ହସ୍ପିଟାଲରେ ଭର୍ତ୍ତି ହେଲେ ସାଏରା ବାନୋ

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ସ୍ତ୍ରୀ ତଥା ଭେଟେରାନ ଅଭିନେତ୍ରୀ ସାଏରା ବାନୋଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ଗୁରୁତର ଅବସ୍ଥାରେ ଆଜି ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ, ସାଏରା ବାନୋଙ୍କ ସୁଗରା ଲେବୁଲ ବଢ଼ିଯାଇଛି। ପ୍ରାରମ୍ଭିକ ଚିକିତ୍ସାରୁ ଜଣାପଡିଛି ଯେ, ତାଙ୍କ ବ୍ଲଡ ପ୍ରେସର ମଧ୍ୟ ହାଇ ରହିଛି। ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି। ଏବେ […]

saira banu

Madhupriya Mistry
  • Published: Wednesday, 01 September 2021
  • , Updated: 01 September 2021, 02:01 PM IST

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ସ୍ତ୍ରୀ ତଥା ଭେଟେରାନ ଅଭିନେତ୍ରୀ ସାଏରା ବାନୋଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ଗୁରୁତର ଅବସ୍ଥାରେ ଆଜି ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ସୂଚନା ମିଳିଛି।

ମିଡିଆ ରିପୋର୍ଟ ମୁତାବକ, ସାଏରା ବାନୋଙ୍କ ସୁଗରା ଲେବୁଲ ବଢ଼ିଯାଇଛି। ପ୍ରାରମ୍ଭିକ ଚିକିତ୍ସାରୁ ଜଣାପଡିଛି ଯେ, ତାଙ୍କ ବ୍ଲଡ ପ୍ରେସର ମଧ୍ୟ ହାଇ ରହିଛି। ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି। ଏବେ ସେ ଡାକ୍ତରଙ୍କ ଦେଖାରେଖାରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି।

କୁହାଯାଉଛି ଯେ, ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନଥିଲା। ଦିଲୀପ ସାହାବଙ୍କୁ ମନେପକାଇ ସେ ସବୁବେଳେ ଦୁଃଖିତ ରହୁଥିଲେ। ସେ ପ୍ରତିଦିନ ଦିଲୀପଙ୍କୁ ଝୁରୁଥିଲେ। ତାଙ୍କ ମୃତ୍ୟୁ ଖବର ସେ ସହିପାରି ନଥିଲେ।

ସୂଚନା ମୁତାବକ, ଜୁଲାଇ ୭ ତାରିଖରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡିଥିଲେ ସାଏରା। ପରିବାର ସଦସ୍ୟ ତାଙ୍କ ଦେଖାରେଖା କରୁଥିଲେ। କିନ୍ତୁ ସାଏରା ବେଶ୍‌ ଚୁପ୍‌ଚାପ ରହୁଥିଲେ। ତାଙ୍କୁ ଲଗାତାର ସ୍ୱାମୀ ଦିଲୀପ କୁମାରଙ୍କ କଥା ମନେ ପଡୁଥିଲା। ପରିବାର ଲୋକଙ୍କ ସହ ସଦାବେଳେ ସେ ଦିଲୀପଙ୍କ ବିଷୟରେ ହିଁ କଥା ହେଉଥିଲେ।

ସାଏରାଙ୍କ ନିକଟ ସମ୍ପର୍କିୟଙ୍କ କହିବା ମୁତାବକ, ସାଏରାଏବେବି ବିଶ୍ୱାସ କରିପାରୁନାହାନ୍ତି ଯେ, ଦିଲୀପ ସାହାବ ଆଉ ଏ ଦୁନିଆରେ ନାହାନ୍ତି। ଯେତେବେଳେ ଦିଲୀପଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ମଧ୍ୟ ସାଏରା ତାଙ୍କ ମୃତଦେହ ପାଖରେ ବସି ରହି ତାଙ୍କୁ କେବଳ ଦେଖୁଥିଲେ। କାନ୍ଦି କାନ୍ଦି ନୟାନ୍ତ ମଧ୍ୟ ହୋଇଯାଇଥିଲେ। ଡିପ୍ରେସନରେ ରହି ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା ବୋଲି କହିଛନ୍ତି।

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସାଏରାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଛନ୍ତି।

Related story