ଫଶିଲେ ମିଷ୍ଟର ଇଣ୍ଡିଆଙ୍କ ଜ୍ୱାଇଁ! ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ଅଡୁଆରେ ବଲିଉଡର ମିଷ୍ଟର ଇଣ୍ଡିଆ ତଥା ଅନିଲ କପୁରଙ୍କ ଜ୍ୱାଇଁ ଆନନ୍ଦ ଅହୁଜା। ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ସ୍ୱାମୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ସେ ଟ୍ୟାକ୍ସ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ସୋନମ କପୁରଙ୍କ ସ୍ୱାମୀ ଆମେରିକାର ଏକ ଶପିଂ କମ୍ପାନୀ ସହିତ ଜାଲିଆତି କରିଥିବା ଅଭିଯୋଗ ହୋଇଛି।  ଆନନ୍ଦ ଅହୁଜା କୁଆଡେ ଟ୍ୟାକ୍ସ ଏବଂ କଷ୍ଟମ ଡ୍ୟୁଟିରୁ ବଞ୍ଚିବା ପାଇଁ କାଗଜପତ୍ରରେ ଟାମ୍ପରିଂ କରିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ […]

Sonam and anand-ahuja

Sonam and anand-ahuja

Madhupriya Mistry
  • Published: Monday, 14 February 2022
  • Updated: 14 February 2022, 01:22 PM IST

Sports

Latest News

ମୁମ୍ବାଇ: ଅଡୁଆରେ ବଲିଉଡର ମିଷ୍ଟର ଇଣ୍ଡିଆ ତଥା ଅନିଲ କପୁରଙ୍କ ଜ୍ୱାଇଁ ଆନନ୍ଦ ଅହୁଜା। ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ସ୍ୱାମୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ। ସେ ଟ୍ୟାକ୍ସ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି।

ସୋନମ କପୁରଙ୍କ ସ୍ୱାମୀ ଆମେରିକାର ଏକ ଶପିଂ କମ୍ପାନୀ ସହିତ ଜାଲିଆତି କରିଥିବା ଅଭିଯୋଗ ହୋଇଛି।  ଆନନ୍ଦ ଅହୁଜା କୁଆଡେ ଟ୍ୟାକ୍ସ ଏବଂ କଷ୍ଟମ ଡ୍ୟୁଟିରୁ ବଞ୍ଚିବା ପାଇଁ କାଗଜପତ୍ରରେ ଟାମ୍ପରିଂ କରିଥିବା ଅଭିଯୋଗ ଉଠିଛି। ଏହାକୁ ନେଇ କମ୍ପାନୀ ଏବଂ ଆନନ୍ଦଙ୍କ ମଧ୍ୟରେ ଜୋରସୋରରେ ଚାଲିଛି ଟ୍ୱିଟ ୱାର୍‌।

ଏହାପୂର୍ବରୁ ଜାନୁଆରୀରେ ଆନନ୍ଦ ଅହୁଜା କମ୍ପାନୀ ସହ ଏକ ସିପମେଣ୍ଟରେ ବିଳମ୍ବ ହୋଇଥିବା ବିଷୟରେ ଉଲ୍ଲେଖ କରିଥିଲେ। ଏଭଳି ପରିସ୍ଥିତିରେ ସେ ଏକ ଟୁଇଟ୍ ମାଧ୍ୟମରେ କହିଥିଲେ ଯେ 'MyUS ର କୌଣସି ବ୍ୟକ୍ତିଙ୍କ ବିଷୟରେ କେହି ଜାଣନ୍ତି କି? କମ୍ପାନୀ ସରକାରୀ କାଗଜପତ୍ରର ତଦନ୍ତ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରୁଛି।'

ଆନନ୍ଦଙ୍କ ଅଭିଯୋଗର ଜବାବରେ କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରି ସ୍ପଷ୍ଟ କରାଯାଇଥିଲା ଯେ, ସମସ୍ୟା ତାଙ୍କ ତରଫରୁ ନୁହେଁ ବରଂ ଆନନ୍ଦ ଅହୁଜାଙ୍କ ଦ୍ୱାରା ଦିଆଯାଇଥିବା ଦସ୍ତାବିଜରେ ଥିଲା। ସାମଗ୍ରୀ ସହିତ ଦିଆଯାଇଥିବା ଚାଲାଣରେ ଦ୍ରବ୍ୟ ପାଇଁ ଥିବା ରାଶି ତୁଳନାରେ ୯୦% କମ୍ ମୂଲ୍ୟ ଉଲ୍ଲେଖ କରାଯାଇଥିବା କମ୍ପାନୀ ଦାବି କରିଥିଲା। କେବଳ ସେତିକି ନୁହେଁ ଇନ୍‌ଭଏସ୍‌ ଜମା କରିବାକୁ ନେଇ ମଧ୍ୟ କମ୍ପାନୀ ଅଭିଯୋଗ ଆଣିଥିଲା।

ପରେ ସିପିଂ କମ୍ପାନୀର ଏହି ଟ୍ୱିଟ୍ ଭାଇରାଲ ହୋଇଥିଲା। ଯାହା ପରେ ରାଗି ଯାଇଥିଲେ ଆନନ୍ଦ ଅହୁଜା। MyUS PDF ରସିଦ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଗ୍ରହଣ କରିବାକୁ ମନା କରିଦେଇଛି। ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଅଧିକ ଚାର୍ଜ କରିବା ଏବଂ ସାମଗ୍ରୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ଚେଷ୍ଟା କରାଯାଇଥିଲ ବୋଲି ଆନନ୍ଦ ଅହୁଜା ଫେବୃଆରୀ ୧୨ରେ ଅଭିଯୋଗ ଆଣିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ସୋନମ ତାଙ୍କ ସ୍ୱାମୀଙ୍କ ସମର୍ଥନରେ ଠିଆ ହୋଇଛନ୍ତି।

ସିପମେଣ୍ଟ କମ୍ପାନୀଙ୍କୁ ଏହି ଜବାବ ଦେବା ପରେ ଆନନ୍ଦ ତାଙ୍କ ଯୁକ୍ତତର୍କ ବନ୍ଦ କରିଦେଇଛନ୍ତି। କେବଳ ସେତିକି ନୁହେଁ ସେ ନିଜ ଟ୍ୱିଟ୍‌ର ଆକାଉଣ୍ଟ ମଧ୍ୟ ବନ୍ଦ କରିଦେଇଛନ୍ତି। ଆନନ୍ଦ ଏବଂ ସିପମେଣ୍ଟ କମ୍ପାନୀ ଭିତରେ ଲାଗିଥିବା ଏହି ବିବାଦକୁ ନେଇ ଅନେକ ଲୋକେ ଆନନ୍ଦଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି।

https://twitter.com/MyUS_Shopaholic/status/1488304783773601799?s=20&t=CCbyLt8RiTE4K6th1jNunA

https://twitter.com/MyUS_Shopaholic/status/1488304963369455617?s=20&t=TesT-uGuX0NczQ4X5fB5MA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story