ଅସହ୍ୟ ତାତି, ସୂର୍ଯ୍ୟଙ୍କ ପ୍ରକୋପ କମାଇବା ପାଇଁ ଶାହରୁଖ ଖାନ୍ଙ୍କୁ ଅପିଲ୍
ମୁମ୍ବାଇ: ଚାରିଆଡେ ପ୍ରବଳ ଖରା, ଅହସ୍ୟ ତାତି। ଏପ୍ରିଲ ମାସରୁ ହିଁ ରେକର୍ଡ ଭାଙ୍ଗିଲାଣି ଗରମ। ପରାଦ ଆସି କେଉଁଠି ୪୫ ଡିଗ୍ରୀ ଛୁଇଁଲାଣି ତ ଆଉ କେଉଁଠି ୪୭ ଡିଗ୍ରୀ। ଅଧିକାଂଶ ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ଭିତରେ ସୂର୍ଯ୍ୟଙ୍କ ପ୍ରକୋପ କମ୍ କରିବା ପାଇଁ ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କୁ ଜଣେ ଅପିଲ୍ କରିଛନ୍ତି। ମଜାଳିଆ ଢ଼ଙ୍ଗରେ ଜଣେ ଟ୍ୱିଟ୍ର ୟୁଜର୍ ତାଙ୍କୁ ଟ୍ୱିଟ୍ କରି ସୂର୍ଯ୍ୟଙ୍କ ପ୍ରକୋପକୁ ମଧ୍ୟମ କରିବା ପାଇଁ ନିବେଦନ କରିଛନ୍ତି।
ଶାହରୁଖ ଖାନ୍ ଅଭିନୀତ ଫିଲ୍ମ ‘କଭି ଖୁସି କମି ଗମ୍’ରେ ସୁରଜ ହୁଆ ମଧ୍ୟମ୍…ଗୀତ ଥିଲା। ଏହି ଗୀତରେ ଶାହରୁଖ ଓ କାଜୋଲ ନଜର ଆସିଥିଲେ। ଏହି ଗୀତଟି ସେତେବେଳେ ବେଶ୍ ହିଟ୍ ହୋଇଥିଲା। ଏବେ ବି ସମସ୍ତଙ୍କୁ ଏହି ଗୀତ ଆଟ୍ରାକ୍ଟ କରେ। ଅଧିକାଂଶ ଲୋକେ ଏହି ଗୀତକୁ ଶୁଣିବାକୁ ଆଜି ବି ପସନ୍ଦ କରନ୍ତି। ଏହି ଗୀତର ଲିରକ୍ସକୁ ନେଇ ସୃଷ୍ଟି ପାଣ୍ଡେ ନାମକ ଜଣେ ୟୁଜର୍ସ ଏବେ ଶାହାରୁଖ ଖାନ୍ଙ୍କୁ ଟ୍ୱିଟ୍ କରିଛନ୍ତି।
ତାଙ୍କ ଟ୍ୱିଟ୍ର ସମ୍ବନ୍ଧ ‘କଭି ଖୁସି କମି ଗମ୍’ର ସୁରଜ ହୁଆ ମଧ୍ୟମ୍…ଗୀତ ସହ ରହିଛି। ସେ ଲେଖିଛନ୍ତି ‘ ଡିୟର୍ ଶାହରୁଖ୍, ସୁରଜ କୋ ଥୋଡା ମଧ୍ୟମ୍ କର୍ ଦୋ ପ୍ଲିଜ୍…।’ ତାଙ୍କର ଏହି ଟ୍ୱିଟ୍ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ବର୍ତ୍ତମାନ ଯାଏଁ ୨ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି। ହିଟ୍ୱେଭ୍କୁ ନେଇ ସୃଷ୍ଟିଙ୍କ ଏଭଳି ମଜାଳିଆ ଟ୍ୱିଟ୍କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।
Dear @iamsrk
sooraj ko madham karwardo please— Srishti Pandey (@srishtayyyy) April 28, 2022
— Amber Lunia (@BeydardiRaja) April 28, 2022
ଉତ୍ତର ପ୍ରଦେଶର ପ୍ରୟାଗରାଜ ଦେଶର ସବୁଠାରୁ ଉତ୍ତପ୍ତସହର ପାଲଟିଛି। ଦୀର୍ଘ ୨୨ ବର୍ଷର ରେକର୍ଡ ଭାଙ୍ଗି ପ୍ରୟାଗରାଜର ସର୍ବୋଚ୍ଚ ତାପାମାତ୍ରା ୪୭ ଡିଗ୍ରୀ ଚୁଇଁଛି। ପୂର୍ବରୁ ଏପ୍ରିଲ ମାସରେ କେବେ ହେଲେ ଲୋକମାନେ ଏତେଣ ଟାଣ ଖରାରର ସମ୍ମୁଖୀନ ହୋଇ ନଥିଲେ। ପ୍ରୟାଗରାଜ ବ୍ୟତୀତ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।