‘ସାଉଥ ଷ୍ଟାର୍ଙ୍କୁ ଈର୍ଷା କରୁଛନ୍ତି ବଲିଉଡ ଷ୍ଟାର୍’
ମୁମ୍ବାଇ: ଚାରିଆଡେ ସାଉଥ ଷ୍ଟାରଙ୍କ ଜଲୱା। ଧୁମ୍ ମଚାଉଛି ଦକ୍ଷିଣ ଭାରତୀୟ ଅଭିନେତାଙ୍କ ଫିଲ୍ମ। ଟଲିଉଡ, ବଲିଉଡ ଠାରୁ ହଲିଉଡ ଯାଏଁ ସବୁଠି ସାଉଥ ଷ୍ଟାର୍ଙ୍କ କ୍ରେଜ୍। ଲଗାତର ତିନି ତିନିଟି ବ୍ଲକବଷ୍ଟର ଫିଲ୍ମ। ସେ ‘ପୁଷ୍ପା’ ହେଉ ଅବା ‘ଆର୍ଆର୍ଆର୍’ କିମ୍ବା ‘କେଜିଏଫ୍’, କିଏ କାହାଠାରୁ କମ୍ ନୁହଁ। ବଲିଉଡରେ ଟ୍ରେଣ୍ଡ ସେଟର୍ ପାଲଟିଲେଣି ସାଉଥ ଆକ୍ଟର। ଏହାରି ଭିତରେ ବର୍ତ୍ତମାନ ଭାଷାକୁ ନେଇ ବିବାଦ ଉପୁଜିଛି। ସାଉଥ ଫିଲ୍ମର ହିନ୍ଦୀ ଡବିଂ ତଥା ହିନ୍ଦୀ ଭାଷାକୁ ନେଇ ଦେଖାଦେଇଛି ବିବାଦ।
ବଲିଉଡ ଓ ସାଉଥ କଳାକାର ହୋଇଛନ୍ତି ମୁହାଁମୁହିଁ। କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ଟ୍ୱିଟରୁ ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗକୁ ନେଇ ସମଗ୍ର ସାଉଥ ଓ ନର୍ଥରେ ଚର୍ଚ୍ଚା ଚାଲିଛି। ହିନ୍ଦୀକୁ ଜାତୀୟ ଭାଷା ଭାବରେ ଗ୍ରହଣ ନକରିବାରୁ ଅଜୟ ଦେବଗନ୍ କିଚ୍ଚା ସୁଦୀପଙ୍କ ଟ୍ୱିଟରେ ପ୍ରଶ୍ନ ଉଠାଇଥିଲେ। ଉଭୟ ଅଭିନେତାଙ୍କ ମଧ୍ୟରେ ଟ୍ୱିଟର ୱାର୍ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ୱାର୍ରେ ମଇଦାନକୁ ଓହ୍ଲାଇଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଏହି ଭାଷା ୱାର୍ ନିଆଁରେ ଘିଅ ଢ଼ାଳିବା ଭଳି ପ୍ରତିକ୍ରିୟା ଦେଇଛନ୍ତି।
The base undeniable ground truth @KicchaSudeep sir ,is that the north stars are insecure and jealous of the south stars because a Kannada dubbing film #KGF2 had a 50 crore opening day and we all are going to see the coming opening days of Hindi films
— Ram Gopal Varma (@RGVzoomin) April 27, 2022
ଅଜୟ ଦେବଗନ୍ ଓ କିଚ୍ଚା ସୁଦୀପ ଦୁଇ ଷ୍ଟାରଙ୍କ ମଧ୍ୟରେ ଚାଲିଥିବା ଏହି ଟ୍ୱିଟ୍ ୱାର୍ରେ ରାମ ଗୋପାଳ ବର୍ମା ସାଉଥ ଅଭିନେତା କିଚ୍ଚାଙ୍କୁ ସମର୍ଥନ କରିଛନ୍ତି। କିଚ୍ଚାଙ୍କୁ ପ୍ରଶଂସା କରିବାବେଳେ ଅଜୟ ଦେବଗନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି ରାମ ଗୋପାଲ।
Nothing can drive the point better than ur question on ,what if you answer in Kannada to a Hindi tweet from @ajaydevgn .. Kudos to you and I hope everyone realises there’s no north and south and india is 1 https://t.co/g0IOvon8nV
— Ram Gopal Varma (@RGVzoomin) April 27, 2022
ରାମ ଗୋପାଲ ଟ୍ୱିଟ୍ କରି ଲେଖିଛନ୍ତି- ତୁମର ଏହି ପ୍ରଶ୍ନ ଅପେକ୍ଷା ଏହି ପଏଣ୍ଟକୁ ଭଲ ଭାବରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଥରେ ଭାବ କଣ ହୋଇଥାନ୍ତା ଯଦି ଆପଣ ଅଜୟ ଦେବଗାନଙ୍କ ହିନ୍ଦୀ ଟ୍ୱିଟକୁ କନ୍ନଡରେ ଉତ୍ତର ଦେଇଥିଲେ। ବୋଧ ହୁଏ ତୁମର ପ୍ରଶଂସା କରାଯାଇଥାନ୍ତା। ମୁଁ ଆଶା କରୁଛି ସମସ୍ତେ ବୁଝି ପାରିଥିବେ କି ଏଥିରେ ଉତ୍ତର ଦକ୍ଷିଣ କିଛି ନାହିଁ, ଭାରତ ଗୋଟିଏ।
ଅଜୟଙ୍କ ଟ୍ୱିଟ୍ରେ ରାମ ଗୋପାଲ କହିଛନ୍ତି କି କିଚ୍ଚା ସୁଦୀପଙ୍କ ଭୁଲ୍ ଧାରଣାକୁ ଦୂର କରିବା ପାଇଁ ଧନ୍ୟବାଦ। କୁହାଯାଏ, ଇଣ୍ଡଷ୍ଟ୍ରି ଗୋଟିଏ। ସମସ୍ତ ଭାଷାକୁ ସମ୍ମାନ କରିବା ଉଚିତ୍। ଏହାକୁ ନେଇ ଅଜୟ କହିଛନ୍ତି କି-ବୋଧ ହୁଏ ଟ୍ରାନ୍ସଲେଟ୍ରେ କିଛି ହଜି ଯାଇଛି। ଅଜୟଙ୍କ ଏହି ଟ୍ୱିଟ୍ ଉପରେ ରାମ ଗୋପାଲ କହିଛନ୍ତି, ମୁଁ ଏହା ଉପରେ ବିଶ୍ଵାସ କରୁଛି ଅଜୟ, ମୁଁ ଜାଣିଛି ତୁମ କହିବାର ଅର୍ଥ ତାହା ନୁହେଁ କିନ୍ତୁ କିଛି ଲୋକ ତାହା ବୁଝିଛନ୍ତି।
The base undeniable ground truth @KicchaSudeep sir ,is that the north stars are insecure and jealous of the south stars because a Kannada dubbing film #KGF2 had a 50 crore opening day and we all are going to see the coming opening days of Hindi films
— Ram Gopal Varma (@RGVzoomin) April 27, 2022
ନିର୍ଦ୍ଦେଶକ ତାଙ୍କ ଟ୍ୱିଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ବଲିଉଡ ଷ୍ଟାରମାନେ ସାଉଥ ଷ୍ଟାରଙ୍କ ଠାରୁ ଅସୁରକ୍ଷିତ ମନେକରନ୍ତି ଏବଂ ତାଙ୍କୁ ଈର୍ଷା କରନ୍ତି। କାରଣ କନ୍ନଡ ଚଳଚ୍ଚିତ୍ର KGF ପ୍ରଥମ ଦିନରେ୫୦ କୋଟି ରୋଜଗାର କରିଥିଲା। ଆଗାମୀ ହିନ୍ଦୀ ଫିଲ୍ମର ଓପନିଂ କଲେକ୍ସନ ଜାଣିବାକୁ ଆମେ ସମସ୍ତେ ଅପେକ୍ଷା କରିଛୁ। କେବଳ ଏତିକି ନୁହେଁ, ରାମ ଗୋପାଳ ବର୍ମା ଅଜୟ ଦେବଗନଙ୍କ ରନୱେ -୩୪ର କଲେକ୍ସନକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।