ କରି ବାହା ହୋଇଥିବା ପତ୍ରଲେଖା ନାଲି ଶାଢ଼ିରେ ଏମିତି ଚମକୁ ଥିଲେ ଯେ ତାଙ୍କ ଉପରୁ କାହାର ନଜର ହଟୁ ନଥିଲା। ତେବେ ତାଙ୍କ ବେକରେ ଥିବା ମଙ୍ଗଳସୂତ୍ର ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।
ନଭେମ୍ବର ୧୫ରେ ରାଜକୁମାର ଓ ପତ୍ରଲେଖା ଚଣ୍ଡିଗଡ଼ରେ ବିବାହ କରିଥିଲେ।

ଏହାର କିଛି ଦିନ ପରେ ସେମାନେ ମୁମ୍ବାଇ ଫେରିଥିଲେ। ମୁମ୍ବାଇ ଫେରିବା ବେଳେ ପତ୍ରଲେଖା ନାଲି ଆଉଟଫିଟିରେ ଗର୍ଜିୟସ ଦିଶୁଥିବା ବେଳେ ରାଜକୁମାର ଧଳା ପୋଷାକରେ ହ୍ୟାଣ୍ଡସମ ହଙ୍କ ଭଳି ଲାଗୁଥିଲେ।

ଏହି ସମୟରେ ପତ୍ରଲେଖା ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ରୟାଲ ବେଙ୍ଗଲ ମଙ୍ଗଳସୂତ୍ର ପିନ୍ଧିଥିଲେ। ଏହି ୧.୨ ରୟାଲ ମଙ୍ଗଳସୂତ୍ରଟି ୧୮ କ୍ୟାରେଟ ସୁନା ସହ କଳା ଓନୟଏକ୍ସ ଓ ମୋତିରେ ଖଚିତ ହୋଇଥିଲା। ଏହାର ଦାମ ପ୍ରାୟ ୧,୬୫,୦୦୦ ଟଙ୍କା। ପତ୍ରଲେଖାଙ୍କ ମଙ୍ଗସୂତ୍ରର ଦାମ ବିଷୟରେ ଜାଣିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରିବା ସହ ଫଟୋକୁ ମଧ୍ୟ ଶେୟାର କରିଥିଲେ।

 

View this post on Instagram

 

A post shared by Sabyasachi (@sabyasachiofficial)


ରାଜକୁମାର ଓ ପତ୍ରଲେଖା ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି। ବାହାଘର ବେଳେ ସେମାନେ ପିନ୍ଧିଥିବା ପୋଷାକ ମଧ୍ୟ ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ କରିଥିଲେ।

 

View this post on Instagram

 

A post shared by Sabyasachi (@sabyasachiofficial)

Related story