ସିଆରପିଏଫ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା ସିଦ୍ଧାର୍ଥ

ମଦୁରାଇ: ତାମିଲ ସିନେମାର ଖ୍ୟାତାନାମା ଅଭିନେତା ସିଦ୍ଧାର୍ଥ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସିଆରପିଏଫ ପକ୍ଷରୁ ତାଙ୍କୁ ଓ ତାଙ୍କ ବୟସ୍କ ବାପା ମା’ଙ୍କୁ ଜାଣିଶୁଣି ମଦୁରାଇ ଏୟାର ପୋର୍ଟରେ ହଇରାଣ କରାଯାଇଥିବା ସେ କହିଛନ୍ତି। ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ସେ ଇଂରାଜୀରେ କଥାବାର୍ତ୍ତା ହେବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ହତାଶ କରିବା ପାଇଁ ହିନ୍ଦୀ ଭାଷାର ବ୍ୟବହାର କରିଥିବା ସିଦ୍ଧାର୍ଥ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ସବୁବେଳେ ମିଡିଆ ଠାରୁ ଦୂରରେ […]

siddhart

  • Published: Tuesday, 27 December 2022
  • , Updated: 27 December 2022, 07:17 PM IST

ମଦୁରାଇ: ତାମିଲ ସିନେମାର ଖ୍ୟାତାନାମା ଅଭିନେତା ସିଦ୍ଧାର୍ଥ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସିଆରପିଏଫ ପକ୍ଷରୁ ତାଙ୍କୁ ଓ ତାଙ୍କ ବୟସ୍କ ବାପା ମା’ଙ୍କୁ ଜାଣିଶୁଣି ମଦୁରାଇ ଏୟାର ପୋର୍ଟରେ ହଇରାଣ କରାଯାଇଥିବା ସେ କହିଛନ୍ତି। ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ସେ ଇଂରାଜୀରେ କଥାବାର୍ତ୍ତା ହେବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ହତାଶ କରିବା ପାଇଁ ହିନ୍ଦୀ ଭାଷାର ବ୍ୟବହାର କରିଥିବା ସିଦ୍ଧାର୍ଥ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

ସବୁବେଳେ ମିଡିଆ ଠାରୁ ଦୂରରେ ରହୁଥିବା ସିଦ୍ଧାର୍ଥ ଆଜି ହଠାତ୍‌ ନିଜର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ମଦୁରାଇ ଏୟାରପୋର୍ଟରେ ମୁତୟନ ସିଆରପିଏଫ କର୍ମଚାରୀମାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଖାଲିଥିବା ମଦୁରାଇ ଏୟାରପୋର୍ଟରେ ୨୦ ମିନିଟ କାଳ ସିଆରପିଏଫ ଦ୍ୱାରା ହଇରାଣର ଶିକାର ହୋଇଛି। ସେମାନେ ମୋର ବୟସ୍କ ବାପା ମା’ଙ୍କୁ ବାଧ୍ୟ କରି ବ୍ୟାଗରୁ କଏନ କାଢ଼ିଛନ୍ତି। ଆମେ ସେମାନଙ୍କୁ ସମସ୍ୟା ସମ୍ପର୍କରେ ଇଂରାଜୀରେ କହିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଜାଣିଶୁଣି ହିନ୍ଦୀ ଭାଷାର ବ୍ୟବହାର କରିଥିଲେ। ଆମେ ବିରୋଧ କରିବାରୁ ସେମାନେ ଭାରତରେ ଏହା ହିଁ ହୋଇଥାଏ ବୋଲି କହିଥିଲେ। ଚାକିରି ନଥିବା ଲୋକ କ୍ଷମତା ଦେଖାଇଛନ୍ତି।”

ସିଦ୍ଧାର୍ଥଙ୍କ ଏହି ପୋଷ୍ଟ ଭାଇରାଲ ହେବା ସହ ସୋଶାଲ ମିଡିଆରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। କିଛି ଲୋକ ହିନ୍ଦୀ ଓ ସିଆରପିଏଫକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ସିଦ୍ଧାର୍ଥଙ୍କୁ ସମର୍ଥନ କରିଛନ୍ତି।

Related story