ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା!

ମୁମ୍ବାଇ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଆସିଛି ବଡ଼ ଖବର। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥିବା ସାରା ଖୁବଶୀଘ୍ର ବି-ଟାଉନରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ୱାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଏସବୁ ଭିତରେ ସାରା ବଲିଉଡରେ ଡେବ୍ୟୁ କରିବେ ବୋଲି ବିଶେଷ ସୂତ୍ରରୁ […]

sara

sara

Hemant Lenka
  • Published: Monday, 25 April 2022
  • Updated: 25 April 2022, 08:55 PM IST

Sports

Latest News

ମୁମ୍ବାଇ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଆସିଛି ବଡ଼ ଖବର। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥିବା ସାରା ଖୁବଶୀଘ୍ର ବି-ଟାଉନରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ୱାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଏସବୁ ଭିତରେ ସାରା ବଲିଉଡରେ ଡେବ୍ୟୁ କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ବଲିଉଡଲାଇଫକୁ ମିଳିଥିବା ସୂଚନା ଅନୁଯାୟୀ, “ସାରା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଅଭିନୟ କରିବାକୁ ବେଶ ଆଗ୍ରହୀ। ଏପରି କି ସେ ଅଭିନୟ ପାଇଁ କିଛି କ୍ଲାସ ମଧ୍ୟ ନେଇଛନ୍ତି। ସବୁବେଳେ ଚୁପଚାପ ରହୁଥିବା ସାରା ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ସରପ୍ରାଇଜ ଦେବା ମୁଡରେ ଅଛନ୍ତି। ସାରାଙ୍କ ପାଖରେ ଅନେକ ଗୁଣ ରହିଛି। ତାଙ୍କ ବାପା ମା’ ମଧ୍ୟ ସାରାଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି। ସେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ସଚିନ ଓ ଅଞ୍ଜଳୀ ମଧ୍ୟ ସମର୍ଥନ କରୁଛନ୍ତି। ତେଣୁ ସାରା ଖୁବଶୀଘ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ଦେବେ।”


୨୦୨୧ ଡିସେମ୍ବରରେ ସାରାଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଅଭିନେତ୍ରୀ ବନିତା ସାନ୍ଧୁ ଓ ତାନିଆ ସର୍ଫ ରହିଥିଲେ। ଏହା ସାରାଙ୍କ ପ୍ରଥମ ମଡେଲିଂ ଭିଡିଓ ଥିଲା। ଏହି ଭିଡିଓରେ ସାରା ନିଜ ମଡେଲିଂ ଦକ୍ଷତା ପ୍ରଦର୍ଶନ କରିଥିଲେ।

ସାରା ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ଏହାପରେ ସେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରୁ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos