ଶାଢ଼ି ଚୋରି କରି ସାଙ୍ଗ ବାହାଘରରେ ପିନ୍ଧିଥିଲେ ସାନ୍ୟା

ମୁମ୍ବାଇ: ଶୁଟିଂ ସେଟ୍‌ରୁ ଶାଢ଼ି ଚୋରି କରି ସାଙ୍ଗର ବାହାଘରରେ ପିନ୍ଧିଥିଲେ ବଲିଉଡ୍ ହିରୋଇନ୍ ସାନ୍ୟା ମଲହୋତ୍ରା। ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ସାନ୍ୟା କହିଛନ୍ତି, ପ୍ରଥମ ଲକ୍‌ଡାଉନ୍‌ ପରେ ଆମେ ଫିଲ୍ମ ‘ମୀନାକ୍ଷି ସୁନ୍ଦରେଶ୍ୱର’ର ଶୁଟିଂ କରୁଥିଲୁ। ପୁଣି କ୍ୟାମେରା ସମ୍ମୁଖକୁ ଫେରି ମୁଁ ବହୁତ ଖୁସି ଥିଲି। ମୁଁ ସେଥିରେ ମୀନାକ୍ଷି ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେବାକୁ ଭାରି ଉତ୍ସାହିତ ରହୁଥିଲି। ମୋ ପାଖରେ ଏବେବି ସେ ଫିଲ୍ମର […]

Sanya Malhotra

Sanya Malhotra

Jitendra Garnayak
  • Published: Friday, 31 December 2021
  • Updated: 31 December 2021, 04:36 PM IST

Sports

Latest News

ମୁମ୍ବାଇ: ଶୁଟିଂ ସେଟ୍‌ରୁ ଶାଢ଼ି ଚୋରି କରି ସାଙ୍ଗର ବାହାଘରରେ ପିନ୍ଧିଥିଲେ ବଲିଉଡ୍ ହିରୋଇନ୍ ସାନ୍ୟା ମଲହୋତ୍ରା। ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି।

ସାନ୍ୟା କହିଛନ୍ତି, ପ୍ରଥମ ଲକ୍‌ଡାଉନ୍‌ ପରେ ଆମେ ଫିଲ୍ମ ‘ମୀନାକ୍ଷି ସୁନ୍ଦରେଶ୍ୱର’ର ଶୁଟିଂ କରୁଥିଲୁ। ପୁଣି କ୍ୟାମେରା ସମ୍ମୁଖକୁ ଫେରି ମୁଁ ବହୁତ ଖୁସି ଥିଲି। ମୁଁ ସେଥିରେ ମୀନାକ୍ଷି ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେବାକୁ ଭାରି ଉତ୍ସାହିତ ରହୁଥିଲି। ମୋ ପାଖରେ ଏବେବି ସେ ଫିଲ୍ମର କିଛି ଶାଢ଼ି ଅଛି। ମୁଁ ସେସବୁକୁ ଚୋରି କରିଥିଲି। ଏମିତିକି ମୋ ସାଙ୍ଗ ବାହାଘରରେ ସେଥିରୁ ଗୋଟିଏ ଶାଢ଼ି ପିନ୍ଧିଥିଲି।

ଶେଷଥର ପାଇଁ ସାନ୍ୟାଙ୍କୁ ‘ମୀନାକ୍ଷି ସୁନ୍ଦରେଶ୍ୱର’ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର କରିଥିଲେ ଅଭିମନ୍ୟୁ ଦଶାନି। ଚଳିତ ବର୍ଷ ନଭେମ୍ବରରେ ନେଟ୍‌ଫ୍ଲିକ୍ସରେ ଫିଲ୍ଟି ରିଲିଜ୍ ହୋଇଥିଲା।

ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’ରେ ଡେବ୍ୟୁ କରିଥିଲେ ସାନ୍ୟା। ତା’ପରେ ସେ ବିଶାଲ ଭରଦ୍ୱାଜଙ୍କ ‘ପଟାଖା’ରେ ଅଭିନୟ କରିଥିଲେ। ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଫିଲ୍ମ ‘ବଧାଇ ହୋ’ରେ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା, ନୀନା ଗୁପ୍ତା, ସୁରେଖା ସିରି ଓ ଗଜରାଜ ରାଓ ପ୍ରମୁଖ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos