ବାହା ନ ହୋଇ ମା' ହେବାକୁ ଯାଉଛନ୍ତି ସ୍ୱରା

ମୁମ୍ବାଇ: ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡର ଦମ୍‌ଦର ଅଭିନେତ୍ରୀ ସ୍ୱରା ଭାସ୍କର। ସେ ବାହା ନ ହୋଇ ଏବେ ମା’ ହେବାକୁ ଯାଉଥିବା ଜଣାପଡିଛି। ସେ ସିଙ୍ଗିଲ ମଦର ହେବା ପାଇଁ ମନସ୍ଥ କରିଛନ୍ତି। ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସ୍ୱରା ପ୍ରକୃତ ଜୀବନରେ ନିଜ ବୋଲ୍ଡ ଷ୍ଟେଟ୍‌ମେଣ୍ଟ ପାଇଁ ପରିଚିତ। ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଶୀଘ୍ର ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। […]

Swara bhaskar

Madhupriya Mistry
  • Published: Thursday, 25 November 2021
  • , Updated: 25 November 2021, 05:14 PM IST

ମୁମ୍ବାଇ: ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ବଲିଉଡର ଦମ୍‌ଦର ଅଭିନେତ୍ରୀ ସ୍ୱରା ଭାସ୍କର। ସେ ବାହା ନ ହୋଇ ଏବେ ମା' ହେବାକୁ ଯାଉଥିବା ଜଣାପଡିଛି। ସେ ସିଙ୍ଗିଲ ମଦର ହେବା ପାଇଁ ମନସ୍ଥ କରିଛନ୍ତି।

ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସ୍ୱରା ପ୍ରକୃତ ଜୀବନରେ ନିଜ ବୋଲ୍ଡ ଷ୍ଟେଟ୍‌ମେଣ୍ଟ ପାଇଁ ପରିଚିତ। ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଶୀଘ୍ର ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ସ୍ୱରା।

ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ ଦେଶରେ ଏଭଳି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଅନାଥ ଆଶ୍ରମରେ ରହୁଛନ୍ତି ବୋଲି ସେ କହିଛନ୍ତି। ସେ କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ବରଂ ଅନେକ ଏଭଳି ଦମ୍ପତିଙ୍କୁ ମଧ୍ୟ ଭେଟିଛନ୍ତି ଯେଉଁମାନେ ଏକ ଛୁଆ ଆଡପ୍ଟ କରିଛନ୍ତି।

ଆଡପସନ ଏକ ଏଭଳି ରାସ୍ତା, ଯାହାକୁ ଅପଣାଇ ମୁଁ ନିଜ ସ୍ୱପ୍ନ ପୂରା କରିପାରିବି ବୋଲି ସ୍ୱରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, 'ଆମ ଦେଶରେ ଏକାକି ମହିଳାଙ୍କୁ ଛୁଆ ଆଡପ୍ଟ କରିବା ପାଇଁ ଅନୁମତି ମିଳୁଛି, ସେଥିପାଇଁ ମୁଁ ନିଜ ଭାଗ୍ୟଶାଳୀ ମନେ କରୁଛି। ଏହି ପ୍ରକ୍ରିୟା ଦୀର୍ଘକାଳୀନ ହୋଇପାରେ କିନ୍ତୁ ମା' ହେବା ପାଇଁ ଆଉ ମୁଁ ଅପେକ୍ଷା କରିପାରିବି ନାହିଁ।' ସେପଟେ ସ୍ୱରାଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସମର୍ଥନ କରିଛନ୍ତି।

ଆସନ୍ତା ବର୍ଷ ସ୍ୱରାଙ୍କ ଫିଲ୍ମ 'ଶିର-କୋରମା' ରିଲିଜ ହେବ। ଏଥିରେ ସ୍ୱରାଙ୍କୁ ଜଣେ ସମଲିଙ୍ଗୀ ମହିଳା ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟ୍‌ରେ ଦିବ୍ୟା ଦତ୍ତା ନଜର ଆସିବେ। କେବଳ ସେତିକି ନୁହେଁ ଶବାନା ଆଜମୀଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ପାଇଁ ସ୍ୱରାଙ୍କୁ ଲଣ୍ଡନ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପୁରସ୍କାର ମଧ୍ୟ ମିଳି ସାରିଛି।

Related story