ବିକ୍କି-କ୍ୟାଟ୍ରିନାଙ୍କୁ ଘାରିଲା 'ଓମିକ୍ରନ୍‌' ଭୟ

ମୁମ୍ବାଇ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ସାରା ବିଶ୍ୱ ଭୟଭୀତ। ଏବେ ଏହି ଭୟ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବି ଦେଖିବାକୁ ମିଳିଛି। ବିଶେଷ କରି ଆଗକୁ ହାତକୁ ଦି ହାତ ହେବାକୁ ଯାଉଥିବା ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫଙ୍କୁ ଓମିକ୍ରନ୍ ଭୟ ଘାରିଛି। ବିବାହ କରିବାକୁ ଯାଉଥିବା ଏହି ଦମ୍ପତ୍ତି ଏବେ ‘ଓମିକ୍ରନ୍‌’ ଠାରୁ ଦୂରେଇ ରହିବାକୁ ଯୋଜନା କରିଛନ୍ତି। ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୯ ତାରିଖରେ ବିକ୍କି ଓ […]

vicky kaushal and katrina kaif

Madhupriya Mistry
  • Published: Tuesday, 30 November 2021
  • , Updated: 30 November 2021, 01:55 PM IST

ମୁମ୍ବାଇ: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ସାରା ବିଶ୍ୱ ଭୟଭୀତ। ଏବେ ଏହି ଭୟ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବି ଦେଖିବାକୁ ମିଳିଛି। ବିଶେଷ କରି ଆଗକୁ ହାତକୁ ଦି ହାତ ହେବାକୁ ଯାଉଥିବା ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫଙ୍କୁ ଓମିକ୍ରନ୍ ଭୟ ଘାରିଛି।

ବିବାହ କରିବାକୁ ଯାଉଥିବା ଏହି ଦମ୍ପତ୍ତି ଏବେ 'ଓମିକ୍ରନ୍‌' ଠାରୁ ଦୂରେଇ ରହିବାକୁ ଯୋଜନା କରିଛନ୍ତି। ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୯ ତାରିଖରେ ବିକ୍କି ଓ କ୍ୟାଟ୍ରିନା ଜୋଧପୁରରେ ସାତ ଫେରା ନେବେ। ଦୁହେଁ ଏବେ ଏହି ଗ୍ରାଣ୍ଡ ୱେଣ୍ଡିଂର ପ୍ରସ୍ତୁତିରେ ବ୍ୟସ୍ତ। ବିବାହରେ କେଉଁ ଅତିଥିମାନେ ଯୋଗ ଦେବେ ତା'ର ପୂରା ତାଲିକା ମଧ୍ୟ ତିଆରି ହୋଇସାରିଛି। କିନ୍ତୁ ଏବେ ଓମିକ୍ରନ୍‌ ଭାରିଏଣ୍ଟ ଯୋଗୁଁ ଏହି ଅତିଥି ତାଲିକାରୁ କିଛି ଜଣଙ୍କ ନାଁ ବାଦ୍‌ ଦିଆଯିବ ବୋଲି ଶୁଣିବାକୁ ମିଳିଛି।

ତାଜା ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ବିକ୍କି ନିଜ ବିବାହରେ ସବୁ  ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ପୂରା ସତର୍କତ ଅବଲମ୍ବନ କରାଯାଉଛି। ଉଭୟ ସେଲେବ୍ରିଟିଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୱେଡିଂ ପ୍ଲାନର ଅତିଥି ସଂଖ୍ୟାକୁ ହ୍ରାସ କରିବାକୁ ଯୋଜନା କରିଛନ୍ତି। ଚଳିତ ୱିକେଣ୍ଡରେ ୱେଣ୍ଡିଂ ପ୍ଲାନରଙ୍କ ସହ ଏହି ଦମ୍ପତି ଏକ ଭର୍ଚୁଆଲ୍ ମିଟିଂ କରିଥିଲେ। ଏଥିରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ଆଲୋଚନା ହୋଇଥିଲା।

ବିକ୍କି-କ୍ୟାଟ୍ରିନା ନିଜ ବିବାହରେ କୌଣସି ରିସ୍କ ନେବାକୁ ଚାହାଁନ୍ତି ନାହିଁ ଏବଂ ବର୍ତ୍ତମାନ ଏହି ନୂତନ ପ୍ରକାର ଭାରିଏଣ୍ଟ ପାଇଁ ଅତିଥି ତାଲିକାକୁ ହ୍ରାସ୍‌ କରିବା ସେମାନଙ୍କ ପାଇଁ କଷ୍ଟକର। ଏହି ଦମ୍ପତି ସେମାନଙ୍କର କୋ-ଷ୍ଟାର୍‌, ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଏବେ ଏହାକୁ ନେଇ ସେମାନେ ପୁନଃ ବିଚାର କରୁଛନ୍ତି ଏବଂ ନୂତନ ଢ଼ଙ୍ଗରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। କ୍ୟାଟ୍ରିନାଙ୍କ ପକ୍ଷରୁ କିଛି ଅତିଥି ଅଛନ୍ତି, ଯେଉଁମାନେ ବିଦେଶରୁ ଆସିବେ ଏବଂ ନୂତନ ଟ୍ରାଭେଲ ଗାଇଡଲାଇନ୍‌ ଅନୁଯାୟୀ ଏହା ବଦଳିପାରେ, ଯାହା ତାଙ୍କ ପାଇଁ ଚିନ୍ତାଜନକ ବୋଲି କୁହାଯାଉଛି।

ସୂଚନା ମୁତାବକ, ଦୀର୍ଘ ଦିନର ଡେଟିଂ ପରେ ବିକ୍କି ଓ କ୍ୟାଟ୍ରିନା ବିବାହ କରିବାକୁ ଯାଉଛନ୍ତି। ତେବେ ରାଜସ୍ଥାନରେ ବିବାହ ପୂର୍ବରୁ ଉଭୟ ମୁମ୍ବାଇରେ କୋର୍ଟ ମ୍ୟାରେଜ୍‌ କରିବେ। ପରେ ଜୋଧପୁରରେ ହିନ୍ଦୁ ରୀତିନୀତି ଅନୁଯାୟୀ ହାତଗଣ୍ଠି ପଡିବ। ଏଥିପାଇଁ ଜୋଧପୁରର ସିକ୍ସ ସେନ୍ସଫୋର୍ଟ ବରୱାଡ୍‌ ବୁକ୍‌ ହୋଇଛି। ଅସନ୍ତା ୯ ତାରିଖରେ ଏଠି ଉଭୟଙ୍କ ଗ୍ରାଣ୍ଡ ୱେଣ୍ଡିଂ ହେବ।

 

View this post on Instagram

 

A post shared by Katrina Kaif (@katrinakaif)

Related story