କଙ୍ଗନାଙ୍କ ମୁହଁରେ ଲାଗିବ ତୁଣ୍ଡି! ସୁପ୍ରିମକୋର୍ଟରେ ଆବେଦନ

ମୁମ୍ବାଇ: ଏଣିକି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁହଁରେ ପଡିପାରେ ତାଲା। ତାଙ୍କ ସୋଶାଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଚଲାଇପାରେ କଇଁଚି। ବିବାଦୀୟ ବୟାନକୁ କାଣ୍ଟଛାଣ୍ଟ କରିପାରେ ସେନ୍ସର। ଭବିଷ୍ୟତରେ କଙ୍ଗନାଙ୍କ ସବୁ ସୋଶାଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଭବିଷ୍ୟତରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଲଗାଇବା ପାଇଁ […]

Kangan-1

Madhupriya Mistry
  • Published: Wednesday, 01 December 2021
  • , Updated: 01 December 2021, 05:32 PM IST

ମୁମ୍ବାଇ: ଏଣିକି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁହଁରେ ପଡିପାରେ ତାଲା। ତାଙ୍କ ସୋଶାଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଚଲାଇପାରେ କଇଁଚି। ବିବାଦୀୟ ବୟାନକୁ କାଣ୍ଟଛାଣ୍ଟ କରିପାରେ ସେନ୍ସର। ଭବିଷ୍ୟତରେ କଙ୍ଗନାଙ୍କ ସବୁ ସୋଶାଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି।

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଭବିଷ୍ୟତରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଲଗାଇବା ପାଇଁ ଦାବି କରାଯାଇଛି। ସୁପ୍ରିମକୋର୍ଟର ଓକିଲ ଚରଣଜିତ ସିଂହ ଚନ୍ଦ୍ରପାଲ ନିଜେ ଏହି ଆବେଦନ ଦାଖଲ କରିଛନ୍ତି।

କଙ୍ଗନା ରଣାୱତଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ସେ ଗଭୀର ଆଘାତ ପାଇଛନ୍ତି, ଯେଉଁଥିରେ ଅଭିନେତ୍ରୀ ଶିଖ ଚାଷୀଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ସହ ବର୍ଣ୍ଣନା କରିଥିଲେ ବୋଲି ଆବେଦନରେ ସୁପ୍ରିମକୋର୍ଟର ଏହି ଓକିଲ କହିଛନ୍ତି। ଆବେଦନରେ କୁହାଯାଇଛି, କଙ୍ଗନାଙ୍କ ଏଭଳି ବୟାନର ଉଦ୍ଦେଶ୍ୟ ହେଉଛି ଦଙ୍ଗା ସୃଷ୍ଟି କରିବା ଏବଂ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା। କଙ୍ଗନାଙ୍କ ପୋଷ୍ଟରେ ଶିଖମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜାତୀୟ ବିରୋଧୀ ଢ଼ଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଚାନ୍ଦ୍ରପାଲ କହିଛନ୍ତି।

କଙ୍ଗନା ରାଣାୱତଙ୍କ ମନ୍ତବ୍ୟ ଦେଶର ଏକତା ବିରୋଧୀ ଏବଂ ଅଭିନେତ୍ରୀ ଆଇନ ଅନୁଯାୟୀ କଠୋର ଦଣ୍ଡ ପାଇବା ଯୋଗ୍ୟ।  ଅଭିନେତ୍ରୀଙ୍କ କାର୍ଯ୍ୟକୁ ଅସ୍ୱୀକାର କରାଯାଇପାରିବ ନାହିଁ  କି ସମାଲୋଚନା କରାଯାଇପାରିବ ନାହିଁ ବୋଲି ଓକିଲ କହିଛନ୍ତି।

କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ବିଚାରାଧୀନ ଏଫ୍ଆଇଆର୍ ଗୁଡିକୁ ମୁମ୍ବାଇର ଖର ପୁଲିସ୍ ଷ୍ଟେସନକୁ ସ୍ଥାନାନ୍ତର କରିବାକୁ ଆବେଦନ ପତ୍ରରେ ଦାବି କରାଯାଇଛି। ୬ ମାସ ମଧ୍ୟରେ ଏହି ମାମଲାଗୁଡ଼ିକରେ ସମସ୍ତ ଚାର୍ଜସିଟ୍ ଦାଖଲ କରିବାକୁ ଏବଂ ଦୁଇ ବର୍ଷ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କୁ ଦିଶା ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ କୁହାଯାଇଛି।

ସୂଚନା ମୁତାବକ, ନିକଟରେ କଙ୍ଗନା ଜାଣିଶୁଣି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଚାଷୀଙ୍କ ବିରୋଧକୁ ଖାଲିସ୍ତାନୀ ଆନ୍ଦୋଳନ ରୂପେ ଚିତ୍ରଣ କରିଥିବା ଅଭିଯୋଗ ରହିଛି। ଏହା ବ୍ୟତୀତ ସେ ଶିଖ ସମ୍ପ୍ରଦାୟକୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି ମଧ୍ୟ  କହିଥିବା ଅଭିଯୋଗ ହୋଇଛି। କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ୧୯୮୪ ଏବଂ ତା' ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ।

https://twitter.com/ANI/status/1465895687053139975?s=20

Related story