ରାମଚରଣ ଓ ଜୁନିଅର୍‌ ଏନ୍‌ଟିଆର୍‌ଙ୍କ ଇସାରାରେ ନାଚିଲେ ଆମୀର

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଆର ଏନ୍‌ଟିଆର୍‌ଙ୍କ ଇସାରାରେ ନାଚିଲେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌। ତାଙ୍କ ସହ ତାଳରେ ତାଳ ମିଶାଇ କଲେ ଡ୍ୟାନ୍ସ। ହେଲେ ପରିଲେନି। ଶେଷରେ ହାତ ଟେକିଦେଲେ ଆମୀର। ଆଉ ନିଜ ମନ ଇଚ୍ଛା ନାଚିବାକୁ ଲାଗିଲେ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଫିଲ୍ମ ‘ଆର୍‌ଆର୍‌ଆର୍‌’ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଆସନ୍ତା ୨୫ ତାରିଖରେ […]

Amir, NTR, Ramcharan

Madhupriya Mistry
  • Published: Monday, 21 March 2022
  • , Updated: 21 March 2022, 01:17 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଆର ଏନ୍‌ଟିଆର୍‌ଙ୍କ ଇସାରାରେ ନାଚିଲେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌। ତାଙ୍କ ସହ ତାଳରେ ତାଳ ମିଶାଇ କଲେ ଡ୍ୟାନ୍ସ। ହେଲେ ପରିଲେନି। ଶେଷରେ ହାତ ଟେକିଦେଲେ ଆମୀର। ଆଉ ନିଜ ମନ ଇଚ୍ଛା ନାଚିବାକୁ ଲାଗିଲେ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ଫିଲ୍ମ 'ଆର୍‌ଆର୍‌ଆର୍‌' ନେଇ ଏବେ ଚାରିଆଡେ ଚର୍ଚ୍ଚା। ଆସନ୍ତା ୨୫ ତାରିଖରେ ଫିଲ୍ମଟି ପରଦାରେ ରିଲିଜ ହେବ। ତେବେ ଏହା ପୂର୍ବରୁ ପୁଣି ଥରେ ପୂରା ଷ୍ଟାରକାଷ୍ଟ ଫିଲ୍ମର ପ୍ରମୋସନ୍‌ରେ ଲାଗିପଡିଛନ୍ତି। ଆଲିଆ ଭଟ୍ଟ, ରାମଚରଣ, ଜୁନିଆର ଏନ୍‌ଟିଆର୍‌ ଓ ଏସ୍‌ଏସ୍‌ ରାଜାମୌଲି ଏକାଠି ଫିଲ୍ମ ପ୍ରମୋସନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହ ଅଭିନେତା ଆମୀର ଖାନ୍‌ ମଧ୍ୟ ସାମିଲ ହୋଇଥିଲେ।

ରବିବାର ଦିଲ୍ଲୀର କନଟ୍‌ ପ୍ଲେସ୍‌ରେ ଆର୍‌ଆର୍‌ଆର୍‌ ଫିଲ୍ମର ପୂରା ଟିମ୍‌ ପହଞ୍ଚିଥିଲା। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିବା ଏହି ସମୟରେ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌ ମଧ୍ୟ ନଜର ଆସିଥିଲେ। ସେ ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ଠାରୁ ନାଟୋ ନାଟୋ ଗୀତର ସିଗ୍ନେଚର ଷ୍ଟେପ୍‌ ଶିଖୁଥିବା ନଜର ଆସିଥିଲେ।

ଦିଲ୍ଲୀ ପୂର୍ବରୁ 'ଆର୍‌ଆର୍‌ଆର୍‌'ର ପୂରା ଟିମ୍‌ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ସହ ମିଶି ଗୁଜୁରାଟ ପ୍ରମୋସନ ପାଇଁ ଯାଇଥିଲା। ଏଠାରେ ସେମାନେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଫିଲ୍ମର ପ୍ରମୋସନ୍‌ କରିଥିଲେ। 'ଆର୍‌ଆର୍‌ଆର୍‌' ପ୍ରଥମ ଫିଲ୍ମ ଯାହାକୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ପ୍ରମୋସନ୍‌ କରାଯାଇଛି।

ସୂଚନା ମୁତାବକ, ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ 'ଆର୍‌ଆର୍‌ଆର୍‌'ର ଲିଡ୍‌ ରୋଲରେ ରାମଚରଣ, ଜୁନିଅର୍‌ ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ ଅଛନ୍ତି। ଏହି ଫିଲ୍ମକୁ ନେଇ ଏବେ ଦର୍ଶକଙ୍କ ମଧ୍ୟ ଢ଼େର ଉତ୍ସାହ ବଢ଼ିଯାଇଛି।

 

View this post on Instagram

 

A post shared by Viral Bhayani (@viralbhayani)

Related story