ଚଳନ୍ତା ବସ୍‌ରେ ହଠାତ୍‌ ପୁଶ୍‌-ଅପ୍ ମାରିଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ନିଜ ବଡି ଫିଗର ଆଉ ଫିଟ୍‌ନେସ୍‌ ପାଇଁ ବେଶ୍‌ ଚର୍ଚ୍ଚିତ। ପ୍ରାୟତଃ ଶିଳ୍ପା ନିଜ ଫିଟ୍‌ନେସ୍‌ ଭିଡିଓ ଜରିଆରେ ଲୋକଙ୍କୁ ଅନୁପ୍ରାଣିତ କରନ୍ତି। ଶିଳ୍ପା ଫିଟ୍‌ନେସ୍‌କୁ ବେଶ୍‌ ଭଲପାଆନ୍ତି। ସେ ସମୟ ପାଇବା ମାତ୍ରେ ବ୍ୟାୟାମ କରିବାକୁ କୌଣସି ବି ସୁଯୋଗ ହାତଛାଡା କରନ୍ତି ନାହିଁ। ନିକଟରେ ଶିଳ୍ପାଙ୍କ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଚଳନ୍ତା ବସ୍‌ରେ ସେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। […]

Shilpa Shetty

Shilpa Shetty

Madhupriya Mistry
  • Published: Monday, 02 May 2022
  • Updated: 02 May 2022, 04:42 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ନିଜ ବଡି ଫିଗର ଆଉ ଫିଟ୍‌ନେସ୍‌ ପାଇଁ ବେଶ୍‌ ଚର୍ଚ୍ଚିତ। ପ୍ରାୟତଃ ଶିଳ୍ପା ନିଜ ଫିଟ୍‌ନେସ୍‌ ଭିଡିଓ ଜରିଆରେ ଲୋକଙ୍କୁ ଅନୁପ୍ରାଣିତ କରନ୍ତି। ଶିଳ୍ପା ଫିଟ୍‌ନେସ୍‌କୁ ବେଶ୍‌ ଭଲପାଆନ୍ତି। ସେ ସମୟ ପାଇବା ମାତ୍ରେ ବ୍ୟାୟାମ କରିବାକୁ କୌଣସି ବି ସୁଯୋଗ ହାତଛାଡା କରନ୍ତି ନାହିଁ। ନିକଟରେ ଶିଳ୍ପାଙ୍କ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଚଳନ୍ତା ବସ୍‌ରେ ସେ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ବସ୍‌ରେ କେହି ନଥିବା ଦେଖି ସେ ଆରମ୍ଭ କରିଦେଇଛନ୍ତି ଏକ୍ସରସାଇଜ୍‌।

ଚଳନ୍ତା ବସ୍‌ ଭିତରେ ପୁସ୍‌-ଅପ୍‌ ମାରୁଛନ୍ତି ଶିଳ୍ପା। କେତେବେଳେ ଷ୍ଟ୍ରେଚିଂ କରୁଛନ୍ତି ତ ଆଉ କେତେବେଳେ ବସ୍‌ର ରେଲିଂକୁ ଧରି ଝୁଲି ପଡୁଛନ୍ତି। ଚଳନ୍ତା ବସ୍‌ ଭିତରେ ଶିଳ୍ପାଙ୍କ ଏଭଳି ଅଜବ ଏକ୍ସରସାଇଜ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ଏହି ଭିଡିଓକୁ ଶିଳ୍ପା ଖୋଦ୍‌ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଅଭିନେତ୍ରୀ ଶିଳ୍ପା ଡେନିମ୍‌ ପ୍ୟାଣ୍ଟ ସାଙ୍ଗକୁ ବ୍ଲେଜର ଆଉ ଚଷମା ପିନ୍ଧି ପୁଶ୍‌-ଅପ୍‌ ମାରୁଛନ୍ତି। ଏହି ଭିଡିଓ ଶେଆର କରି ଶିଳ୍ପା ଲେଖିଛନ୍ତି, 'ଚଲତେ ଫିରତେ ମଣ୍ଡେ ମୋଟିଭେସନ୍‌। କେବଳ ବସ୍‌ ଖାଲିଥିବାରୁ କରିଲି। ଘରକୁ ଫେରିବା ବାଟରେ ପୁଲ୍ ଅପ୍, ପୁଶ୍‌ ଅପ୍ ଏବଂ ଲଞ୍ଜେଜ। ଦୁଇଟି ମିଶନ୍ ପୂରା ହୋଇଗଲା। ଫିଟ୍ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ଅଭିଆନ୍!'

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଲାଇକ୍ସ ମିଳିସାରିଲାଣି। ଫ୍ୟାନ୍‌ମାନଙ୍କ ସମେତ ଅନେକ ସେଲେବ୍ରିଟି ମଧ୍ୟ ଶିଳ୍ପାଙ୍କ ଏହି ଭିଡିଓରେ କମେଣ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos