ଶିଳ୍ପାଙ୍କ 'ନ୍ୟୁ ଏଣ୍ଡିଂ', କହିଲେ 'ମୁଁ ଚାହିଁଲେ ବି ଭୁଲ୍‌ ସୁଧାରି ପାରିବିନି'

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବେ ଜେଲ୍‌ରେ। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସେ ପୁଲିସ ହେପାଜତରେ ଅଛନ୍ତି। ସ୍ୱାମୀଙ୍କ ଯୋଗୁଁ ଶିଳ୍ପା ସେଟ୍ଟୀ ଏବେ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛନ୍ତି। ସେ ଏଥିରୁ ବାହାରିବା ପାଇଁ ଲଗାତର ଚେଷ୍ଠା ମଧ୍ୟ ଜାରି ରଖିଛନ୍ତି। ଏହାରି ଭିତରେ ଶିଳ୍ପା ଆରମ୍ଭ କରିଛନ୍ତି ‘ନ୍ୟୁ ଏଣ୍ଡିଂ ତଥା ନୂଆ ଅନ୍ତ’। ପ୍ରକୃତରେ ଶିଳ୍ପା କିଛି ସମୟ ଧରି ସୋଶାଲ […]

Shilpa Shetty

Shilpa Shetty

Madhupriya Mistry
  • Published: Saturday, 18 September 2021
  • Updated: 18 September 2021, 04:31 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବେ ଜେଲ୍‌ରେ। ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସେ ପୁଲିସ ହେପାଜତରେ ଅଛନ୍ତି। ସ୍ୱାମୀଙ୍କ ଯୋଗୁଁ ଶିଳ୍ପା ସେଟ୍ଟୀ ଏବେ ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛନ୍ତି। ସେ ଏଥିରୁ ବାହାରିବା ପାଇଁ ଲଗାତର ଚେଷ୍ଠା ମଧ୍ୟ ଜାରି ରଖିଛନ୍ତି। ଏହାରି ଭିତରେ ଶିଳ୍ପା ଆରମ୍ଭ କରିଛନ୍ତି 'ନ୍ୟୁ ଏଣ୍ଡିଂ ତଥା ନୂଆ ଅନ୍ତ'।

ପ୍ରକୃତରେ ଶିଳ୍ପା କିଛି ସମୟ ଧରି ସୋଶାଲ ମିଡିଆରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଇନ୍‌ଷ୍ଟାଗ୍ରାମରେ ଆକ୍ଟିଭ ହୋଇଯାଇଛନ୍ତି। ସେ ନିଜକୁ ପ୍ରେରଣାଦାୟକ ବାର୍ତ୍ତା ସହ ମୋଟିଭେଟ୍‌ କରୁଛନ୍ତି।  ନିକଟରେ ଶିଳ୍ପା ତାଙ୍କ ଇନଷ୍ଟା ଷ୍ଟୋରିରେ ବହିର ଏକ ପୃଷ୍ଠା ଶେୟାର କରିଛନ୍ତି। ଯାହାକୁ ସେ ତାଙ୍କ ଦିନ ଏବଂ ସପ୍ତାହ ଶେଷର ଆରମ୍ଭକୁ 'ନୂଆ ଅନ୍ତ' ଲେଖି ସମ୍ବୋଧିତ କରିଛନ୍ତି।Shilpa share note

ପୋଷ୍ଟଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି, 'କିଛି ଭୁଲ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ମୋ ଅତିତରୁ ଆଗକୁ ବଢ଼ିବାକୁ ଚାହୁଁଛି। ନିଜ ଭୁଲ୍‌କୁ ଦୋହରାଇବା ପାଇଁ ଚାହୁଁନି। ତାକୁ ସ୍ୱୀକାର କରି ମୁଁ ଆଗକୁ ବଢ଼ିବାକୁ ଚାହୁଁଛି। ମୁଁ ଚାହିଁଲେ ବି ମୋ ଭୁଲ୍‌ ସୁଧାରି ପାରିବିନି।'

ଶିଳ୍ପା ଆହୁରି ଲେଖିଛନ୍ତି, 'ଯଦିଓ କେହି ପଛକୁ ଯାଇ ଏକ ନୂତନ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ବର୍ତ୍ତମାନ ଠାରୁ ନୂଆ ଆରମ୍ଭ ହୋଇପାରିବ ଏବଂ ଏକ ନୂତନ ଅନ୍ତ କରିପାରିବ। ମଣିଷ କିପରି ନିଜର ଭୁଲ ନିଷ୍ପତ୍ତି, ଭୁଲ ବିଷୟରେ ବିଶ୍ଳେଷଣ କରିବାରେ ସମୟ ବର୍ବାଦ କରିଦିଏ ଏବଂ ପରେ ତାକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରେ।'

ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଶିଳ୍ପା ଅତ୍ୟନ୍ତ କଷ୍ଟ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ନାଁରେ ଅନେକ ଅଭିଯୋଗ ହେଉଛି ତାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ଏସବୁ ଭିତରେ ଶିଳ୍ପା ନିଜ କାମକୁ ଫେରିଛନ୍ତି। ସ୍ୱାଭାବିକ ଜୀବନ ବିତାଇବା ପାଇଁ ଆଗକୁ ବଢ଼ିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ପୁଲିସକୁ ଦେଇଥିବା ଶିଳ୍ପା ସେଟ୍ଟୀଙ୍କ ବୟାନର ଖୁଲାସା ହୋଇଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos